Advertisement
Article Detail0/zeeodisha/odisha669726
Zee OdishaSambalpurନିଜସ୍ୱ ଉଦ୍ୟମରେ ସହରକୁ ବିଶୋଧନ କରୁଛି ସାମାଜିକ ଅନୁଷ୍ଠାନ

ନିଜସ୍ୱ ଉଦ୍ୟମରେ ସହରକୁ ବିଶୋଧନ କରୁଛି ସାମାଜିକ ଅନୁଷ୍ଠାନ

ହୀରାକୁଦ ସହରରେ ସାଉଣ୍ଡ ଓ ଲାଇଟ ବ୍ୟବସାୟ କରୁଥିବା ଲୋକଙ୍କୁ ନେଇ ଗଠିତ ହୀରାକୁଦ ସାଉଣ୍ଡ ଓ ଲାଇଟ ଗ୍ରୁପ ପକ୍ଷରୁ ଲକଡାଉନ ଆରମ୍ଭ ହେବା ଦିନଠାରୁ ନିଜସ୍ଵ ଉଦ୍ୟମରେ ସାରା ସହରକୁ ବିଶୋଧନ କରୁଥିବା ଜଣାପଡିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ମହାମାରୀ କୋରୋନା ରୋଗ ଏବେ ସମଗ୍ର ମାନବଜାତି ପାଇଁ ମହାବିପତ୍ତି ହୋଇଉଠିଛି । ଯଦିଓ ଏଥିରୁ ରକ୍ଷା ପାଇବା ପାଇଁ ସବୁପ୍ରକାର ଉଦ୍ୟମ ହେଉଛି, ତଥାପି ମଧ୍ୟ କୋରୋନାକୁ ନିୟନ୍ତ୍ରଣରେ ରଖିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଏହି ମହାବିପତ୍ତିରୁ ରକ୍ଷାପାଇବା ପାଇଁ ଲକଡାଉନ ଓ ସଚେତନତା କରାଯାଉଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମାଜ ଓ ଦେଶକୁ ସାହାଯ୍ୟ ସହଯୋଗ କରିବାକୁ ଅଣ୍ଟା ଭିଡିଛନ୍ତି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ, ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ । କିଏ ମାସ୍କ ବାଣ୍ଟୁଛି ତ କିଏ ଶୁଖିଲା ଖାଦ୍ୟ, କିଏ ସାନିଟାଇଜର ବାଣ୍ଟୁଛି ତ କିଏ ରନ୍ଧା ଖାଦ୍ୟ । 

ଏସବୁ ଭିତରେ ଲୋକଙ୍କୁ ସଚେତନ ସହ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ସହରର ସାମାଜିକ ଅନୁଷ୍ଠାନ ସାଉଣ୍ଡ ଓ ଲାଇଟ ଗ୍ରୁପ । ହୀରାକୁଦ ସହରରେ ସାଉଣ୍ଡ ଓ ଲାଇଟ ବ୍ୟବସାୟ କରୁଥିବା ଲୋକଙ୍କୁ ନେଇ ଗଠିତ ହୀରାକୁଦ ସାଉଣ୍ଡ ଓ ଲାଇଟ ଗ୍ରୁପ ପକ୍ଷରୁ ଲକଡାଉନ ଆରମ୍ଭ ହେବା ଦିନଠାରୁ ନିଜସ୍ଵ ଉଦ୍ୟମରେ ସାରା ସହରକୁ ବିଶୋଧନ କରୁଥିବା ଜଣାପଡିଛି । ହୀରାକୁଦ ସହରର ସମସ୍ତ ମାର୍କେଟ, ହସ୍ପିଟାଲ, ପ୍ରମୁଖ ଛକ ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଗ୍ରୁପର ସଦସ୍ୟମାନେ ବିଶୋଧନ କରି ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । 

Add Zee News as a Preferred Source
About the Author