ଅନ୍ଧାରିଆ ସ୍ଥାନ ଗୁଡିକରେ ଗ୍ରାହକ ପହଞ୍ଚୁ ପହଞ୍ଚୁ କରାଯାଉଛି ହ୍ୟାଣ୍ଡ ଡେଲିଭରି । ଏହା କେବଳ ଚିହ୍ନା ପରିଚିତ ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି ।
Trending Photos
)
ଅଜୟ କୁମାର ନାଥ, ସମ୍ବଲପୁର: ବୁର୍ଲାରେ ଚାଲୁଛି ବେଆଇନ ମଦ ବିକ୍ରି ! ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି ଅସାଧୁ ଦୋକାନ ମାଲିକ ଓ କିଛି ଯୁବକଙ୍କ ସାହାଯ୍ୟରେ ଏଭଳି ବେଆଇନ କାମ ଚାଲୁଥିବାର ଭିଡିଓ ସାମ୍ନାକୁ ଆସିଛି । ବୁର୍ଲାରେ ସନ୍ଧ୍ୟା ହେଲେ ବିକ୍ରି ହେଉଛି ବେଆଇନ ମଦ । ଲକଡାଉନ ସମୟରେ ମଦ ବିକ୍ରି ଉପରେ କଟକଣା ଲାଗିଛି । କିନ୍ତୁ ବୁର୍ଲାରେ ଚଢା ଦରରେ ବିକ୍ରି ହେଉଛି ବିଦେଶୀ ମଦ।
ଅନ୍ଧାରିଆ ସ୍ଥାନ ଗୁଡିକରେ ଗ୍ରାହକ ପହଞ୍ଚୁ ପହଞ୍ଚୁ କରାଯାଉଛି ହ୍ୟାଣ୍ଡ ଡେଲିଭରି । ଏହା କେବଳ ଚିହ୍ନା ପରିଚିତ ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି । ଏମିତି ଏକ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ଜଣାପଡିଛି । ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହି ଭିଡିଓଟି ବୁର୍ଲା ସହରର ବୋଲି ଚର୍ଚ୍ଚା ହେଉଛି ।
ଲକଡାଉନରେ ମଦ ବିକ୍ରି ଉପରେ କଟକଣା ଥିବାବେଳେ ବୁର୍ଲାରେ ଏମିତି ବେଧଡକ ମଦ ବିକ୍ରି କାରବାର ଅବକାରୀ ଓ ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିଛି ଅସାଧୁ ଦୋକାନ ମାଲିକ ଓ କିଛି ଯୁବକଙ୍କ ସାହାଯ୍ୟରେ ଏଭଳି ବେଆଇନ କାମ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏପଟେ ପାଟ୍ରୋଲିଂ ହେଉଥିଲେ ସୁଦ୍ଧା ପୋଲିସ ଟେର୍ ପାଉନି । ତେବେ ଅସଲ କଥା ଭାଇରାଲ ଭିଡିଓର ଯାଞ୍ଚ ହେବା ପରେ ଜଣାପଡିବ।