close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ପାଇଁ ମହିଳାମାନେ କରିଥାନ୍ତି କୁମକୁମ ବ୍ରତ

 ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଦକ୍ଷିଣ ଭାରତୀୟ ବୁଢୀମା ଠାକୁରାଣୀ ଅବା ହରଗୌରୀ ଯାତ୍ରାରେ ମହିଳାମାନେ ବ୍ରତ ପାଳନ କରିଛନ୍ତି।ମନସ୍କାମନା ପୂରଣ ପାଇଁ ହଜାର ହଜାର ବିବାହିତ ମହିଳା କୁମକୁମ୍ ବ୍ରତ ପାଳନ ହରଗୌରୀଙ୍କ ଆଗରେ ସିନ୍ଦୁରଖେଳ ପାଳନ କରିଛନ୍ତି। ପରିବାରର ମଙ୍ଗଳ କାମନା ପାଇଁ ହରଗୌରୀଙ୍କ  ନିକଟରେ  ପ୍ରାର୍ଥନା କରିଛନ୍ତି ବ୍ରତଧାରୀ ମହିଳା

ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ପାଇଁ ମହିଳାମାନେ କରିଥାନ୍ତି କୁମକୁମ ବ୍ରତ

ସୁବର୍ଣ୍ଣପୁର: ସବୁ ସମୟରେ ପତିବ୍ରତା ନାରୀ ନିଜ ସ୍ୱାମୀ ଓ ପରିବାରର ସୁଖ ସମୃଦ୍ଧି ପାଇଁ ଭଗବାନଙ୍କୁ ସ୍ମରଣ କରେ। ବର୍ଷର ଅନେକ ପୂଣ୍ୟ ତିଥିରେ ବ୍ରତ ଓପାସ କରି ସର୍ବମୟ କର୍ତ୍ତା ଇଶ୍ବରଙ୍କ ପାଖରେ ଗୁହାରୀ କରେ। ଏଭଳି ସୁବର୍ଣ୍ଣପୁର ସହରରେ ପାଳିତ ହେଉଥିବା ଦକ୍ଷିଣ ଭାରତୀୟ ବୁଢୀମା ଠାକୁରାଣୀ ଅବା ହରଗୌରୀ ଯାତ୍ରାରେ ମହିଳାମାନେ ବ୍ରତ ପାଳନ କରିଛନ୍ତି ।ମନସ୍କାମନା ପୂରଣ ପାଇଁ ହଜାର ହଜାର ବିବାହିତ ମହିଳା କୁମକୁମ୍ ବ୍ରତ ପାଳନ ହରଗୌରୀଙ୍କ ଆଗରେ ସିନ୍ଦୁରଖେଳ ପାଳନ କରିଛନ୍ତି ।

ନିଜ ପରିବାର ଓ ସ୍ୱାମୀର ସୁଖ ସମୃଦ୍ଧି ପାଇଁ ମହିଳା ମାନେ କରିଛନ୍ତି କୁମକୁମ ବ୍ରତ। ଦିନ ତମାମ ଉପବାସ କରିଥିବା  ମହିଳାଙ୍କ ଆଗରେ ପୂଜା ଥାଳି। ପୂଜା ପାତ୍ରରେ ହଳଦୀରେ ତିଆରି ହରଗୌରୀଙ୍କ ସୁପୁତ୍ର ସିଦ୍ଧି ବିନାୟକ ଗଣେଶଙ୍କ ପ୍ରତିମା।  ସୁବର୍ଣ୍ଣପୁରରେ ପାଳିତ ହେଉଥିବା ହରଗୌରୀ ଯାତ୍ରାରେ ହଜାର ହଜାର ମହିଳା ସାମିଲ ହୋଇଛନ୍ତି। ପରିବାରର ମଙ୍ଗଳ କାମନା ପାଇଁ ହରଗୌରୀଙ୍କ  ନିକଟରେ  ପ୍ରାର୍ଥନା କରିଛନ୍ତି ବ୍ରତଧାରୀ ମହିଳା ।

ସୌଭାଗ୍ୟବତୀ ହେବାର ଆଶା ଓ ବିଶ୍ୱାସ  ରଖି ପରସ୍ପରକୁ  ଶୁଭେଛା  ଜଣାଇଛନ୍ତି  ଯାତ୍ରାରେ ସାମିଲ ହୋଇଥିବା ମହିଳା।  ନିଷ୍ଠାର ସହ ବ୍ରତଧାରୀ ମାନେ ଇଶ୍ୱରଙ୍କ ପାଖରେ ଧୂପ ଦୀପ ଦେଇ , ତେଲୁଗୁ ସ୍ତ୍ରୋତ ବୋଲି ଏହି ପର୍ବ ପାଳନ କରିଛନ୍ତି । ହରଗୌରୀଙ୍କ ଆଗରେ ମହିଳାମାନେ ଆନନ୍ଦ ଉଲ୍ଲାସର  ଜଣେ  ଅନ୍ୟ ଜଣଙ୍କୁ  ମଥାରେ ସିନ୍ଦୁର ଲଗାଇ  ସୌଭାଗ୍ୟବତୀ ହେବାର ଶୁଭେଚ୍ଛା ଜଣାଇଛନ୍ତି ।
ଦୀର୍ଘ ୧୦ ଦିନ ଧରି ପାଳିତ ହେଉଥିବା ହରଗୌରୀଙ୍କ ଯାତ୍ରାର କୁମକୁମ ପର୍ବରେ  କେବଳ ସୁବର୍ଣ୍ଣପୁର ନୁହେଁ   ବ୍ରହ୍ମପୁର ଓ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ମହିଳାମାନେ ସାମିଲ ହୋଇଛନ୍ତି।