ଆଜିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର ସମସ୍ତ କୋର୍ଟ
Advertisement

ଆଜିଠୁ ସ୍ୱାଭାବିକ ହେବ ପଶ୍ଚିମ ଓଡ଼ିଶାର ସମସ୍ତ କୋର୍ଟ

ଆନ୍ଦୋଳନକାରୀ ଓକିଲ ଯଦି ଜିଲ୍ଲା ଅଦାଲତକୁ ମାସ ମାସ ଧରି ବନ୍ଦ ରଖୁଛନ୍ତି, ତେବେ କେଉଁ ଆଶା ଓ ଭରସାରେ ସେମାନଙ୍କୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦିଆଯିବ ବୋଲି କିଛିଦିନ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ପ୍ରଶ୍ନ କରିଥିଲେ । ଏହାସହ ଆନ୍ଦୋଳନ ବନ୍ଦ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ଆଜିଠୁ ସ୍ୱଭାବିକ ହେବ ପଶ୍ଚିମ ଓଡ଼ିଶାରେ ଥିବା ବିଭିନ୍ନ ଜିଲ୍ଲା ଅଦାଲତ । ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ପରେ ଶେଷରେ ଏପରି ନିଷ୍ପତ୍ତି ନେଇଛି ସିଏସି । ଆନ୍ଦୋଳନକାରୀ ଓକିଲ ଯଦି ଜିଲ୍ଲା ଅଦାଲତକୁ ମାସ ମାସ ଧରି ବନ୍ଦ ରଖୁଛନ୍ତି, ତେବେ କେଉଁ ଆଶା ଓ ଭରସାରେ ସେମାନଙ୍କୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦିଆଯିବ ବୋଲି କିଛିଦିନ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟଳୟ ପ୍ରଶ୍ନ କରିଥିଲେ । ଏହାସହ ଆନ୍ଦୋଳନ ବନ୍ଦ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଆଉ ଏହାପରେ ଆନ୍ଦୋଳନରତ ଆଇନଜୀବୀଙ୍କ ନିଦ ଭାଙ୍ଗିଛି । 

ରବିବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ୫୦ ବର୍ଷର ଆନ୍ଦୋଳନ ଧୂଳିସାତ ହୋଇଯିବା ଆଶଙ୍କା ଥିବାରୁ ଶେଷରେ ନରମଛି ସିଏସି । ସୋମବାରଠାରୁ ଆଇନଜୀବୀମାନେ କାର୍ଯ୍ୟକ୍ଷେତ୍ରରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଥିଲେ । ଏପରିକି ଆଉ କୌଣସି ସମୟରେ ମଧ୍ୟ କୋର୍ଟ ବନ୍ଦ କରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । 

କହିରଖୁଛୁ, ଗତ ସପ୍ତାହରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସେଣ୍ଟ୍ରାଲ ବାର କାଉନସିଲ ଓ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିବା ସହ ବନ୍ଦ ସମର୍କିତ ସମସ୍ତ ଦସ୍ତାବିଜ ଓ ସତ୍ୟପାଠ ଦାଖଲ କରିଥିଲେ । ତେବେ ପ୍ରଥମେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କଲେ ହାଇକୋର୍ଟ ଦାବି ଉପରେ ଆଲୋଚନା କରାଯିବ ବୋଲି ସୁପ୍ରିମକୋର୍ଟ ସଫା ସଫା କହିଥିଲେ । ଏପରିକି ଆନ୍ଦୋଳନରତ ଜିଲ୍ଲା ଗୁଡିକର କେଶ ଗୁଡିକୁ ଅନ୍ୟ ଜିଲ୍ଲାକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । କେବଳ ଏତିକି ନୁହେଁ, ଆନ୍ଦୋଳନରତ ବାର ଗୁଡ଼ିକର ସଭାପତି ଓ ସମ୍ପାଦକଙ୍କ ଓକିଲାତି ଲାଇସେନ୍ସ ବାତିଲ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ଶେଷରେ ନରମିଛନ୍ତି ଆନ୍ଦୋଳନରତ ଆଇନଜୀବୀ । 

ସେପଟେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ । ସେହି ବୈଠକରେ ସିଏସି ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଛି । 

ଆହୁରି ପଢ଼ନ୍ତୁ; କେମିତି ଘଟିଲା ପୋଲସରା ଅଗ୍ନିକାଣ୍ଡ ?