ସମ୍ବଲପୁରରେ ଡ୍ରୋନ କ୍ୟାମେରାର ବ୍ୟବସ୍ଥା ହୋଇଛି ।
Trending Photos
)
ଅଜୟ କୁମାର ନାଥ, ସମ୍ବଲପୁର: ଲକ୍ ଡାଉନ ସ୍ଥିତି ଦେଖି ପୂର୍ବତଟ ରେଳ ସୁରକ୍ଷା ବଳ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବଲପୁରରେ ଡ୍ରୋନ କ୍ୟାମେରାର ବ୍ୟବସ୍ଥା ହୋଇଛି । ଲକ୍ ଡାଉନ୍ କାରଣରୁ ଏବେ ଜିଲ୍ଲାର ସମସ୍ତ ସୀମା ସିଲ ହୋଇଛି । ତେଣୁ ଅନେକ ଲୋକ ରେଳ ଧାରଣାରେ ଚାଲି ଚାଲି ସମ୍ବଲପୁର ଭିତରକୁ ପ୍ରବେଶ କରୁଥିବା ଜଣାପଡ଼ିବା ପରେ ଏଭଳି ପକ୍ଷକ୍ଷେପ ନେଇଛି ପୂର୍ବତନ ରେଳ ସୁରକ୍ଷା ବଳ ।
କେବଳ ଏତିକି ନୁହେଁ, ରେଳ ଷ୍ଟେସନର ପାରିପାର୍ଶ୍ୱିକ ଅଞ୍ଚଳ ମଧ୍ୟ ଏବେ ନିଛାଟିଆ ରହୁଛି । ସେହି କାରଣରୁ ଚୋରିର ମଧ୍ୟ ଆଶଙ୍କା ରହିଛି । ତେଣୁ ଏହାକୁ ରୋକିବା ପାଇଁ ଡ୍ରୋନ କ୍ୟାମେରା ଲଗାଯାଇଥିବା ଜଣାପଡ଼ିଛି । ସେହିପରି ମାଲବାହୀ ଟ୍ରେନ, ସିଗନାଲ ଏବଂ ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ଡ୍ରୋନ କ୍ୟାମେରା ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।