Trending Photos
ସମ୍ବଲପୁର: ବାହାଘର ସେ ପୁଣି ଅନଲାଇନରେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏଭଳି ଏକ ବାହାଘର ହୋଇଛି ସମ୍ବଲପୁର ମୁଦିପଡାର ପୂଜାଠାକୁରଙ୍କ କ୍ଷେତ୍ରରେ। ପୂର୍ବରୁ କୋଭିଡ୧୯ ପାଇଁ ବାହାଘର ଘୁଞ୍ଚି ଯାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ ଉଭୟ ପରିବାର।
ଝାଡ଼ଖଣ୍ଡର ଜାମସେଦପୁର ପୁଅ ଘର ହୋଇଥିବା ବେଳେ ଝିଅ ଘର ସମ୍ବଲପୁରର ମୁଦିପଡା। ପୁଅ ଘରର ମାତ୍ର ୩ଜଣ ସଦସ୍ୟ ଆସି ଗତ ଆଠ ତାରିଖରେ ଝିଅକୁ ଜାମସେଦପୁର ନେଇ ଯାଇଥିଲେ। ଏ ପଟରୁ ଝିଅ ପୂଜାଙ୍କର ଜଣେ ସମ୍ପର୍କୀୟ ଭାଉଜ ତାଙ୍କୁ ନେଇ ସମ୍ବଲପୁର ଉପଖଣ୍ଡରେ ଝିଅଙ୍କୁ ତାଙ୍କ ଗାଡ଼ିରେ ବସାଇ ନେଇ ଆସିଥିଲେ। ତା'ପରେ ସେମାନେ ଜାମସେଦପୁରରେ ପହଁଚିବା ପରେ ବିବାହ ହୋଇଥିଲା।
ସେଠାରେ ପୁଅଝିଅଙ୍କ ସହ ଖାଲି ପଣ୍ଡିତ ରହିଥିଲେ। ସେପଟରେ ପଣ୍ଡିତ ମନ୍ତ୍ର ଉଚ୍ଚରଣ କରୁଥିଲେ, ଏ ପଟରେ ଭିଡ଼ିଓ କଲ ସାହାଯ୍ୟରେ ସମସ୍ତ କାର୍ଯ୍ୟ କରାଯାଉଥିଲା। କନ୍ୟାଦାନ ସହ ଆଶୀର୍ବାଦ ମଧ୍ୟ ଏଭଳି ଅନଲାଇନରେ ଅନୁଷ୍ଠିତ ହୋଇଥିଲା।ପରିବାର ଲୋକେ ଏ ଭଳି ବିବାହ କରାଇ ଖୁସି ଜାହିର କରିଥିଲେ।