ପାଠର ନାହିଁ କୌଣସି ଜାତିଧର୍ମ: ସଂସ୍କୃତରେ ଶିକ୍ଷାଦାନ କରୁଛନ୍ତି ମୁସଲିମ ମହିଳା

ସଂସ୍କୃତ ଶିକ୍ଷା ଗ୍ରହଣ କରି ସଂସ୍କୃତର ଅନବରତ ଶିକ୍ଷା ପ୍ରଦାନ କରି ସମାଜକୁ ବଡ ବାର୍ତ୍ତା ଦେଉଛନ୍ତି ଦେବଗଡ ଜିଲ୍ଲା ଖଇରିପାଲି ଉଚ୍ଚ ବିଦ୍ୟାଳୟର ଜଣେ ମୁସଲିମ ମହିଳା ଶିକ୍ଷୟିତ୍ରୀ ହସନ ତାରା

ପାଠର ନାହିଁ କୌଣସି ଜାତିଧର୍ମ: ସଂସ୍କୃତରେ ଶିକ୍ଷାଦାନ କରୁଛନ୍ତି ମୁସଲିମ ମହିଳା

ପ୍ରକାଶ ଚନ୍ଦ୍ର ଶର୍ମ୍ମା, କୁଚିଣ୍ଡା: ଭାରତ ଏକ ସାର୍ବଭୌମତ୍ୱ  ସର୍ବଧର୍ମ ପରାୟଣ ଦେଶ ଏଠାରେ ସମସ୍ତଙ୍କୁ ସମାନ ଅଧିକାର ମିଳିଥାଏ ବେଳେ ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥାଏ ଧର୍ମ ଧର୍ମ ମଧ୍ୟରେ ବାଦ ବିବାଦ ଲଗିଯାଇଥାଏ । ଜଣେ ମୁସଲିମ ମହିଳା ଧର୍ମକୁ ପ୍ରତିବନ୍ଧକ ନଭାବି ସଂସ୍କୃତ ଶିକ୍ଷା ଗ୍ରହଣ କରି ସଂସ୍କୃତର ଅନବରତ ଶିକ୍ଷା ପ୍ରଦାନ କରି ସମାଜକୁ ବଡ ବାର୍ତ୍ତା ଦେଉଛନ୍ତି ଦେବଗଡ ଜିଲ୍ଲା ଖଇରିପାଲି ଉଚ୍ଚ ବିଦ୍ୟାଳୟର ଜଣେ ମୁସଲିମ ମହିଳା ଶିକ୍ଷୟିତ୍ରୀ ହସନ ତାରା ।

ଦେବଗଡ ଜିଲ୍ଲା ଖଇରିପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ହସନ ତାରା ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଯେତେ ବେଳେ ତାଙ୍କର ପାଠ ପଢା ଆରମ୍ଭ କରନ୍ତି ଛାତ୍ରଛାତ୍ରୀ ଭିତରେ ହଜିଯାଆନ୍ତି କେତେ ବେଳେ ସ୍କୁଲର ପିରିଅଡ ସରିଯାଏ ସେ ମଧ୍ୟ ଜାଣିପାରନ୍ତି । କୈଣସି ଜାତି ଧର୍ମ ବା ବର୍ଣ୍ଣଠାରୁ ଶିକ୍ଷା ଓ ଶିକ୍ଷକତା ଯେ ବହୁ ଉର୍ଦ୍ଧରେ ସେ ତାଙ୍କ କର୍ମ ମାଧ୍ୟମରେ ପ୍ରମାଣ କରିଦିଅନ୍ତି । ମୁସଲିମ ଶିକ୍ଷୟିତ୍ରୀ ହସନ ତାରା ଛୋଟ ବେଳେ ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ମିଶ୍ରଙ୍କ ସଂସ୍କୃତ ଶିକ୍ଷା ଦାନ ଶୌଳୀ ହାସନଙ୍କୁ ବେଶ ପ୍ରଭାବିତ କରିଥିଲା ପରେ ସଂସ୍କୃତ ଶିକ୍ଷା ପ୍ରତି ଆଗ୍ରହ ବଢିଥିଲା ।

ହାସନଙ୍କ ପିତା ଆଦିକ ଅହମଦ ଉତ୍ତରପ୍ରଦେଶରୁ ଆସିଥିଲେ ରେଙ୍ଗାଲିରେ ଠିକାଦାର ଭାବରେ କାମ କରୁଥିଲେ ସେଠାରେ ବାସିନ୍ଦା ହୋଇ ରହିଯାଇଥିଲେ । ହସନଙ୍କ ବାପା ପାଠ ପଢା ରେ ନିଜ ଝିଅକୁ ନିଜ ଇଚ୍ଛା ଅନୁସାରେ ପାଠ ପଢିବା ପାଇଁ ଅନୁମତି ଦେଇଥିଲେ । ଏହାପରେ ହାସନ ରେଙ୍ଗାଲି ରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ଶେଷ କରି ଉକ୍ତଳ ବିଶ୍ୱ ବିଦ୍ୟାଳୟରେ ସଂସ୍କୃତ ଭାଷାରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ଲାଭକରି ତାଙ୍କର ଶିକ୍ଷକତା ଆରମ୍ଭ  କରିଥିଲେ । ସଂସ୍କୃତ ଭାଷା ଶିକ୍ଷା ଗ୍ରହଣ କରିବା ପରେ ରୋଜଗାର କରିବେ ବୋଲି କେବେ ଭାବିନଥିଲେ କିନ୍ତୁ ଆଜି ସଂସ୍କୃତ ଭାଷା ତାଙ୍କର ଜୀବନ ଜିବିକା ସାଜିଛି ।

ଦେବଗଡ ଜିଲ୍ଲା ଖଇରିପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ହସନ ତାରା ୧୯୯୩ରେ ସଂସ୍କୃତ ଶିକ୍ଷୟିତ୍ରୀ ହିସାବରେ ବିଦ୍ୟାଳୟରେ ଯୋଗଦାନ କରି ଦିର୍ଘ ୨୭ବର୍ଷ ଅହରହ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢେଇ ଚାଲିଛନ୍ତି । ତାଙ୍କର ନିଜ ଭାଷା ଉର୍ଦ୍ଦୁ ହୋଇଥିଲେ ମଧ୍ୟ ସଂସ୍କୃତ ଭାଷାକୁ ଆପଣେଇ ନେଇଛନ୍ତି ଛାତ୍ରଛାତ୍ରୀ କହନ୍ତି ଶିକ୍ଷୟିତ୍ରୀ ସୁନ୍ଦର ଭାବରେ ଆମକୁ ସଂସ୍କୃତ ପଢାନ୍ତି ଯଦି କୌଣସି କଥା ବୁଝି ନପାରିଲେ ପଚାରିଲେ ପୁଣି ବୁଝାଇ ଦେଇଥାନ୍ତି । ହାସନ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷାର ଶିକ୍ଷା ଦାନ କରି ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଜାରି ରଖିଛନ୍ତି । ସ୍କୁଲରେ ଗଣେଶ ପୂଜା, ସରସ୍ୱତୀ ପୂଜା ରେ ପିଲାମାନଙ୍କ ସହିତ ମଶି ପାଳନ କରିଥାନ୍ତି । ବାନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ଜଣେ ମୁସଲମାନ ପ୍ରଧ୍ୟାପକ ନିଯୁକ୍ତିକୁ ନେଇ ବିରୋଧ ଚାଲିଥିବା ବେଳେ ତାହା ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତାହାକୁ ଏଠାରେ ଥିବା ଶିକ୍ଷକ କହିଛନ୍ତି ତାହା ଠିକ ନୁହେଁ ପାଠ ପଢା ରେ କିଛି ବାଛ ବିଚାର ନାହିଁ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଉଚିତ ବୋଲି କହିଛନ୍ତି।