ବିଜେପୁରରେ ନବୀନଙ୍କ ଲୋକପ୍ରିୟତା ଦେଖି ଅବାକ ବିରୋଧି!

ବିଜେପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କିପରି ରହିଛି ଜାଣିଛନ୍ତି କି? ନବୀନଙ୍କ ସାମନାରେ ଫେଲ ମାରିଛନ୍ତି ଅନ୍ୟାନ୍ୟ ଦଳର ହେବିୱେଟ୍ । ହେଲେ କାହିଁକି ? ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।

ବିଜେପୁରରେ ନବୀନଙ୍କ ଲୋକପ୍ରିୟତା ଦେଖି ଅବାକ ବିରୋଧି!
BJD suprimo Naveen Patnaik campaigns In Bijepur.(Zee Odisha) Picture Courtesy @Naveen_Odisha

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ସରିଲା ନିର୍ବାଚନୀ ପ୍ରଚାର, ଭୋଟକୁ ଅପେକ୍ଷା । ଅକ୍ଟୋବର ୨୧ରେ ହେବାକୁ ଯାଉଛି ବିଜେପୁର ଉପନିର୍ବାଚନ । ଭିନ୍ନ ଭିନ୍ନ ଉପାୟରେ ଭୋଟରଙ୍କୁ ଆକର୍ଷଣ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ସମସ୍ତ ପ୍ରତିଦ୍ୱନ୍ଦି ପ୍ରାର୍ଥୀ । ଦଳୀୟ ହେବିୱେଟମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଓ କରିଥିଲେ ପ୍ରଚାର । ହେଲେ ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ସରିଛି ନିର୍ବାଚନୀ ପ୍ରଚାର ଓ ଶୂନଶାନ ହୋଇ ପଡ଼ିଛି ବିଜେପୁର ମଇଦାନ । ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ୨୧ ତାରିଖକୁ ସମସ୍ତଙ୍କ ଅପେକ୍ଷା । ହେଲେ ନବୀନଙ୍କ ଲୋକପ୍ରିୟତା କମି ନାହିଁ, ଯେପରି ଥିଲା ସେହିପରି ହିଁ ରହିଛି । 

ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ହିଞ୍ଜିଳି ଓ ବିଜେପୁର ଉଭୟ ଆସନରୁ ବିଜୟୀ ହୋଇଥିଲେ ନବୀନ, ତେଣୁ ସେ ବାଧ୍ୟ ହୋଇ ବିଜେପୁର ଆସନକୁ ଛାଡ଼ି ଦେଇଥିଲେ । ହିଞ୍ଜିଳି ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ତାକୁ ଗ୍ରହଣ କରିଥିଲେ । କିନ୍ତୁ ବିଜେପୁରର ତଦାରଖ ଦାୟିତ୍ୱ ସେ ନିଜ ହାତକୁ ନେଇଥିଲେ । ପୂର୍ବରୁ ରୀତା ସାହୁ ଏହି ଆସନରୁ ବିଜୟୀ ହୋଇଥିଲେ, ତେବେ ନବୀନ ନିର୍ବାଚନ ପୂର୍ବରୁ ହେଉ ଅବା ନିର୍ବାଚନ ପରେ ବିଜେପୁରବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ । ଏହାସହ ଏକ ସରକାରୀ ଆଇଟିଆଇ କଲେଜ ସହ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ଏହି ସ୍ୱତନ୍ତ୍ର ପ୍ୟାକେଜର କାମ କେତେ ଦୂର ଚାଲିଛି ସେସବୁର ସମୀକ୍ଷା ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ କରୁଥିଲେ । ତେଣୁ, ସେଠାରେ ନବୀନଙ୍କ ଲୋକପ୍ରିୟତା ଢେର୍ ଅଧିକ ।

 BJD suprimo Naveen Patnaik In Bijepur.

ସେହିପରି ବିଜେପୁର ପ୍ରଚାର ସମୟରେ ନବୀନଙ୍କ ରୋଡ୍ ଶୋ' ଦେଖି ବିରୋଧୀ ମଧ୍ୟ ନିରବ ହୋଇ ଯାଇଥିଲେ । କାରଣ ବିରୋଧୀ ଠିକ୍ ଜାଣିଛନ୍ତି ଯେ, ନବୀନଙ୍କ ପରି ଲୋକପ୍ରିୟ ନେତା ଆଉ ଓଡ଼ିଶାରେ କେହି ନାହାଁନ୍ତି । ନବୀନଙ୍କୁ ଓଡ଼ିଶାରେ ଟକ୍କର ଦେବା ନେତା ଓଡ଼ିଶାରେ କେହି ଜନ୍ମି ନାହାନ୍ତି କହିଲେ କିଛି ଭୁଲ ହେବ ନାହିଁ । ଓଡ଼ିଶାରେ ଦୀର୍ଘ ୨୦ ବର୍ଷ ଧରି ନିଜର ଦବଦବା ବଜାୟ ରଖିଥିବା ନବୀନ ପଟ୍ଟନାୟକ ଖାଲି ଓଡ଼ିଶାରେ ନୁହଁ ବରଂ ବିଜେପୁରରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ସେହିପରି ଏଠାରେ ୧୬ଟି ପଞ୍ଚାୟତ ବୁଲି ନବୀନ ଭୋଟ୍ ମାଗିବା ପରେ ଅନ୍ୟ ବିରୋଧୀ ଦଳମାନେ ନିରାଶ ହୋଇ ପଡ଼ିଥିବା ଜଣାପଡ଼ିଛି ।

ନିକଟରେ କଂଗ୍ରେସ ମଧ୍ୟ ବିଜେପୁରରେ ବିଜେଡିର ବିଜୟ ନେଇ ନିଜର ହାତ ଟେକି ଦେଇଛି । ମୋଟାମୋଟି ଭାବେ କହିବାକୁ ଗଲେ ବିଜେପୁରରେ ବିଜେଡିର ପଲା ଭାରି ରହିଛି । ବରପାଲି ଏନଏସି ଓ ବିଜେପୁରରେ ବିଜେଡିର ଦବଦବା ଢେର୍ ରହିଛି । କେବଳ ବରପାଲିର କେତେକ ସ୍ଥାନରେ ବିଜେପି ଲୋକଙ୍କର ଆସ୍ଥାଭାଜନ ହେବାରେ ସଫଳ ହୋଇଛି । ଅନ୍ୟପଟେ ଗାଇସିଲଟରେ କଂଗ୍ରେସର ଦବଦବା ରହିଛି କିନ୍ତୁ ସମସ୍ତ ଭୋଟ ଯେ କଂଗ୍ରେସ ଖାତାକୁ ଯିବ ସେଥିର ଗ୍ୟାରେଣ୍ଟି ନାହିଁ । ଗାଇସିଲଟର କିଛି ଭୋଟ ବିଜେଡି ଖାତାକୁ ଯିବାନେଇ ଚର୍ଚ୍ଚା ହେଉଛି । ତେଣୁ, ବିଜେଡି ପୁଣି ଥରେ ବିଜେପୁରରେ ନିଜର ଗଡ଼ ବଜାୟ ରଖିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ।