ସମ୍ବଲପୁରରେ ପ୍ରତିଷ୍ଠା ହେବ ନୂତନ କୋଭିଡ ହସ୍ପିଟାଲ
Advertisement
Article Detail0/zeeodisha/odisha909163

ସମ୍ବଲପୁରରେ ପ୍ରତିଷ୍ଠା ହେବ ନୂତନ କୋଭିଡ ହସ୍ପିଟାଲ

ଏମସିଏଲ ସହଯୋଗରେ ଆରମ୍ଭ ହେବାକୁ ଯାଉଥିବା ଏହି ହସ୍ପିଟାଲକୁ ବିକାଶ ଗ୍ରୁପ ପରିଚାଳନା କରିବ।

ସମ୍ବଲପୁରରେ ପ୍ରତିଷ୍ଠା ହେବ ନୂତନ କୋଭିଡ ହସ୍ପିଟାଲ

ସମ୍ବଲପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁର ଠାରେ କୋଭିଡ ରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ଆଉ ଏକ ନୂତନ କୋଭିଡ ବିକାଶ ସିଟି ହସ୍ପିଟାଲ ଆରମ୍ଭ କରିବାକୁ ଯାଉଛି। ଏନେଇ ଜଣାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ରାଜ୍ୟ ସରକାର ଏନେଇ ଶୁକ୍ରବାର ବିଧିବଦ୍ଧ ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। 
 
ରାଷ୍ଟ୍ରୟତ୍ତ ଉଦ୍ୟୋଗ (State Owned Enterprise) ମହାନଦୀ କୋଲ୍ଡଫିଲ୍ଡସ ଲିମିଟେଡ-ଏମସିଏଲ (Mahanadi Coalfields Limited-MCL) ସହଯୋଗରେ ଆରମ୍ଭ ହେବାକୁ ଯାଉଥିବା ଏହି ହସ୍ପିଟାଲକୁ ବିକାଶ ଗ୍ରୁପ ପରିଚାଳନା କରିବ। ଏହି ଚିକିତ୍ସାଳୟ ବିକାଶ ସିଟି କୋଭିଡ ହସ୍ପିଟାଲ (Vikash City Covid Hospital) ନାମରେ କାଯ୍ୟକ୍ଷମ ହେବ। 

Also Read: ମାସେ ଭିତରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁରର ଅକ୍ସିଜେନ ପ୍ଲାଣ୍ଟ

ଏଠାରେ କୋଭିଡ ଆକ୍ରାନ୍ତଙ୍କ ୮୦ ଏଚଡିୟୁ ବେଡ (HDU Bed), ୨୦ ଆଇସିୟୁ (ICU), ୧୦ ଭେଣ୍ଟିଲେଟର (Ventilator) ସୁବିଧା ଥିବା ବେଡ ରହିବା ନେଇ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏହା ସହ ସୁନ୍ଦରଗଡ ଜିଲ୍ଲାର ବସୁନ୍ଧରା, ଅନୁଗୁଳ ଜିଲ୍ଲାର ଅନୁଗୁଳ ସହ ତାଳଚେର ଠାରେ ଥିବା ହସ୍ପିଟାଲରେ ମଧ୍ୟ ଅକ୍ସିଜେନ ସହ ଅନ୍ୟ ସବୁ ଆନୁଷଙ୍ଗୀକ ସୁବିଧା କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।