• ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ବନ୍ଦ ରହିବ, ସୂଚନା ଦେଲେ କଟକ ଜିଲ୍ଲାପାଳ
  • ରାଜ୍ୟରେ ୨୪ ଘଣ୍ଟାରେ ୧ ହଜାର ୫୪୭ ନୂଆ #Corona ଆକ୍ରାନ୍ତ ଚିହ୍ନଟ।କ୍ବାରେଣ୍ଟାଇନରୁ ୮୯୧ ଓ ଲୋକାଲ କେସ ରହିଛି ୬୫୬ ।
  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬କୁ ବୃଦ୍ଧି ।
  • IPL 2020: ଆଜି ରାଜସ୍ଥାନ ଓ ପଞ୍ଜାବ ମୁହାଁମୁହିଁ
  • କାର୍ତ୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା
  • ହବିଷ୍ୟାଳିଙ୍କ ନିକଟକୁ ପଠାଯିବ ଅବଢା
  • ରାଜ୍ୟରେ ୨୪ ଘଣ୍ଟାରେ ୧୧ କରୋନା ରୋଗୀଙ୍କ ମୃତ୍ୟୁ
  • ଅନୁଗୁଳ କଣିହାଁ ବନାଞ୍ଚଳ ବଜ୍ରକୋଟ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ
  • ଡିଜିପିଙ୍କ ତିର୍ତ୍ତୋଲ ଗସ୍ତ, ଉପନିର୍ବାଚନ ପାଇଁ ସ୍ଥିତି ପରଖିଲେ
  • କୁନା ତ୍ରିପାଠୀଙ୍କ ଟ୍ରାନଫରମର ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି, ବିଜେଡ଼ିକୁ ପାଲଟା ଆକ୍ରମଣ କଲା ବିଜେପି

ନିରଞ୍ଜନଙ୍କ କଥାରେ ରାଜିହେଲେ ରିପୁନାଥ

୨୧ରେ ହେବ ବିଜେପୁୁର ଉପନିର୍ବାଚନ । ପ୍ରଚାର ଜୋରଦାର କଲେ ତିିନି ପ୍ରମୁଖ ଦଳ । ଦୁର୍ଗାପୂଜା ପରେ ଜମିଲାଣି ମଇଦାନ । ରିପୁନାଥଙ୍କୁ ମନାଇୂବାରେ ସଫଳ କଂଗ୍ରେସ । କଂଗ୍ରେସ ପାଇଁ ପ୍ରଚାର କରିବେ ରିପୁନାଥ ।

ନିରଞ୍ଜନଙ୍କ କଥାରେ ରାଜିହେଲେ ରିପୁନାଥ

ବରଗଡ଼/ସମ୍ବଲପୁର: ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ତିନି ପ୍ରମୁଖ ଦଳ । ଭୋଟରଙ୍କ ନିକଟରେ ପହଁଞ୍ଚିବା ଓ ତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରୁନାହାଁନ୍ତି କୌଣସି ଦଳ ।

ନାମାଙ୍କନ ପତ୍ର ଦାଖଲ ପରେ ଦୁର୍ଗା ପୂଜା ପଡିଥିବାରୁ ପ୍ରଚାର କିଛିଟା ଶିଥିଳ ହୋଇପଡିଥିଲା । ହେଲେ ଦୁର୍ଗା ପୂଜା ସରୁ ସରୁ ବିଜେପୁର ମଇଦାନରେ ଓହ୍ଲାଇଲେଣି ସବୁ ଦଳର ନେତା ଓ ପ୍ରାର୍ଥୀ । ବିଜେପୁର ଉପନିର୍ବାଚନର ପ୍ରଚାରରେ କିଛିଟି ପଛରେ ପଡିଯାଇଥିବା କଂଗ୍ରେସ ଦଳ ନିଜକୁ ଉପନିର୍ବାଚନ ରେସରେ ରଖିବା ପାଇଁ ଟିକଟ ନପାଇ ଅସନ୍ତୁଷ୍ଟ ଥିବା ରିପୁନାଥଙ୍କ ଶରଣ ପଶିଛି କଂଗ୍ରେସ ଦଳ ।

ସେ ନେଇ ଆଜି ପ୍ରୟାସ କରି ସଫଳ ହୋଇଛନ୍ତି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ୍ୟ ନିରଞ୍ଜନ ପଟ୍ଟନାୟକ । ବିଜେପୁରରେ ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ରିପୁନାଥ ସେଠଙ୍କୁ ମନାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ଘରେ ରିପୁନାଥ ସେଠ୍‌ଙ୍କ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା ହେବା ପରେ ରିପୁନାଥ ଦଳ ପାଇଁ ପ୍ରଚାର କରିବେ ବୋଲି ସହମତି ପ୍ରକାଶ କରିଥିବା ଜଣାପଡିଛି ।

ବିଜେପୁର ଉପ ନିର୍ବାଚନରେ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରିପୁନାଥ । ଫଳରେ ଗଣମାଧ୍ୟମ ଆଗରେ ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିଥିଲେ ରିପୁନାଥ । କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ବୋଲି ମଧ୍ୟ କହିଥିଲେ ରିପୁନାଥ । ଶେଷରେ ଦଳ ପକ୍ଷରୁ ରିପୁନାଥଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଥିବାବେଳେ ରିପୁନାଥ ମାନିଥିବା ଜଣା ପଡିଛି । ତେବେ ସେ ଏହା ମଧ୍ୟ କହିଛନ୍ତି ମୁଁ ସେଠାରେ କଂଗ୍ରେସ ଦଳ ପାଇଁ ପ୍ରଚାର କରିବି ନା କି କୌଣସି ପ୍ରାର୍ଥୀଙ୍କ ପାଇଁ ।

ତେବେ ସୂଚନାଯୋଗ୍ୟ ଯେ, ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଥିଲେ ରିପୁନାଥ । ରିପୁନାଥ ତାଙ୍କ ପୁଅ ପାଇଁ କଂଗ୍ରେସ ଟିକେଟ୍ ପାଇବାକୁ ଆଶା ରଖିଥିଲେ । ମାତ୍ର କଂଗ୍ରେସ ସେଠାରୁ ବରଗଡ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ଅସନ୍ତୁଷ୍ଟ ରିପୁନାଥ ଦଳ ବିରୋଦ୍ଧରେ ଖୋଲା ଖୋଲି ଭାବେ ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ ।