• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଅବ୍ୟବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ର; ୩୫ଟି ନର୍ସିଂହୋମରେ ନାହିଁ ଫାୟାର ସେଫଟି

ଅବ୍ୟବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ର।  ୩୫ଟି ନର୍ସିଂହୋମରେ ନାହିଁ ଫାୟାର ସେଫଟି। ୧୫ ବର୍ଷ ପୂର୍ବରୁ ଥିବା ଫାୟାର ଫାଇଟିଂ ନିୟମରେ ଚାଲିଛି ନର୍ସିଂହୋମ। ୩ ବର୍ଷ ହେବ ହୋଇନାହିଁ ତଦାରଖ 

ଅବ୍ୟବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ର; ୩୫ଟି ନର୍ସିଂହୋମରେ ନାହିଁ ଫାୟାର ସେଫଟି

ସମ୍ବଲପୁର: ସମ୍ବଲପୁରରେ ଅଗ୍ନିଶମ ବିଭାଗର ନୋ ଅବଜେକ୍ସନ ସାର୍ଟିଫିକେଟ ବିନା ଚାଲିଛି ନର୍ସିଂହୋମ। ହେଲେ ପ୍ରଶାସନ ସବୁ ଜାଣି ବି ଚୁପ୍ ରହିଛି। ସମ୍ବଲପୁର ଓ ବୁର୍ଲାରେ ମଧ୍ୟ ରହିଛି ଛୋ ଟ ବଡ 35ଟି ନର୍ସିଂହୋମ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସମ୍ବଲପୁର ଓ ବୁର୍ଲାରେ ଥିବା ସମସ୍ତ ନର୍ସିଂହୋମ ତଥା ଘରୋଇ ଚିକିତ୍ସାଳୟରେ ଫାୟାର ସେଫ୍ଟିର ଉପଯୁକ୍ତ ବ୍ୟବସ୍ଥା ନାହିଁ ଯାହା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି । 

ସମ୍ବଲପୁର ଓ ବୁର୍ଲାରେ ପାଖାପାଖି 35 ଟି ନର୍ସିଂହୋମରେ ନାହିଁ ଫାୟାର ସେଫଟି। ଏଥିସହ କୌଣସି ନର୍ସିଂହୋମର ନୋ ଅବଜେକ୍ସନ ସାର୍ଟିଫିକେଟ ନାହିଁ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡିଛି। 15 ବର୍ଷ ପୂର୍ବରୁ ଥିବା ଫାୟାର ଫାଇଟିଂ ନିୟମରେ ନର୍ସିଂହୋମଗୁଡିକ ବର୍ତ୍ତମାନ ସୁଦ୍ଧା ଚାଲିଛି। ନୂଆ ନିୟମ ଲାଗୁ ହେବା ପରେ ଅଗ୍ନିଶମର ବ୍ୟବସ୍ଥା ଥିଲେ ବି 3 ବର୍ଷ ହେବ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓ ଅଗ୍ନିଶମ ବିଭାଗର ଟିମ୍  ତଦାରଖ ପାଇଁ ଆସିନାହାନ୍ତି କି ଏନଓସି ଦେଇନଥିବା ଅଭିଯୋଗ ହେଉଛି । 

ସେପଟେ କେବଳ ନିୟମିତ ବ୍ୟବଧାନରେ ତାଗିତ କରି ନିଜ ମୁଣ୍ଡରୁ ଦୋଷ ଖସାଇଦେଉଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ତେବେ ବିଲ୍ଡିଂର ଚାରିପଟେ 6 ମିଟର ଚଉଡା ରାସ୍ତା ରହିବା ସହ ବିଲଡିଂର ଗ୍ରାଉଣ୍ଡ ଫ୍ଲୋର ଅଥବା ଟପ ଫ୍ଲୋରରେ 50 ହଜାରରୁ 1 ଲକ୍ଷ ଲିଟରର ପାଣି ଟାଙ୍କି ଆବଶ୍ୟକ। ସିଡି 2 ମିଟର ଚଉଡା ଓ ପ୍ରସ୍ଥାନ ମଧ୍ୟ 2 ମିଟର ଚଉଡା ହେବା ଦରକାର। ଏହା ସହ ଫାୟାର ଏକଷ୍ଟିନଗୁୟୀସର, ଫାୟାର ଆଲାରାମ, ଡିଟେକ୍ଟର, ହୋସ ରିଲ, ଡାଉନ କମର, ୱେତ ରାଇଜର, ସ୍ପ୍ରିଂକ୍ଲେର, ୟାର୍ଡ ହାଇଡରେଣ୍ଟ ପ୍ରଭୃତି ଜିନିଷ ରହିବା ଦରକାର ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।

ତେବେ ଉପଯୁକ୍ତ ଅଗ୍ନି ନିରୋଧକ ବ୍ୟବସ୍ଥା ନଥିବାରୁ 2016 ରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 22 ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ବି ସ୍ବାସ୍ଥ୍ୟ ବିଭାଗର ଏପରି ଖାମଖିଆଲି ନିତି ଆଗକୁ ଏକ ଅଘୋଷିତ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି ଏଥିରେ ସନ୍ଦେହ ନାହିଁ ।