ଭାଇରସ୍ ମୁକାବିଲା: ମା' ସମଲେଶ୍ୱରୀଙ୍କ ଦର୍ଶନ ଉପରେ କଟକଣା
Advertisement

ଭାଇରସ୍ ମୁକାବିଲା: ମା' ସମଲେଶ୍ୱରୀଙ୍କ ଦର୍ଶନ ଉପରେ କଟକଣା

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ଥିବା ମଳଗୁଡିକ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି । 

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ସମଗ୍ର ବିଶ୍ୱରେ ମହାମାରୀ କୋରୋନା ହଇଚଇ ସୃଷ୍ଟି କରିଥିବା ବେଳେ ସମ୍ବଲପୁର  ପ୍ରଶାସନ ପକ୍ଷରୁ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ଥିବା ମଲଗୁଡିକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି । ସେହିପରି ସମଲେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ମଧ୍ୟ କଟକଣା ଲଗାଯାଇଛି ।

କୋରୋନା  ମୁକାବିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ପ୍ରଶାସନ ପକ୍ଷରୁ ମଧ୍ୟ  ଏଥି ପାଇଁ ତତ୍ପରତା ପ୍ରକାଶ ପାଇଛି । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ଥିବା ମଳଗୁଡିକ ବନ୍ଦ କରିବା ପାଇଁ ନୋଟିସ ଜାରି କରାଯାଇଛି । ଏହାସହ ବିବାହ ଆଦି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଭିଡ଼ ନ ଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରିବା  ପାଇଁ  ପ୍ରଶାସନ ପକ୍ଷରୁ  ବ୍ୟବସ୍ଥା କରାଯାଇଛି । 

କୋରୋନା ପାଇଁ ସମ୍ବଲପୁର ସମଲେଇ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ  କଟକଣା ଲଗାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ସୋମବାରଠୁ ଗମ୍ଭୀରା ଭିତର ଦର୍ଶନ ବନ୍ଦ କଲା ମନ୍ଦିର ପ୍ରଶାସନ । କାନ୍ଥବାଡ଼, ରେଲିଂ ଦ୍ୱାର ନ ଛୁଇଁବା, ପାର୍ଶ୍ୱ ଦେବାଦେବୀଙ୍କୁ ନ ଛୁଇଁବା ପାଇଁ ପରାମର୍ଶ ଦେବା ସହ କଟକଣା ଲଗାଯାଇଛି । ଡିଜିଟାଲ ନନ୍ ଟଚ ଥର୍ମୋମିଟରରେ ଟେଷ୍ଟ ହେବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କୁ ସଚେତନ କରାଇବା ପାଇଁ ସିକ୍ୟୁରିଟି ସଂଖ୍ୟା ବଢ଼ାଯିବ । ଏକା ସାଙ୍ଗରେ ଅଧିକ ଲୋକ ନ ଯିବା ସହ ୨ଟି ସ୍ଥାନରେ ଥର୍ମାଲ ସ୍କ୍ରିନିଂ କରାଯିବ । ଅଡିଓ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯିବ । 

ଗୋଟିଏ ପଟେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ଭାଇରସ ସଂକ୍ରମଣରୁ ରକ୍ଷା କରିବା ପାଇଁ କଟକଣା ଲାଗୁ କରାଯାଇଛି । 

 ଆହୁରି ପଢ଼ନ୍ତୁ; ଓଡ଼ିଶାକୁ ଏଣ୍ଟ୍ରି ମାରିଲା କୋରୋନା