ଅଜବ ନିୟମ, କାର ଚାଳକଙ୍କୁ ହେଲମେଟ ଫାଇନ
Advertisement

ଅଜବ ନିୟମ, କାର ଚାଳକଙ୍କୁ ହେଲମେଟ ଫାଇନ

ବୁଧବାର ସମ୍ବଲପୁର ନନ୍ଦପଡା ସ୍ଥିତ ଚନ୍ଦ୍ର କୁମାର ବେହେରା ମେଡିକାଲ କାମରେ ନିଜ ସ୍ତ୍ରୀଙ୍କ ସହିତ ନିଜ କାରରେ ବୁର୍ଲା ଅଭିମୁଖେ ଯାଉଥିଲେ । ସେହି ସମୟରେ ଫାର୍ମ ରୋଡ ସ୍ଥିତ ରାଧାନାଥ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ପୋଲିସ ପକ୍ଷରୁ ହେଲମେଟ ଚେକିଙ୍ଗ ହେଉଥିଲା ।

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ଜିଲ୍ଲା ପରିବହନ ବିଭାଗର ଅଜବ ନିୟମ । କାର ଚାଳକଙ୍କ ଠାରୁ  ଆଦାୟ ହେଲା ହେଲମେଟ ନ ପିନ୍ଧିବା ଫାଇନ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲାରେ । କାର ଚାଳକ ହେଲମେଟ ପିନ୍ଧି ନଥିବାରୁ ଜିଲ୍ଲା ପରିବହନ ବିଭାଗ ଫାଇନ ଆଦାୟ କରିଛି  ।

ସୂଚନା ମୁତାବକ, ବୁଧବାର ସମ୍ବଲପୁର ନନ୍ଦପଡା ସ୍ଥିତ ଚନ୍ଦ୍ର କୁମାର ବେହେରା ମେଡିକାଲ କାମରେ ନିଜ ସ୍ତ୍ରୀଙ୍କ ସହିତ ନିଜ କାରରେ ବୁର୍ଲା ଅଭିମୁଖେ ଯାଉଥିଲେ । ସେହି ସମୟରେ ଫାର୍ମ ରୋଡ ସ୍ଥିତ ରାଧାନାଥ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ପୋଲିସ ପକ୍ଷରୁ ହେଲମେଟ ଚେକିଙ୍ଗ ହେଉଥିଲା । ତେବେ ପୋଲିସ  ଚନ୍ଦ୍ର ବେହେରାଙ୍କ କାରକୁ ଅଟକାଇ ହେଲେମେଟ  ନ ପିନ୍ଧି  ଥିବା କହି ଚାଳାନ କାଟିଛି ।

ଅନ୍ୟପକ୍ଷେ କାର  ନମ୍ବରଟି OD 15 D 6446 (ଇଣ୍ତିଗୋ ଇ ସି ଏସ) ଚାରି ଚକିଆ ଗାଡ଼ି ହୋଇଥିବା ବେଳେ ହେଲମେଟ ନ ପିନ୍ଧି ଗାଡି ଚଳାଉଥିବାର ଅଭିଯୋଗ କରି ୧୦୦୦ ହଜାରେ ଟଙ୍କାର ଚାଳାନ କାଟିଥିଲେ । ପରେ ଚନ୍ଦ୍ର ବେହେରା ଚାଳାନ ପାଇଁ ଜିଲ୍ଲା ପରିବହନ ବିଭାଗ ପାଖକୁ ପହଞ୍ଚି ଫାଇନ ଦେବା ପାଇଁ କହିବାରୁ ସମ୍ବଲପୁର ପରିବହନ ବିଭାଗ ଫାଇନ ନେବ ନାହିଁ କହିଛି ।