ଦାୟିତ୍ୱ ଗ୍ରହଣ କଲେ ନୂତନ Northern Range IGP
Advertisement

ଦାୟିତ୍ୱ ଗ୍ରହଣ କଲେ ନୂତନ Northern Range IGP

ପୂର୍ବରୁ ବଲାଙ୍ଗୀର ଏସସି ଭାବେ କାମ କରିସାରିଛନ୍ତି ନୂତନ ଆଇଜି। 

ଦାୟିତ୍ୱ ଗ୍ରହଣ କଲେ ନୂତନ Northern Range IGP

ସମ୍ବଲପୁର: ଉତ୍ତରାଞ୍ଚଳ ଆଇଜି ଭାବେ ଆଜି ଯୋଗଦେଲେ  ୨୦୦୪ ବ୍ୟାଚର ଆଇପିଏସ ଅଧିକାରୀ ଦୀପକ କୁମାର। ରବିବାର ଉତ୍ତରାଞ୍ଚଳ ରେଞ୍ଜର ସମସ୍ତ ପୋଲିସ ଆରକ୍ଷା ଅଧିକ୍ଷକଙ୍କ ଉପସ୍ଥିତିରେ ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଦୀପକ କୁମାର। କେନ୍ଦ୍ରୀୟ ଡେପୁଟସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଆଇଜି ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। 

ଉତ୍ତରାଞ୍ଚଳ ରେଞ୍ଜ (Odisha Police Northern Range) ଅଞ୍ଚଳର କୋଉ ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ମାଓ ମୁକାବିଲା କ୍ଷେତ୍ରରେ କେଉଁ ରଣନୀତି ଗ୍ରହଣ କରାଯିବ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ନୂତନ ଆଇଜି ଦୀପକ କୁମାର (Inspector General Deepak Kumar) କହିଛନ୍ତି ଏହି ରେଞ୍ଜ ଅଧନସ୍ଥ ଆରକ୍ଷୀ ଅଧିକ୍ଷକଙ୍କ (Superintendent of Police) ସହିତ ଆଲୋଚନା କରି ସାରିବା ପରେ  ଏନେଇ ରଣନୀତି ପ୍ରସ୍ତୁତ କରାଯିବ। ପୂର୍ବରୁ ବଲାଙ୍ଗୀର ଏସସି ଭାବେ କାମ କରିଥିବାରୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି କହିଛନ୍ତି ନୂତନ ଆଇଜି। ସେ ଦାୟିତ୍ୱ ଗ୍ରହଣ କରିବା ବେଳେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାର ଏସପି  ଉପସ୍ଥିତ ରହିଥିଲେ।