Trending Photos
)
ସମ୍ବଲପୁର: ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ କ୍ୟାବିନେଟରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ ପରେ ବିଭିନ୍ନ ଅଞ୍ଚଳରେ ଉଠିଛି ବିରୋଧ କରାଯାଇଛି । ବିଶେଷ କରି ପଶ୍ଚିମାଞ୍ଚଳର ବିଭିନ୍ନ ସାଂସ୍କୃତିକ, ସାମାଜିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରାଯାଇଛି ।
ଏହି ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରର ବିରୋଧାତ୍ମକ କାର୍ଯ୍ୟକ୍ରମ ହୋଇଯାଇଛି । ସମ୍ବଲପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ଗତକାଲି ସନ୍ଧ୍ୟାରେ ଗୋଲବଜାର ଛକଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗୋଲବଜାର ଛକରେ ଉପସ୍ଥିତ ଆନ୍ଦୋଳନକାରୀମାନେ ସରକାର ବିରୋଧରେ ଓ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା କୁ ବିରୋଧ କରି ସ୍ଲୋଗାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଜୋର ଜବରଦସ୍ତ ଭାବରେ ଯେଭଳି ଭାବରେ ପଶ୍ଚିମାଞ୍ଚଳ ରେ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଙ୍ଗୀତ ର ମାନ୍ୟତା ପ୍ରଦାନ କରାଗଲା ଏହା ରାଜ୍ୟ ବିଭାଜନ ପାଇଁ ସୂତ୍ରପାତ ହେଲା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।