ମନ ମୋହିଲା ନାଟକ "ଉପଲ ଭାଦୁଡି"

ମନ ମୋହିଲା ନାଟକ "ଉପଲ ଭାଦୁଡି"

ସମ୍ବଲପୁରରେ ଶ୍ରୀ ରଙ୍ଗ ସମାଗମର ମଙ୍ଗଳବାର ସନ୍ଧ୍ୟାରେ କୋଲକାତା ଦମଦମ ଶବ୍ଦମୁଗ୍ଧ ନାଟ୍ୟକେନ୍ଦ୍ର ଦ୍ୱାରା ପରିବେଷଣ କରାଯାଇଥିଲା ବଙ୍ଗଳା ନାଟକ "ଉପଲ ଭାଦୁଡି" ଟେଲ ଅଫ ଏ ଡେଡ଼ ଷ୍ଟାର"। 

ମନ ମୋହିଲା ନାଟକ

ସମ୍ବଲପୁର: ଏବେବି ଏମିତି କଳାକାର ଅଛନ୍ତି  ଯେଉଁମାନେ  ନାଟକ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଛନ୍ତି । ସେହି ପ୍ରଥିତଜଶା ନାଟ୍ୟକର୍ମୀଙ୍କ ପାଇଁ ଆଜି ସମାଜରେ ନାଟକ ବଞ୍ଚିରହିଛି  ଏବଂ ସମାଜ କୁ ସୁନ୍ଦର ବାର୍ତ୍ତା ପ୍ରେରଣ କରୁଛି ।

କୋଲକାତାର ଜଣେ ୮୧ ବର୍ଷୀୟ ନାଟ୍ୟକର୍ମୀଙ୍କ ଜୀବନୀ କୁ ନେଇ ନାଟକ "ଉପଲ ଭାଦୁଡି" ସମସ୍ତଙ୍କର ମନ ମୋହିଛି । ସମ୍ବଲପୁରରେ ଶ୍ରୀ ରଙ୍ଗ ସମାଗମର ମଙ୍ଗଳବାର ସନ୍ଧ୍ୟାରେ କୋଲକାତା ଦମଦମ ଶବ୍ଦମୁଗ୍ଧ ନାଟ୍ୟକେନ୍ଦ୍ର ଦ୍ୱାରା ପରିବେଷଣ କରାଯାଇଥିଲା ବଙ୍ଗଳା ନାଟକ "ଉପଲ ଭାଦୁଡି" ଟେଲ ଅଫ ଏ ଡେଡ଼ ଷ୍ଟାର"। 

 

ବଙ୍ଗଳା ନାଟକ "ଉପଲ ଭାଦୁଡି" ଟେଲ ଅଫ ଏ ଡେଡ଼ ଷ୍ଟାର" ଜଣେ ନାଟକ କଳାକାର ଙ୍କ ଜୀବନୀ ଉପରେ ଆଧାରିତ । ଏଇ କାହାଣୀ ସେ ସମୟରୁ ଆରମ୍ଭ ହୋଇଛି ଯେତେବେଳେ କି ନାଟକ କ୍ଷେତ୍ରରେ ମହିଳା ମାନଙ୍କର ପ୍ରବେଶ ନିଷିଦ୍ଧ ଥିଲା । ସେ ସମୟରେ ଜଣେ ବାଳକ ଯେ କି ଚପଲ ଭାଦୁଡି ତାଙ୍କର ନାଟ୍ୟ ଜୀବନ ଝିଅ କଳାକାର ଭୂମିକାରେ ଆରମ୍ଭ କରିଥିଲେ । ଦର୍ଶକଙ୍କ ଆଦୃତି ଲାଭ କରିଥିଲେ ବାଳକ ଚପଲ। ପରେ ହୋଇପଡ଼ିଥିଲେ ଅଦରକାରୀ । ବଞ୍ଚିଥିବା ପର୍ଯ୍ୟନ୍ତ ଦର୍ଶକଙ୍କୁ ନାଟକ ମାଧ୍ୟମରେ ଆନନ୍ଦ ପ୍ରଦାନ କରୁଥିବି ବୋଲି କୁହନ୍ତି ନାଟକର ମୁଖ୍ୟ ଚରିତ୍ର ୮୧ ବର୍ଷୀୟ ଚପଲ ଭାଦୁଡି । 

Trending news