ସମ୍ବଲପୁରରେ ରହିଥିବା ସାମାଜିକ ଅନୁଷ୍ଠାନ 'ରୋଟାରୀ ଗ୍ରେଟର' ପକ୍ଷରୁ ସେହିଭଳି କିଛି ପରିବାରଙ୍କୁ ଚିହ୍ନଟ କରି ତାଙ୍କୁ ୧୫ ଦିନର ରାସନ୍ ବଣ୍ଟନ କରାଯାଉଛି ।
Trending Photos
)
ଅଜୟ କୁମାର ନାଥ, ସମ୍ବଲପୁର: ଦିନକୁ ଦିନ ଦେଶରେ କୋରୋନାର ଭୟବହାତା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ଲକଡାଉନ୍ ମଧ୍ୟ ବୃଦ୍ଧି ହୋଇଛି । କିନ୍ତୁ ଦିନ ମଜୁରିଆଙ୍କ ପାଖରେ କାମ ଧନ୍ଦା ନ ଥିବା କାରଣରୁ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିନରେ କାମ କଲେ ରାତିରେ ପରିବାର ପାଇଁ ରାସନ୍ ନେଇଥିବା ଲୋକଙ୍କ ଦୁଃଖ କହିଲେ ନସରେ ।
ତେବେ ସମ୍ବଲପୁରରେ ରହିଥିବା ସାମାଜିକ ଅନୁଷ୍ଠାନ 'ରୋଟାରୀ ଗ୍ରେଟର' ପକ୍ଷରୁ ସେହିଭଳି କିଛି ପରିବାରଙ୍କୁ ଚିହ୍ନଟ କରି ତାଙ୍କୁ ୧୫ ଦିନର ରାସନ୍ ବଣ୍ଟନ କରାଯାଉଛି । ସେହିପରି ତଳି ଅଞ୍ଚଳର ଦେହେରି ପାଲି ଠାରେ ଥିବା କିଛି ପରିବାରଙ୍କୁ ରାସନ ବଣ୍ଟନ କରିଛି ଏହି ସଙ୍ଗଠନ ଗରିବ ପରିବାରକୁ ୧୫ ଦିନ ପାଇଁ ଚାଉଳ, ଡାଲି, ଲୁଣ, ତେଲ ଇତ୍ୟାଦି ବଣ୍ଟନ କରାଯାଇଥିଲା ।
ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୮୭ରେ ପହଞ୍ଚିଲାଣି । ସେହିପରି ମୃତ୍ୟୁ ସଂଖ୍ୟା ୪୩୭ ରହିଛି । ତେବେ ୧୭୪୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।