close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏପଟେ ମାନଭଞ୍ଜନ, ସେପଟେ ବଢୁଛି ଅଭିମାନ

ବିଜେପୁର ନିର୍ବାଚନ ଯେତେ ପାଖଉଛି, ସେତେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଥିବା ରିପୁନାଥ ସେଠଙ୍କୁ ମନାଇବାକୁ ସମର୍ଥ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେପଟେ ବିଜେପିର ଅସନ୍ତୁଷ୍ଟ ନେତା ଅଶୋକ ପାଣିଗ୍ରାହୀଙ୍କୁ ନେଇ ସସପେନ୍ସ ଜାରି ରହିଛି ।

ଏପଟେ ମାନଭଞ୍ଜନ, ସେପଟେ ବଢୁଛି ଅଭିମାନ

ବରଗଡ଼/ସମ୍ବଲପୁର: ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଅସନ୍ତୁଷ୍ଟଙ୍କ ପାଇଁ ସବୁ ଦଳର ଚିନ୍ତା ବଢ଼ି ବଢ଼ି ଚାଲିଛି । ସବୁ ଯୋଜନା ଉପରେ ଅସନ୍ତୁଷ୍ଟ ନେତାମାନେ ଓଲଟପାଲଟ କରିଦେବାର ଆଶଙ୍କା ଥିବାରୁ ଦଳଗୁଡିକ ସେମାନଙ୍କୁ ମନାଇବାରେ ଲାଗି ପଡିଛନ୍ତି । ଏଥିରେ ଆଗରେ ରହିଛି କଂଗ୍ରେସ । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠଙ୍କୁ ପିସିସି ସଭାପତି ଶେଷରେ ମନାଇବାରେ ସମର୍ଥ ହୋଇଛନ୍ତି । ଦୀର୍ଘ ସମୟ ଧରି ପିସିସି ସଭାପତିଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକ କରିବା ସହ ରିପୁଙ୍କୁ ମନାଇଛନ୍ତି ନିରଂଜନ । ସବୁ ମତାନ୍ତର ଭୁଲି ଏଥର ରିପୁନାଥ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବିଜେପୁରରେ ପ୍ରଚାର କରିବେ ବୋଲି ନିରଂଜନ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି କହିଥିଲେ ମଧ୍ୟ ଦିଲ୍ଲୀପ ପଣ୍ଡା କିଏ ବୋଲି ପ୍ରଶ୍ନ କରିଛନ୍ତି ରିପୁନାଥ ।

ସବୁ ଦଳରେ ମୁଣ୍ଡବିନ୍ଧାର କାରଣ ଏବେ ଅସନ୍ତୁଷ୍ଟ ପ୍ରାର୍ଥୀ । ଅସନ୍ତୁଷ୍ଟଙ୍କୁ କେମିତି ମନାଯିବ ସେ ନେଇ ସବୁଦଳ ଜୋରଦାର କସରତ ଚଳାଇଛନ୍ତି । ଏଥିରେ କଂଗ୍ରେସ ସବୁଠୁ ଆଗରେ ଥିବାବେଳେ ଅସନ୍ତୁଷ୍ଟ ତଥା ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମନାଇଛନ୍ତି ପିସିସି ସଭାପତି । ରୁଦ୍ଧଦ୍ୱାରରେ ରିପୁଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବା ସହ ତାଙ୍କୁ ମନାଇଛନ୍ତି ନିରଂଜନ । ସବୁ ମତାନ୍ତର ଭୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ରିପୁଙ୍କୁ ମନାଇଛନ୍ତି ନିରଂଜନ । ଏପରିକି ତାଂକ ପୁଅ ପାଇଁ ଦଳୀୟ ଟିକେଟ ଲବି କରି ଟିକେଟ ପାଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ରିପୁ କିନ୍ତୁ ଏବେ ଦଳ ପାଇଁ ପ୍ରଚାର କରିବେ ବୋଲି ନିରଂଜନ କହିଛନ୍ତି । ଅନ୍ୟପକ୍ଷରେ ପ୍ରଚାର କରିବି କିନ୍ତୁ ଦିଲ୍ଲୀପ ପଣ୍ଡା କିଏ ବୋଲି ପ୍ରଶ୍ନ କରିଛନ୍ତି ରିପୁନାଥ । ଗୋଟିଏ ପଟେ କଂଗ୍ରେସ ପାଇଁ ପ୍ରଚାର କରିବି କହୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା କିଏ ବୋଲି ପ୍ରଶ୍ନ କରିବା ପ୍ରସଙ୍ଗକୁ ପୁଣିଥରେ ପ୍ରହେଳିକାକୁ ଠେଲିଦେଇଛି । 

ସେପଟେ ବିଜେପି ଶିବିରରେ କିନ୍ତୁ ଅସନ୍ତୋଷ ବଢ଼ି ଚାଲିଛି । ଦଳ ବିରୋଧରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି ବିଜେପିର ପୂର୍ବତନ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । ଏପଟେ ବିଜେପି କିନ୍ତୁ ଅଶୋକଙ୍କ ଅସନ୍ତୋଷକୁ ଗୁରୁତ୍ୱ ଦେଇ ନାହିଁ । ଦଳ ପାଇଁ କାର୍ଯ୍ୟ ନ କରି ଖାଲି ଟିକେଟ ପାଇଁ ଅଡ଼ି ବସିଲେ କିଭଳି ହେବ ବୋଲି ପ୍ରଶ୍ନ କରିଛି ଦଳ । ପୂର୍ବ ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କୁ ନେଇ ସସପେନ୍ସ ଜାରି ରହିଛି । ପୁଣି ଥରେ ଦଳ ତାଂକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ଦିନେ ଦୁଇ ଦିନ ଭିତରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ସିଧାସଳଖ କହିଛନ୍ତି ଅଶୋକ । ଦଳ ତାଙ୍କୁ ଅଣଦେଖା କରୁଥିବା ସେ କହିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଦାୟିତ୍ୱ ମିଳିନାହିଁ ଏବଂ ଦାୟିତ୍ୱ ଦେଲେ ବିଚାର କରାଯିବ ନହେଲେ କର୍ମୀଙ୍କ ପାଇଁ ନିଷ୍ପତ୍ତି ନେବି ବୋଲି ଅଶୋକ କହିଛନ୍ତି ।

ଅନ୍ୟପକ୍ଷରେ ଅଶୋକ ପାଣିଗ୍ରାହୀ ଅସନ୍ତୋଷ ଘଟଣାରେ ମୁଁହ ଖୋଲିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଅଶୋକ ଦଳର କାର୍ଯ୍ୟକ୍ରମକୁ ନିଜେ ଯିଵେନି, ସଵୁ କଥାରେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଡାକିଵେ କହିଲେ କେମିତି ହେଵ ବୋଲି କହିଛନ୍ତି ପ୍ରଦୀପ୍ତ । ଜିଲ୍ଲାର ନେତୃବୃନ୍ଦଙ୍କ ସହ ମିଶି ପ୍ରଚାର କରିବା କଥା, ପୂର୍ବରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା ଆଜି ତାଙ୍କୁ ପ୍ରାର୍ଥୀ କରାଗଲାନି ଵୋଲି ଯେ ସେ ମନ ଦୁଃଖ କରି ଘରେ ଵସିଯିଵେ, ତାହାଲେ ତାଙ୍କର ହିଁ କ୍ଷତି ହେଵ ବୋଲି ପ୍ରଦୀପ୍ତ କହିଛନ୍ତି । କଂଗ୍ରେସରେ ଅସନ୍ତୋଷ ସମାଧାନ ପାଇଁ ଜୋରଦାର ଉଦ୍ୟମ କରାଯାଇଥିବାବେଳେ ବିଜେପିରେ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ଏଭଳି ସ୍ଥିତିରେ ବିଜେଡିର କୌଣସି ନେତା ବାହାରେ କିଛି ଅସନ୍ତୋଷ ପ୍ରକାଶ କରି ନ ଥିବାବେଳେ ଦଳରେ କିଛି ଅସନ୍ତୋଷ ନ ଥିବା ଦଳ ପକ୍ଷରୁ କୁହାଯାଇଛି ।