• ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୩୨୯ ଜୀବନ
  • ଦେଶରେ ଦିନକରେ ୫୧ ହଜାର ୬୬୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ କୋରୋନାରେ ଆଉ ୪୦ ଜଣଙ୍କର ମୃତ୍ୟୁ
  • ରାଜ୍ୟରେ ଆଉ ୨୯୧୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ବନ୍ଦ
  • ଚାଷୀଙ୍କ ଟୋକନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଡାକରା
  • ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ
  • କଟକ ବୋର୍ଡ ଅଫିସ୍‌ରେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
  • ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା ରେଜଲ୍ଟ
  • ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍

Corona Pandemic: ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରିରଖିଛି ଏସଏମସି-ଜିଲ୍ଲା ପ୍ରଶାସନ

ଏସଏମସି ଅଞ୍ଚଳରେ ୨୦ ଗୋଟି ଅମ୍ଲଜାନ ସିଲିଣ୍ଡର ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ରହିଛି ଯେଉଥିରେ କୋଭିଡ ରୋଗୀଙ୍କୁ ହସ୍ପିଟାଲକୁ ନେବା କାର୍ଯ୍ୟରେ ନିୟୋଜିତ କରାଯାଇଛି।

Corona Pandemic: ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରିରଖିଛି ଏସଏମସି-ଜିଲ୍ଲା ପ୍ରଶାସନ

ସମ୍ବଲପୁର: କୋରୋନା ମହାମାରୀକୁ ମାତ୍ ଦେବାକୁ ପଦକ୍ଷପ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ କୋଭିଡ୍ ପରିଚାଳନା ନେଇ ମହାନଗର ନିଗମରେ ୫୭ ବିଶିଷ୍ଟ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ମହାମାରୀ କୋଭିଡ୍ ପାଇଁ ତପ୍ତର ହୋଇ ଉଠିଛି ସମ୍ବଲପୁର ମହାନଗର ନିଗମ। ଆଗକୁ ଆହୁରି ବ୍ୟବସ୍ଥିତ ହେବ କୋଭିଡ ରୋଗୀ ସେବା। ଏପରି ଦୃଢୋକ୍ତି ରଖିଛନ୍ତି ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ। 

ଏହା ସହ ମୁଖ୍ୟତଃ ସମ୍ବଲପୁର ମହାନଗର ନିଗମ-ଏସଏମସି (Sambalpur Municipal Corporation-SMC) କୋଭିଡ୍ ପରିଚାଳନା, ଟିକାକରଣ କାର୍ଯ୍ୟ, ଇନଫୋର୍ସମେଣ୍ଟ କିପରି ଚାଲିଛି ସେନେଇ ବିସ୍ତୃତ ବିବରଣୀ ଦେଇଛନ୍ତି ଏସଏମସି କମିଶନର। ମହାନଗର ନିଗମ ପକ୍ଷରୁ ମହାମାରୀ କୋଭିଡ୍ ପରିଚାଳନା ପାଇଁ ମହାନଗର ନିଗମ ଅଞ୍ଚଳରେ ବିଶେଷ ପଦକ୍ଷେପ ନିଆଯାଉଥିବା ନେଇ କହିଛନ୍ତି କମିଶନର। 

Also Read: କୋରୋନା ଯୋଗୁ ହ୍ରାସ ପାଇଛି ଏସଏମସି ଟିକସ ଆଦାୟ

ସମ୍ବଲପୁର ମହାନଗର ନିଗମର ସମସ୍ତ ୪୧ ୱାର୍ଡରେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହ ମହାନଗର ନିଗମ ଅଞ୍ଚଳରେ ଭୀମସାର ମେଡିକାଲ (VIMSAR Medical) ଠାରେ ୨ କୋଭିଡ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଶ୍ୱିନୀ ଦ୍ୱାରା ପରିଚାଳିତ କୋଭିଡ୍ ହସ୍ପିଟାଲ ରହିଛି। ସେହିପରି ଆରୋଗ୍ୟମ୍, ସମଲେଶ୍ବରୀ ଘରୋଇ ହସ୍ପିଟାଲରେ ମଧ୍ୟ କୋଭିଡ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି। ଏସବୁ ହସ୍ପିଟାଲରେ ମୋଟ ୮୧୫ ବେଡରେ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୨୧ ବେଡରେ ରୋଗୀଙ୍କ ଚିକିତ୍ସା କରାଯାଉଛି।

ଆଗକୁ ସମସ୍ତ ବେଡ୍ କାର୍ଯ୍ୟକ୍ଷମ କରାଯିବାର ଯୋଜନା ରହିଛି। ସବୁ ବେଡରେ ରୋଗୀଙ୍କୁ ଅମ୍ଲଜାନ ସିଲିଣ୍ଡର ଦେବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ଏସଏମସି ଅଞ୍ଚଳରେ କ୍ଲଷ୍ଟର ଲେଭେଲ ଟିଏମସି କାଇଁଶିରର ୬୦୦ ଏବଂ ବୁର୍ଲା ଠାରେ ୬୦୦ ବେଡ ବ୍ୟବସ୍ଥା ରହିଛି। ଏହି ଉଭୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ସବୁ ପ୍ରକାଶ ସୁବିଧା କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ୪୨୦୦ ଆକ୍ରାନ୍ତ ରହିଥିବା ବେଳେ ୯୦ ପ୍ରତିଶତ ଗୃହ ସଙ୍ଗରୋଧରେ (Home Isolation) ରହିଛନ୍ତି। 

Also Read: କେବେ ହେବ ସମ୍ବଲପୁର ମହାନଗର ନିଗମ ନିର୍ବାଚନ?

ଏସଏମସି ଅଞ୍ଚଳରେ ୨୦ ଗୋଟି ଅମ୍ଲଜାନ ସିଲିଣ୍ଡର ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ରହିଛି ଯେଉଥିରେ କୋଭିଡ ରୋଗୀଙ୍କୁ ହସ୍ପିଟାଲକୁ ନେବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (Sambalpur District Hospital Headquarter) ଠାରେ ଏଥିପାଇଁ ସ୍ୱତନ୍ତ୍ର ଟିମ ରହିଥିବା ବେଳେ ଏଥିପାଇଁ ଏକ ହେଲ୍ପ ଡ୍ୟାସ୍କର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୯ ଗୋଟି ସିଟିଏମସି (Charge Transfer based Metal Chelation-CTMC) ଠାରେ ୫୭୦ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା ରହିଛି। 

Also Read: ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ

ମହାନଗର ନିଗମ ପକ୍ଷରୁ ପ୍ଲାଜମା ଦାନ (Plasma Donation) କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଶନିବାର ସୁଦ୍ଧା ୬ ଜଣ ପ୍ଲାଜମା ଦାନ କରି ସାରିଛନ୍ତି। ଏସଏମସି ଅଞ୍ଚଳରେ ସଂକ୍ରମଣ ବୄଦ୍ଧି ପାଇଁ ବର୍ତ୍ତମାନ ସୁଦ୍ଧା ୨୨ ଗୋଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବେଳେ ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗ ଟିମ୍ କଣ୍ଟେନମେଣ୍ଟ ଜୋନ୍ (Containment Zone) ଏବଂ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। 

ଏସଏମସି ଅଞ୍ଚଳରେ ଥିବା ବିଭିନ୍ନ ଥାନା ଅଧିନରେ କୋଭିଡ ନିୟମ କଡାକଡି ଲାଗୁ କରିବା ସହ ବିଶେଷ ପଦକ୍ଷେପ ନିଆଯାଉଛି। ଏଥିପାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜନଗହଳି ଅଞ୍ଚଳରେ ଚଢାଉ କରାଯାଇ ନିୟମ ଉଲଂଘନକାରୀଙ୍କ ଠାରୁ ଫାଇନ୍ ଆଦାୟ ସହ କୋଭିଡ୍ ନିୟମ ମାନିବା ନେଇ କଡା ତାଗିଦ ମଧ୍ୟ କରାଯାଉଛି। ସେହିପରି ସରକାରଙ୍କ ନିର୍ଦ୍ଦେଶରେ ମହାନଗର ନିଗମ ଅଞ୍ଚଳରେ ଟିକାକରଣକୁ ମଧ୍ୟ ବେଶ୍ ଗୁରୁତ୍ୱ ଦିଆଯାଇଛି। 

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୧୮ ଗୋଟି କେନ୍ଦ୍ରରେ ୧୮-୪୪ ବର୍ଷ ଲୋକଙ୍କ ପାଇଁ ପ୍ରଥମ ଡୋଜ ଟିକା ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ଏହି କେନ୍ଦ୍ରରେ ଦୈନିକ ୨୦୦୦ ଡୋଜ୍ ଟିକା ଦେବାପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଏସଏମସି କମିଶନର ଅନିରୁଦ୍ଧ ପ୍ରଧାନ କହିଛନ୍ତି।