ଉଠିଲା ସ୍ଥାନୀୟ ନିଯୁକ୍ତି ଦାବି, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ
Advertisement

ଉଠିଲା ସ୍ଥାନୀୟ ନିଯୁକ୍ତି ଦାବି, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ସ୍ଥାନୀୟ ନିଯୁକ୍ତି ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କର୍ଯ୍ୟାଳୟ ଘେରାଓ । 

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ସ୍ଥାନୀୟ ନିଯୁକ୍ତି ଦାବିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ କର୍ଯ୍ୟାଳୟ ଘେରାଓ । ଦୀର୍ଘ ୨୦ ବର୍ଷର ନବୀନ ସରକାରଙ୍କ ଶାସନ କାଳରେ ସ୍ଥାନୀୟ ନିଯୁକ୍ତି ଶୂନ ରହିଥିବା ଅଭିଯୋଗ କରି ଗୁରୁବାର ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତା ବିକ୍ଷୋଭ କରିଥିଲେ । ଏପର୍ଯ୍ୟନ୍ତ ଜିଲ୍ଲାରେ ନିଯୁକ୍ତି ମେଳା ହୋଇ ନ ଥିବାର ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା । ତୁରନ୍ତ ସରକାର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି ସମ୍ବଲପୁର ଅଞ୍ଚଳରେ ସ୍ଥାନୀୟ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାକୁ ଏଠାରେ ଦାବି ଦୋଇଛି । 

ଗୁରୁବାର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରିକନ ପଟ୍ଟନାୟକଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ସଦସ୍ୟମାନେ ସମ୍ବଲପୁର ଶହୀଦ ସ୍ତମ୍ଭ, କଚେରୀ ଛକରୁ ଏକ ପଟୁଆରରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସ୍ଥାନୀୟ ନିଯୁକ୍ତି ଦାବିରେ ନାରାବାଜି କରିବା ସହ ଉପ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ଉପରିସ୍ଥ ଅଧିକାରୀଙ୍କ ସହ ଏହାଉପରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । 

ଆହୁରି ପଢ଼ନ୍ତୁ; ଓଡ଼ିଶାରେ ଏହି ମନ୍ଦିରରେ ଲାଗିବ ଦେଶର ସବୁଠୁ ବଡ଼ ଘଣ୍ଟି