ଆଗକୁ ପୌର ନିର୍ବାଚନ, ଫ୍ଲାଇଓଭର ଲୋକାର୍ପଣକୁ ଉଠିଲା ପ୍ରଶ୍ନ
X

ଆଗକୁ ପୌର ନିର୍ବାଚନ, ଫ୍ଲାଇଓଭର ଲୋକାର୍ପଣକୁ ଉଠିଲା ପ୍ରଶ୍ନ

ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର ବାବଦରେ ଅନେକ ଖୁସି ଜାହିର କରିଥିବା ବେଳେ କିଛି ବ୍ୟକ୍ତି ଏହାକୁ ତରବରିଆ ଭାବରେ ଶାଖା ରାସ୍ତା ଏବଂ କିଛି ସ୍ଥାନ ଅଧିଗ୍ରହଣ ନହୋଇ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ଉଦଘାଟନ କରାଯାଉଛି ବୋଲି କହୁଛନ୍ତି।

ଆଗକୁ ପୌର ନିର୍ବାଚନ, ଫ୍ଲାଇଓଭର ଲୋକାର୍ପଣକୁ ଉଠିଲା ପ୍ରଶ୍ନ

ଅଜୟ କୁମାର ନାଥ,ସମ୍ବଲପୁର: ଦୀର୍ଘ ୫ ବର୍ଷ ପରେ ଆସନ୍ତା ଜାନୁଆରୀରେ ଲୋକାର୍ପଣ ହେବ ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଇଓଭର। କଚେରୀ ଛକରୁ  ଆଇଜି ଅଫିସ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ଏହି ଫ୍ଲାଇଓଭର ବହୁ ବାଦ ବିବାଦ ପରେ ନୂଆବର୍ଷ ଜାନୁଆରୀ ମାସ ଶେଷ ସପ୍ତାହରେ ହେବାକୁ ଯାଉଛି ଲୋକାର୍ପିତ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ। 

ଏହି ବହୁ ପ୍ରତୀକ୍ଷିତ ଫ୍ଲାଇଓଭର (Fly Over) ବାବଦରେ ଅନେକ ଖୁସି ଜାହିର କରିଥିବା ବେଳେ କିଛି ବ୍ୟକ୍ତି ଏହାକୁ ତରବରିଆ ଭାବରେ ଶାଖା ରାସ୍ତା ଏବଂ କିଛି ସ୍ଥାନ ଅଧିଗ୍ରହଣ ନହୋଇ ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ଉଦଘାଟନ କରାଯାଉଛି ବୋଲି କହୁଛନ୍ତି। ସହରର ମଧ୍ୟସ୍ଥଳରେ ନିର୍ମାଣ ହେଉଥିବା ଏହି ଓଭର ବ୍ରିଜ (Over Bridge) ବଢୁଥିବା ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା କରାଯାଇଥିଲା। ୨୦୧୫ ମସିହାରେ ଏହି ଫ୍ଲାଇଓଭର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। 

ଏହି ରାସ୍ତାରେ କିଛି ଅଧିଗ୍ରହଣ ଏବଂ ସମ୍ପ୍ରସାରଣ କରାଗଲେ ଭିଡ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ ସମୟରେ ମତ ପ୍ରକାଶ ପାଇଥିଲା। ୨୦୧୬ ଫେବୃଆରୀରେ ଫ୍ଲାଇଓଭର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୭ ମେ ସୁଦ୍ଧା ଏହା ଶେଷ ହେବ ବୋଲି ଜଣାପଡିଥିଲା। ହେଲେ ବିଭିନ୍ନ ସମୟରେ ୩ ଥର ଡିଜାଇନ ଓ ନକ୍ସାରେ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ଏହି ଫ୍ଲାଇଓଭର ୧୫୪୦ ମିଟର ଲମ୍ବ ନିର୍ଦ୍ଧାରିତ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ବୃଦ୍ଧି କରାଯାଇ ୧୮୮୦ ମିଟରକୁ ଧାର୍ଯ୍ୟ କରାଯାଇଥିଲା। 

Also Read: ଅଧପନ୍ତରିଆ କାର୍ଯ୍ୟ ପାଇଁ ମୁଣ୍ଡ ଟେକୁଛି ସମସ୍ୟା

ସେଥିପାଇଁ ଏହାର ବ୍ୟୟ ଅଟକଳ ମଧ୍ୟ ୬୨.୩୮ କୋଟିରୁ ବୃଦ୍ଧି ପାଇ ୭୨.୭୮ କୋଟି ହୋଇଥିଲା। ନିର୍ମାଣାଧିନ ଫ୍ଲାଇଓଭର ଗତିପଥ ରେ ସ୍କୁଲ, ମହିଳା ଥାନା, ହୋଟେଲ, ମସଜିଦ, ମନ୍ଦିର ରହିଛି କିନ୍ତୁ ଠିକ ଭାବରେ ଆପ୍ରୋଚ ରୋଡ ଭଲ ଭାବରେ ନଥିବାରୁ ଅନେକ ସୁରକ୍ଷା ଜନିତ ସମସ୍ୟା ମଧ୍ୟ ରହିଛି। ତଥାପି ଅନେକ ଲୋକ ଏହି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଖୁସି ବ୍ୟକ୍ତ କରିଛନ୍ତି।

ଏପଟେ ପୌର ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ତରବରିଆ ଭାବେ ଫ୍ଲାଇଓଭର ଉଦଘାଟନ କରାଯାଉଛି ବୋଲି କୁହାଯାଇଛି। ବର୍ତ୍ତମାନ ନିର୍ମାଣ ସରିବା ଉପରେ ରହିଛି ତାକୁ ଆହୁରି ତର୍ଜମା କରିବାର ଆବଶ୍ୟକତା ରହିଛି। ଆପ୍ରୋଚ ରୋଡ ଅଧିଗ୍ରହଣ, ନିର୍ମାଣ କାର୍ଯ୍ୟର ମାନ ସମସ୍ତ ଦିଗକୁ ଭଲ ଭାବରେ ନିରୀକ୍ଷଣ ସହ ସମାଧାନ କରାଗଲା ପରେ ଯାଇ ଲୋକଙ୍କ ଚଳପ୍ରଚଳ ପାଇଁ ଖୋଲାଯାଉ। 

Trending news