• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ରୋଗୀ ସମ୍ପର୍କୀୟଙ୍କୁ କାନ ଧରି ଉଠବସ ଘଟଣା, OHRCଙ୍କ ଦ୍ୱାରସ୍ତ ହେଲେ ପରିବାର ଲୋକେ

ବୁର୍ଲା ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ କାନ ଧରି ଉଠବସ ଘଟଣା ।  ଗିରଫ ଯୁବକଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ।  ପୁଅର କୌଣସି ଭୁଲ ନ ଥିବା ସତ୍ୱେ ତାଙ୍କୁ ମାଡ଼ ମାରି କାନ ଧରି ଉଠବସ କରିଥିଲେ ଡାକ୍ତର ପରେ ପୋଲିସ ତାଙ୍କୁ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି  । ପୋଲିସ ଘଟଣାର ସତ୍ୟାସତ୍ୟ ନ ଜାଣି ଡାକ୍ତରଙ୍କ କଥାରେ ପଡ଼ି ପୁଅକୁ ଗିରଫ କରାଯାଇଥିବା ମୁକେଶଙ୍କ ପରିବାର ଲୋକେ ଲିଖିତ ଭାବେ ରାଜ୍ୟ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି । 

ରୋଗୀ ସମ୍ପର୍କୀୟଙ୍କୁ କାନ ଧରି ଉଠବସ ଘଟଣା, OHRCଙ୍କ ଦ୍ୱାରସ୍ତ ହେଲେ ପରିବାର ଲୋକେ
file photo

ସମ୍ୱଲପୁର: ବୁର୍ଲା ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ କାନ ଧରି ଉଠବସ ଘଟଣା ।  ଗିରଫ ଯୁବକଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ।  ପୁଅର କୌଣସି ଭୁଲ ନ ଥିବା ସତ୍ୱେ ତାଙ୍କୁ ମାଡ଼ ମାରି କାନ ଧରି ଉଠବସ କରିଥିଲେ ଡାକ୍ତର ପରେ ପୋଲିସ ତାଙ୍କୁ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି  । ପୋଲିସ ଘଟଣାର ସତ୍ୟାସତ୍ୟ ନ ଜାଣି ଡାକ୍ତରଙ୍କ କଥାରେ ପଡ଼ି ପୁଅକୁ ଗିରଫ କରାଯାଇଥିବା ମୁକେଶଙ୍କ ପରିବାର ଲୋକେ ଲିଖିତ ଭାବେ ରାଜ୍ୟ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି । 

ଜଣେ ସମ୍ପର୍କୀୟଙ୍କୁ ଉଚିତ ଚିକିତ୍ସା କରାଯାଉନଥିବାରୁ ତାଙ୍କୁ ଡିସଚାର୍ଜ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ ପରିବାର ଲୋକେ । ହେଲେ ଡାକ୍ତରଙ୍କ ବିରୋଧରେ ମୁକେଶ ପାଟି ଖୋଲିବାରୁ ପୁଅକୁ ଏଭଳି ପରିଣାମ ଭୋଗିବାକୁ ପଡ଼ିଥିଲା ବୋଲି ତାଙ୍କୁ ଡିସଚାର୍ଜ କରିବାକୁ ଡାକ୍ତରଙ୍କୁ କହିଥିଲେ ପରିବାର ଲୋକେ । ହେଲେ ଡାକ୍ତରଙ୍କ ବିରୋଧରେ ପରିବାର ଲୋକେ ଅଭିଯୋଗରେ ଦର୍ଶାଇଛନ୍ତି । ଦୋଷୀଙ୍କ ବିରୋଧରେ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବାରେ ଲାଗିଛି । ଏହାପରେ ଘଟଣାର ତଦନ୍ତ କରିବାକୁ ଏକ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । କମିଟି ରିପୋର୍ଟ ଦେବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।