Zero Casualty Week: ବେପରୁଆ ଭାବେ ଗାଡି ଚଲାଉଥିଲେ ସାବଧାନ! ଆଜିଠୁ ପାଳିତ ହେଉଛି ଜିରୋ କାଜୁଆଲିଟି ଉଇକ୍
Advertisement

Zero Casualty Week: ବେପରୁଆ ଭାବେ ଗାଡି ଚଲାଉଥିଲେ ସାବଧାନ! ଆଜିଠୁ ପାଳିତ ହେଉଛି ଜିରୋ କାଜୁଆଲିଟି ଉଇକ୍

Odisha Zero Casualty Week: ନିୟମ କାନୁନ ନମାନି ଗାଡି ଚଳାଇଲେ ରାସ୍ତା ମଝିରେ ଅସୁବିଧା ଭୋଗିବେ । ମୋଟା ଅଙ୍କର ଜରିମାନା ଦେବେ ଓ ବେପରୁଆ ଗାଡି ଚାଳନା ପାଇଁ ଗିରଫ ବି ହୋଇପାରନ୍ତି । ଡ୍ରାଇଭିଂ ଲାଇସେନ୍ସ ବି ସସପେଣ୍ଡ ହୋଇପାରେ । ହେଲମେଟ, ସିଟ ବେଲ୍ଟ ଲଗାଇ ନିର୍ଦ୍ଧାରିତ ଗତିରେ ଗାଡି ଚଳାଇଲେ ଆପଣଙ୍କୁ ଅସୁବିଧା ହୋଇନପାରେ ।  

ସୌ: ସୋସିଆଲ ମିଡିଆ

Sambalpur News In Odia: ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ କାଜୁଆଲିଟି ଉଇକ୍ ପାଳନ କରାଯାଉଛି । ଏପ୍ରିଲ ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସମ୍ବଲପୁର ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରାଯାଉଛି ଏହି ଜିରୋ କାଜୁଆଲିଟି ସପ୍ତାହ । ସାତ ଦିନ ମଧ୍ୟରେ ସଡକ ଦୁର୍ଘଟଣାରେ ଯିବନି ଗୋଟିଏ ଜୀବନ । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲୁ ପ୍ରିଣ୍ଟ ରେଡି ରହିଛି । ନାବାଳକ ଗାଡି ଚଳାଇଲେ ଥାନା ଓ କୋର୍ଟର ମୁହଁ ଦେଖିବେ ଅଭିବାବକ । 

ମଦ୍ୟପ ଗାଡି ଚାଳକଙ୍କୁ ଜିରୋ ଟଲରାନ୍ସ । ଆଜି ଅପ୍ରେଲ ଏକ ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜିରୋ କାଜୁଆଲିଟି ସପ୍ତାହ ପାଳନ କରାଯାଉଛି । ସଡକ ଦୁର୍ଘଟଣାରେ ଯେପରି ଏହି ସାତ ଦିନ ମଧ୍ୟରେ ଜଣଙ୍କର ମୃତ୍ୟୁ ନହୁଏ ସେ ପ୍ରସଙ୍ଗ ରେ ସମସ୍ତ ଜିଲାପାଳ, SP, RTO ଙ୍କୁ ପତ୍ର ଜରିଛି ରାଜ୍ୟ ସଡକ ପରିବହନ ବିଭାଗ । ଏହି ସାତ ଦିନ ଭିତରେ ରାସ୍ତା ଦୁର୍ଘଟଣାରେ ଯେପରି ଜଣଙ୍କର ମଧ୍ୟ ପ୍ରାଣହାଣୀ ନଘଟେ, ସେଥିପ୍ରତି ସମସ୍ତ ବ୍ଲୁ ପ୍ରିଣ୍ଟ ଉପରେ କାର୍ଯ୍ୟ କରିବା ପାଇଁ ସମସ୍ତ ଜିଲ୍ଲାର ମୁଖ୍ୟ ମାନଙ୍କୁ ନିର୍ଦେଶ ଦିଆଯାଇଛି ।

ଏପଟେ ପରିବହନ ବିଭାଗ ଓ ପୋଲିସ ବିଭାଗ ଭିତରେ ସମନ୍ୱୟ ରଖାଯାଇ କିପରି ଜଏଂଟ ଅପରେସନ କରାଯିବ ତା ପାଇଁ ତୁହାକୁ ତୁହା ବୈଠକ ଅନୁଷ୍ଠିତ ହେଇଛି । ସମସ୍ତ ଜାତୀୟ ରାଜପଥ, ରାଜ୍ୟ ରାଜପଥରେ କଡା ପହରା ଲାଗିଛି । ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ ସ୍ଥାନୀୟ ପୋଲିସ ସହାୟତାରେ ରାଜପଥ ଦୁର୍ଘଟଣା ରୋକିବା ସହ ଦୁର୍ଘଟଣାରେ ଆହତ ହୋଇ ବ୍ୟକ୍ତିଙ୍କ  ଯେପରି ମୃତ୍ୟୁ ନଘଟେ ତାହା ସୁନିଶ୍ଚିତ କରିଯାଇଛି । ସହରାଞ୍ଚଳରେ ଟ୍ରାଫିକ ପୋଲିସ ମୁତୟନ ରହିଛନ୍ତି । ଦ୍ରୁତ ଗତି, ବିନା ହେଲମେଟ,ବିନା ସିଟ ବେଲ୍ଟ,ନିଶା ସେବନ କରି ଗାଡି ଚଲାଉଥିବା ଚାଳକ ଙ୍କୁ ଫାଇନ ସହ ଗିରଫ ମଧ୍ୟ କରାଯିବା ର ବ୍ୟବସ୍ଥା କରାଯାଇଛି ।

ରାତ୍ରି ସମୟରେ ମଧ୍ୟ ବ୍ୟାପକ ଚେକିଂ କରାଯିବ ବୋଲି ସୂଚନା ଦିଆଯାଇଛି । ସ୍ପୀଡ଼ ଗଭର୍ଣ୍ଣର ଲାଗିନଥିବା ଗାଡି ଗୁଡିକୁ ବଡ ଧରଣର ଫାଇନ ମଧ୍ୟ କରାଯିବ । ଦୁର୍ଘଟଣା ପ୍ରବଣ ଅଂଚଳରେ ରାଉଣ୍ଡ ଦି କ୍ଲକ ନଜର ରଖାଯିବ ବୋଲି  କହିଛନ୍ତି ସମ୍ବଲପୁର ଟ୍ରାଫିକ DSP । ନିୟମ କାନୁନ ନମାନି ଗାଡି ଚଳାଇଲେ ରାସ୍ତା ମଝିରେ ଭୋଗିବେ ଅସୁବିଧା । ମୋଟା ଅଙ୍କର ଜୋରିମାନା ଦେବେ ଓ ବେପରୁଆ ଗାଡି ଚାଳନା ପାଇଁ ଗିରଫ ବି ହୋଇପାରନ୍ତି । ଡ୍ରାଇଭିଂ ଲାଇସେନ୍ସ ବି ସସପେଣ୍ଡ ହୋଇପାରେ । ହେଲମେଟ, ସିଟ ବେଲ୍ଟ ଲଗାଇ ନିର୍ଦ୍ଧାରିତ ଗତି ରେ ଗାଡି ଚଳାଇଲେ ଆପଣଙ୍କୁ ଅସୁବିଧା ହୋଇନପାରେ । 

ଛୋଟ ପିଲା ଏହି ସମୟ ମଧ୍ୟରେ ଗାଡି ଚଳାଉଥିବା ଦେଖାଗଲେ ମୋଟା ଅଙ୍କର ଅଭିବାବକ ତଣ୍ଡ ଗଣିବେ । ଅଭିବାବକଙ୍କୁ ଏଥିପାଇଁ ଥାନା ଓ କୋର୍ଟ ର ମୁହଁ ବି ଦେଖିବାକୁ ପଡିପାରେ ବୋଲି କହିଛନ୍ତି ଅଧିକାରୀ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚେକିଂ ଷ୍ଟାଫ ରହିବେ । ସାତ ଦିନ ଭିତରେ ରାସ୍ତା ଦୁର୍ଘଟଣା ରେ ଯେପରି ଜଣକର ବି ଜୀବନ ନଯାଏ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ, ଜିଲ୍ଲାର ସମସ୍ତ ବ୍ଲାକ ସ୍ପଟ ଅଞ୍ଚଳରେ ରେ ମେଡିକାଲ ଟିମ ମଧ୍ୟ ମୁତୟନ ରହିବେ ସମ୍ବଲପୁର ଆଞ୍ଚଳିକ ପରିବହନ ଅଧିକାରୀ ବୋଲି କହିଛନ୍ତି ।

ବେପରୁଆ ଗାଡି ଚାଳନା ପାଇଁ ପ୍ରତିଦିନ ସଡକ ଦୁର୍ଘଟଣାରେ ଯାଉଛି ଶହ ଶହ ମୂଲ୍ୟବାନ ଜୀବନ । ଏହାକୁ ରୋକିବା ଦିଗରେ ରାଜ୍ୟ ସଡକ ପରିବହନ ବିଭାଗ ପାଳନ କରିବା ପାଇଁ ଯାଉଥିବା ଜିରୋ କାଜୁଆଲିଟି ସପ୍ତାହ କେତେ ଉପକାରୀ ହେବତାହା ସମୟ ହିଁ କହିବ ।