• ଅଭୟକାନ୍ତ ପାଠକଙ୍କ ଘରେ ପୁଣି ଭିଜିଲାନ୍ସର ଚଢ଼ାଉ
  • ସରକାରୀ ବାସଭବନରେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ରେଡ଼
  • ବାରଣାସୀରେ ଦେବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
  • ରାଜ୍ୟରେ ଆଉ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି କରୋନା ନେଲା ୫ ଜୀବନ
  • ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ
  • ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ସର୍ବାଧିକ ୧୬,୫୧୫ ରୋଗୀ
  • କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ
  • ଦେଶରେ ଦିନକରେ ୩୧,୧୧୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ
  • ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ନାଳପାଣି ପିଉଛନ୍ତି ଲୋକେ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ?

କଥାରେ ଅଛି ବର୍ଷା ଦିନରେ ପାଣିର କୌଣସି ଅସୁବିଧା ନଥାଏ। କିନ୍ତୁ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ବର୍ଷା ଦିନରେ ବି ଲାଗିରହିଛି ପିଇବା ପାଣିର ସମସ୍ୟା। ଆପଣ ଜାଣିଲେ ଚକିତ ହବେ ଯେ ଅଜିର ଏ ଦୁନିଆରେ କଣ ଏପରି ଅସୁବିଧା ଥିବ। ସରକାର ରାଜ୍ୟବାସୀ଼ଙ୍କ ପାଇଁ ଅନେକ ସୁବିଧା କରିଛନ୍ତି। କିନ୍ତୁ ସେ ସମସ୍ତ ସୁବିଧା କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହିଁ। ସରାକାରୀ ବାବୁ ତ ଅଛନ୍ତି କିନ୍ତୁ ସେମାନେ ଯଦି ନିଜର କାମ ସଠିକ ଭାବରେ କରନ୍ତେ ତେବେ ଯେଜନାର ସଠିକ ରୁପାୟନ ଓ ଜନତା ଏହାର ସଠିକ  ଫାଇଦା ପାଇ ପାରନ୍ତେ। 

ନାଳପାଣି ପିଉଛନ୍ତି ଲୋକେ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ?

ତପନ କୁମାର କର, ସମ୍ବଲପୁର: କଥାରେ ଅଛି ବର୍ଷା ଦିନରେ ପାଣିର କୌଣସି ଅସୁବିଧା ନଥାଏ। କିନ୍ତୁ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ବର୍ଷା ଦିନରେ ବି ଲାଗିରହିଛି ପିଇବା ପାଣିର ସମସ୍ୟା। ଆପଣ ଜାଣିଲେ ଚକିତ ହବେ ଯେ ଅଜିର ଏ ଦୁନିଆରେ କଣ ଏପରି ଅସୁବିଧା ଥିବ। ସରକାର ରାଜ୍ୟବାସୀ଼ଙ୍କ ପାଇଁ ଅନେକ ସୁବିଧା କରିଛନ୍ତି। କିନ୍ତୁ ସେ ସମସ୍ତ ସୁବିଧା କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହିଁ। ସରାକାରୀ ବାବୁ ତ ଅଛନ୍ତି କିନ୍ତୁ ସେମାନେ ଯଦି ନିଜର କାମ ସଠିକ ଭାବରେ କରନ୍ତେ ତେବେ ଯେଜନାର ସଠିକ ରୁପାୟନ ଓ ଜନତା ଏହାର ସଠିକ  ଫାଇଦା ପାଇ ପାରନ୍ତେ। କିନ୍ତୁ  ଏହାର ପୁରା ଓଲଟା ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁରରେ ।  
ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟ ରୁ ୧୨ କିଲୋମିଟର ଦୂର ଓ ଜାତୀୟ ରାଜପଥ ୬ ରୁ ୧ କିଲୋମିଟର ଦୂରରେ ଥିବା ଗାଁ ପାଇଁ ନାଳ ପାଣି ତଥା ବିଲରେ ଥିବା ପାଣି ପାଲଟିଛି ପାନୀୟ ଜଳର ମାଧ୍ୟମ। ଆମେ ଯେଉଁ ପାଣି ଗାଧୁଆ ପାଧୁଆ ଠୁ ଆରମ୍ଭ କରି ଶୌଚ ପାଇଁ ବ୍ୟବହାର କରୁଛନ୍ତି ସେହି ପାଣିକୁ ବ୍ୟବହାର କରୁଛନ୍ତି ଲୋକେ। ଫଳରେ ସେହି ପାଣିକୁ ବ୍ୟବହାର କରି ଘରେ ଘରେ କାଛୁ କୁଣ୍ତିଆ ବ୍ୟାପୁଛି। ୫ ବର୍ଷ ହେଲା ଏମିତି ଅବସ୍ଥାରେ ଦିନ କାଟୁଛନ୍ତି ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ଗ୍ରାମପଂଚାୟତ ଝାରମୁଣ୍ତା ଗ୍ରାମର ବାସିନ୍ଦା ।

ଝାରମୁଣ୍ତା ଗାଁର ମହିଳା ମାନେ ବିଷାକ୍ତ  ପାଣିକୁ ସଂଗ୍ରହ କରି ନିଅନ୍ତି ଘରକୁ ପିଇବା ପାଇଁ। ସବୁ ଦିନ ପରି ପାଣି ଟୋପାଏ ପାଇଁ କଲବଲ ହେବାକୁ ପଡେ ଝାରମୁଣ୍ତା ଗାଁର ଲେକଙ୍କୁ । ଗାଁ ପୋଖରୀ ହିଡ ଭୁଷୁଡିବା ପରେ ଏମିତି ଅବସ୍ଥା ଭୋଗୁଛନ୍ତି। ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ  କଲାମାଟି ପଂଚାୟତ ଝାରମୁଣ୍ତା ଗ୍ରାମର ସାଢେ ୩ ଶହ ପରିବାର। ଗାଁ ଲେକଙ୍କ କହିବାଅନୁସାରେ ଆମେ ପୁର୍ବ ପୁରୁଷ ଏହିପରି ପାଣି ସଂଗ୍ରହ କରି ଚଳି ଆସୁଥିଲେ। କିନ୍ତୁ ଏବେ କଣ ହେଲା କେଜାଣି ଆମେ ଏହି ପାଣି ପିଇ ଏବେ ରୋଗରେ ପଡୁଛୁ।

ସୁଚନା ଅନୁସାରେ ଗାଁରେ ଭୁତଳ ଜଳ ଉତ୍ସ ନ ଥିବାରୁ ଗଭୀର ନଲକୂପ ଯୋଜନା କାମ ଦିଏ ନାହିଁ, ତଥାପି ଗ୍ରାମରେ ଗୋଟିଏ ଦୁଇଟି ନଳକୂପ ଅଛି କିନ୍ତୁ ତାହା ପାନୀୟ ଜଳ ପାଇଁ ଅନୁପଯୁକ୍ତ । ସେଥିରୁ ନାଲି ରଙ୍ଗର ଗୋଳିଆପାଣି ବାହାରୁଛି। ତେବେ ସବୁବେଳେ ଏହି ଅଞ୍ଚଳର ଲୋକେ ବିଲ ପାଣି ପିଉଥିବାରୁ ଘରେ ଘରେ କାଛୁ କୁଣ୍ତିଆ ବସା ବାନ୍ଧିଥିବାର ଦେଖିବାକୁ ମିଳେ। ଯେଉଁଠି ଶୌଚ ସେଇଠି ଗାଧୁଆ ଆଉ ପିଇବା ପାଣି ବି ସେଇଠି। ଏହି ଗ୍ରାମ ବାସୀ ସମସ୍ତ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ପାନୀୟ ଜଳ ପାଇଁ।  ଅନ୍ୟ ପଟେ କଲାମାଟି ପଂଚାୟତର ଝାରମୁଣ୍ଡା ଗାଁ ସମ୍ବଲପୁର ସଦର ମହକୁମାରୁ ମାତ୍ର ୧୨ କିଲୋମିଟର ଭିତରେ ଥିଲେ ମଧ୍ୟ ପାନୀୟ ଜଳର ସମସ୍ୟା ରହିଥିବାରୁ ବିଡିଓଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ ପରେ ମଧ୍ୟ ସରକାରୀ ବାବୁ କୌଣସି କାମ କରୁନାହାନ୍ତି ।