• ଆଜି ‘ମନ କି ବାତ୍’ର ୬୨ତମ ସଂସ୍କରଣ
  • ବିଜେଡ଼ି ସଭାପତି ନିର୍ବାଚନ
  • ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ
  • ଆଜି ଭାରତ ଫେରିବ ଅଣ୍ଡରୱାର୍ଲଡ ଡ଼ନ୍ ରବି ପୂଜାରୀ
  • ଗତ ସପ୍ତାହରେ ଆଫ୍ରିକାର ସେନେଗଲରୁ ହୋଇଥିଲା ଗିରଫ
  • ଭାରତୀୟ ସୁରକ୍ଷା ସଂସ୍ଥା ଦୀର୍ଘ ବର୍ଷ ହେଲା ପ୍ରତ୍ୟାବର୍ତ୍ତନ ପାଇଁ କରୁଥିଲା ଉଦ୍ୟମ
  • ଶାହୀନ ବାଗ ପରେ ଜାଫରାବାଦରେ ସିଏଏ ଓ ଏନଆରସିକୁ ବିରୋଧ
  • ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆନ୍ଦୋଳନ
  • ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ
  • ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ

ଏଥର ସମ୍ବଲପୁର ଜୋନରୁ ୧ଲକ୍ଷ ୨୯ହଜାର ୩୧୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ

ଏହି ଜୋନରେ ରେଗୁଲାର ୧ ଲକ୍ଷ ୨୨ ହଜାର ୯୪୯ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏକ୍ସ ରେଗୁଲାର ଭାବରେ ୫ ହଜାର ୯୯୦ ପରୀକ୍ଷାର୍ଥୀ ରହିଛନ୍ତି । 

ଏଥର ସମ୍ବଲପୁର ଜୋନରୁ ୧ଲକ୍ଷ ୨୯ହଜାର ୩୧୫ ଜଣ ମାଟ୍ରିକ ପରୀକ୍ଷାର୍ଥୀ
ଫାଇଲ ଫଟୋ

ସମ୍ବଲପୁର: ଏଥର ମାଟ୍ରିକ ପରୀକ୍ଷାରେ ସମ୍ବଲପୁର ଜୋନର ନଅଟି ଜିଲ୍ଲାରୁ ୧ଲକ୍ଷ ୨୯ହଜାର ୩୧୫ ଜଣ ପରୀକ୍ଷାର୍ଥୀ । ମାଧ୍ୟମିକ ଶିକ୍ଷା ପରିଷଦ କର୍ଯ୍ୟାଳୟ, ସମ୍ବଲପୁର ଜୋନାରେ ନଅଟି ଜିଲ୍ଲା ରହିଥିବା ବେଳେ ୭ଶହଟି ପରୀକ୍ଷା କେନ୍ଦ୍ର ଓ ୨ ହଜାର ୧୦୩ ଟି ସ୍କୁଲରେ ପରୀକ୍ଷା ହେବ ବୋଲି ସୂଚନା ପ୍ରଦାନ  କରାଯାଇଛି । 

ଏଥର ଏହି ଜୋନରେ ରେଗୁଲାର ୧ ଲକ୍ଷ ୨୨ ହଜାର ୯୪୯ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଏକ୍ସ ରେଗୁଲାର ଭାବରେ ୫ ହଜାର ୯୯୦ ପରୀକ୍ଷାର୍ଥୀ ରହିଛନ୍ତି । ଏଥର ମେଟ୍ରିକ ପରୀକ୍ଷାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ସର୍ବାଧିକ ମାଟ୍ରିକ ପରୀକ୍ଷାର୍ଥୀ ସୁନ୍ଦରଗଡ଼ରୁ ରହିଥିବା ବେଳେ ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ ପରୀକ୍ଷାର୍ଥୀ ରହିଛନ୍ତି । ଆସନ୍ତା ଫେବୃଆରୀ ୧୯ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ତିନି ତାରିଖରେ ଶେଷ ହେବ ବୋଲି ସୂଚନା ପ୍ରଦାନ କରିଥିଲେ ଜୋନାଲ ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି ।