କୋରୋନା ମୁକାବିଲା: ସାନିଟାଇଜ୍ ହେଉଛି ସମ୍ବଲପୁର
Advertisement

କୋରୋନା ମୁକାବିଲା: ସାନିଟାଇଜ୍ ହେଉଛି ସମ୍ବଲପୁର

ସଦର ହସ୍ପିଟାଲକୁ ସ୍ପ୍ରେ ସିଞ୍ଚନ କରି ସାନିଟାଇଜ୍ କରାଯାଇଥିବା ବେଳେ ସହରର ପ୍ରମୂଖ ପରିବା କିଣାବିକା କେନ୍ଦ୍ର ଗୋଲବଜାରକୁ ମଧ୍ୟ ସାନିଟାଇଜ୍ କରାଯାଇଛି ।

ପ୍ରତୀକାତ୍ମକ ଫଟୋ

ସମ୍ବଲପୁର: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଚାଲିଛି କୋରୋନା । ଏହି ଭୂତାଣୁକୁ ରୋକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । ସମ୍ବଲପୁରରେ ମଧ୍ୟ ବିଭିନ୍ନ ସଚେତନତା ଅବଲମ୍ବନ କରାଯାଉଥିବା ବେଳେ ଏହି କିଛି ଦିନ ହେବ ଏଠାକାର ପ୍ରମୁଖ ଚଳପ୍ରଚଳ ଅଞ୍ଚଳ ଗୁଡ଼ିକୁ ସାନିଟାଇଜ କରାଯାଉଛି । 

ସଦର ହସ୍ପିଟାଲକୁ ସ୍ପ୍ରେ ସିଞ୍ଚନ କରି ସାନିଟାଇଜ୍ କରାଯାଇଥିବା ବେଳେ ସହରର ପ୍ରମୂଖ ପରିବା କିଣାବିକା କେନ୍ଦ୍ର ଗୋଲବଜାରକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଏହି ଅବସରରେ ବୈଦ୍ୟନାଥ ଛକ ଠାରୁ ଆରମ୍ଭ କରି ଗୋଲବଜାର ଅଞ୍ଚଳର ଦୋକାନ ଗୁଡିକୁ ସାନିଟାଇଜ୍ କରାଯାଇଥିଲା । ସମ୍ବଲପୁର ମହାନଗର ନିଗମ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।