ଆଦିବାସୀଙ୍କ ଝାଡୁ କାହାଣୀ: ଶୁଣୁନି ସରକାର, ଶୋଷୁଛି ବେପାରୀ

ନିରୀହ ଆଦିବାସୀଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ପ୍ରକୃତରେ ସେ ସବୁ ସଫଳ ହେଉଛି ତ ? ନା ଆଜି ବି ଆଦିବାସୀ ଅବହେଳିତ ? ଏମିତି ଅନେକ ପ୍ରଶ୍ନ ରହିଛି । ପ୍ରକୃତ ସତ୍ୟ ହେଉଛି, ଆଦିବାସୀଙ୍କ ପାଖରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା । ପେଟ ପାଇଁ ଏମାନଙ୍କୁ କରିବାକୁ ପଡୁଛି ଅନେକ ସଂଘର୍ଷ ।  ଲାଭଖୋର ବେପାରୀଙ୍କ ଦ୍ୱାରା ଶୋଷିତ ହେବାକୁ ପଡୁଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର କୁଚିଣ୍ଡା ବ୍ଲକରେ ବସବାସ କରୁଥିବା ଆଦିବାସୀ ଲୋକ । ଯାହାଙ୍କ ପାଇଁ ସାହାରା ପାଲଟିଛି ଛାଡୁ ।  

ଆଦିବାସୀଙ୍କ ଝାଡୁ କାହାଣୀ: ଶୁଣୁନି ସରକାର, ଶୋଷୁଛି ବେପାରୀ
ପ୍ରତୀକାତ୍ମକ ଫଟୋ

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ନିରୀହ ଆଦିବାସୀଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ପ୍ରକୃତରେ ସେ ସବୁ ସଫଳ ହେଉଛି ତ ? ନା ଆଜି ବି ଆଦିବାସୀ ଅବହେଳିତ ? ଏମିତି ଅନେକ ପ୍ରଶ୍ନ ରହିଛି । ପ୍ରକୃତ ସତ୍ୟ ହେଉଛି, ଆଦିବାସୀଙ୍କ ପାଖରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା । ପେଟ ପାଇଁ ଏମାନଙ୍କୁ କରିବାକୁ ପଡୁଛି ଅନେକ ସଂଘର୍ଷ ।  ଲାଭଖୋର ବେପାରୀଙ୍କ ଦ୍ୱାରା ଶୋଷିତ ହେବାକୁ ପଡୁଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର କୁଚିଣ୍ଡା ବ୍ଲକରେ ବସବାସ କରୁଥିବା ଆଦିବାସୀ ଲୋକ । ଯାହାଙ୍କ ପାଇଁ ସାହାରା ପାଲଟିଛି ଛାଡୁ ।  

କୁଚିଣ୍ଡା ବ୍ଲକରେ ରହୁଥିବା ଆଦିବାସୀ ଲୋକେ ଝାଡୁ ତିଆରି କରି ନିଜ ପେଟ ପୋଷିଥାନ୍ତି । ଏହି ଝାଡୁର ରହିଛି ସ୍ୱତନ୍ତ୍ର ଚାହିଦା । ଜଙ୍ଗଲରେ ଚଲକି ବୁଦାରୁ ବାହାରୁ ଥିବା କଞ୍ଚାଗଛକୁ କାଟି ଘରକୁ ଆାଣିଥାନ୍ତି । ତାକୁ ଶୁଖାଇ ଝାଡୁ ବିଡା ତିଆରି କରିବାକୁ ପଡେ । ପରେ ଝାଡୁକୁ ବଜାରରେ ବିକ୍ରି କରିଥାନ୍ତି ଏମାନେ । ହେଲେ ସବୁବେଳେ ବଜାର ଯାଇ ଝାଡୁ ବିକ୍ରି କରିବା ଏମାନଙ୍କ ପାଇଁ ସମ୍ଭବ ହୋଇନଥାଏ । ବେପାରୀର ଶୋଷଣର ଶୀକାର ହେବାକୁ ପଡେ । 

ବଜାରରେ ଝାଡୁର ମୂଲ୍ୟ ୩୦ଟଙ୍କା ରହିଛି । ହେଲେ ଗାଁରେ ବେପାରୀ ସେମାନଙ୍କୁ ଉଚିତ ମୂଲ୍ୟ ଦେଇନଥାଏ । କୁଚିଣ୍ଡା ବ୍ଲକ ଆଦିବାସୀ ଲୋକଙ୍କର ଏହି ହାତ ତିଆରି ଝାଡୁର ଚାହିଦା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ରହିଛି । ତେଣୁ ବେପାରୀମାନେ ଗାଁରୁ ଝାଡୁ ସଂଗ୍ରହ କରି ଗୋଦାମ ଘରେ ରଖନ୍ତି । ପ୍ରକୃତ କଥା ହେଉଛି, ଝାଡୁ ପିଛା ମାତ୍ର ୧୦ଟଙ୍କା ଦେଇ ନେଇଥାନ୍ତି ବେପାରୀ । ଫଳରେ ଦିନ ତମାମ  ପରିଶ୍ରମ କରିଥିବା ମହିଳାଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିପାରେନାହିଁ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବୋପାରୀଙ୍କ ଉପରେ ଅଙ୍କୁଶ ଲଗାଇବା ସହ ଝାଡୁର ଉଚିତ ମୂଲ୍ୟ ନିର୍ଦ୍ଧାରଣ କଲେ ଆଦିବାସୀ ଲୋକେ ଉପକୃତ ହୋଇପାରନ୍ତେ ।