ଆସନ୍ତା ମାସରେ କାର୍ଯ୍ୟକ୍ଷମ ହେବ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ
ସମ୍ବଲପୁର ଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଦ୍ଵିତୀୟ କୋଭିଡ ହସ୍ପିଟାଲ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ପକ୍ଷରୁ ବ୍ଯୟବରାଦ କରାଯିବ।
ସମ୍ବଲପୁର: ଆସନ୍ତା ଜୁନ ୧୫-୨୦ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ ହେବ ଜିଲ୍ଲାର ଦ୍ଵିତୀୟ କୋଭିଡ ହସ୍ପିଟାଲ। ସମ୍ବଲପୁରସ୍ଥିତ ଗୋଲବଜାର ଅଞ୍ଚଳରେ କାର୍ଯ୍ଯକ୍ଷମ ହେବ ୧୦୦ ଶଯ୍ଯା ବିଶିଷ୍ଟ କୋଭିଡ ହସ୍ପିଟାଲ। ସ୍ପର୍ଶ ସିଟି ହସ୍ପିଟାଲରେ ଏହା କାର୍ଯ୍ଯକ୍ଷମ ହେବ। ଏହାକୁ ପରିଚାଳନା କରିବ ବରଗଡ ବିକାଶ ହସ୍ପିଟାଲ। ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏନେଇ ଜଣାଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ।
ସମ୍ବଲପୁର ଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଦ୍ଵିତୀୟ କୋଭିଡ ହସ୍ପିଟାଲ (Sambalpur Covid Hospital) ରାଷ୍ଟ୍ରାୟତ୍ତ ଉଦ୍ୟୋଗ (State Owned Enterprises) ମହାନଦୀ କୋଲ୍ଡଫିଲ୍ଡ ଲିମିଟେଡ-ଏମସିଏଲ (Mahanadi Coalfield Limited-MCL) ପକ୍ଷରୁ ବ୍ଯୟବରାଦ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ଯମନ୍ତ୍ରୀ। ଅନ୍ୟପଟେ ଅନୁଗୁଳ ଠାରେ ଜିନ୍ଦର ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ-ଜେଏସପିଏଲ (Jindal Steel and Power Limited-JSPL) ଦ୍ବାରା ଏକ କୋଭିଡ ହସ୍ପିଟାଲ (Angul Covid Hospital) କାର୍ଯ୍ଯକାରୀ ହେବ।
Also Read: ସମ୍ବଲପୁରରେ ପ୍ରତିଷ୍ଠା ହେବ ନୂତନ କୋଭିଡ ହସ୍ପିଟାଲ
ସୋମବାର ଏନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ-ସିଡିଏମଓ (Chief District Medical Officer-CDMO) କାର୍ଯ୍ଯାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିକାଶ ହସ୍ପିଟାଲର କର୍ମକର୍ତ୍ତା, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।