କଟକଣାରେ ପାଳିତ ହେବ ଶୀତଳ ଷଷ୍ଠୀ; ଶନିବାର ହେବ ଥାଳ ଉଠା ପର୍ବ
Advertisement

କଟକଣାରେ ପାଳିତ ହେବ ଶୀତଳ ଷଷ୍ଠୀ; ଶନିବାର ହେବ ଥାଳ ଉଠା ପର୍ବ

ଏଥର କୋରୋନା କଟକଣାରେ ପାଳିତ ହେବ ଶୀତଳଷଷ୍ଠୀ ଯାତ୍ରା।

କଟକଣାରେ ପାଳିତ ହେବ ଶୀତଳ ଷଷ୍ଠୀ; ଶନିବାର ହେବ ଥାଳ ଉଠା ପର୍ବ

ସମ୍ବଲପୁର: ମେ ୧୫ ତାରିଖ ଶନିବାର ଜିଲ୍ଲାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଥାଳ ଉଠା। ଶନିବାର ସଧ୍ୟା ୫ଟାରେ ସମ୍ବଲପୁରର ବିଭିନ୍ନ ଶୀତଳଷଷ୍ଠୀ ଯାତ୍ରା କମିଟିର ଥାଳ ଉଠା କାର୍ଯ୍ୟ ସମ୍ପର୍ଣ୍ଣ ହେବ। କୋରୋନା ମହାମାରୀ କାରଣରୁ ଏଥର ଯାତ୍ରା ଅତି ନିରାଡ଼ମ୍ବର ଭାବେ ପାଳିତ ହେବ।

ସମ୍ବଲପୁରର (Samabalpur) ଶୀତଳଷଷ୍ଠୀ ଯାତ୍ରାର (Sitalsasthi Yatra) ଆଦ୍ୟପର୍ବ ଥାଳ ଉଠା (Thala Utha) ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା (Akshaya Tritiya) ତିଥିରେ ଅନୁଷ୍ଠିତ ହୋଇଥାଏ। ଭଗବାନ ଶିବ (Lord Shiva) ଏବଂ ମାତା ପାର୍ବତୀଙ୍କ (Mata Parvati) ବିବାହର ପ୍ରାରମ୍ଭିକ ପର୍ବକୁ ହିଁ ଥାଳ ଉଠା ପରମ୍ପରା କୁହାଯାଇଥାଏ। 

Also Read: କୋରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ମା’ସମଲେଶ୍ବରୀଙ୍କ ଠାରେ ପୂଜାର୍ଚ୍ଚନା

ଏହି ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଯାତ୍ରା କମିଟି ଦେବ ଦମ୍ପତିଙ୍କ ବିବାହର ଏହି ପର୍ବରେ କନ୍ୟା ପିତା ମାତା କିଏ ହେବେ ଅର୍ଥାତ ମାତା ପାର୍ବତୀଙ୍କ ପିତା ମାତା କେଉଁ ଦମ୍ପତି ହେବେ ଏବଂ ବିବାହ ଅନୁଷ୍ଠିତ କରାଇ କନ୍ୟାଦାନ କରିବେ ତାହାଙ୍କୁ ଚୟନ କରାଯାଏ। କନ୍ୟା ପିତା ମାତା ଚୟନ ହେବା ପରମ୍ପରାକୁ ହିଁ ଥାଳ ଉଠା କୁହାଯାଏ। ଏନେଇ ଚୟନ ହୋଇଥିବା ଦମ୍ପତି ଏକ ଥାଳି ଉଠାଇ ଦେବ ଦମ୍ପତିଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହରେ ବାହାରନ୍ତି। ଏହାକୁ ହିଁ ଥାଳ ଉଠା କୁହାଯାଏ। 

Also Read: ସମଲେଶ୍ବରୀ ମନ୍ଦିର ୧୫ ଦିନ ବନ୍ଦ

ଏହାର ଠିକ୍ ଗୋଟିଏ ମାସ ପରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥାଏ। ଏଥର କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ବିନା କେବଳ ବିଧି ରକ୍ଷା ପାଇଁ ଏହି ଥାଳ ଉଠା ପରମ୍ପରା ଅନୁଷ୍ଠିତ ହେବ ବୋଲି ସମସ୍ତ ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।