)
ସମ୍ବଲପୁର: ମହାନଗର ନିଗମ ହେଉ କିମ୍ବା ପୌରପାଳିକା ଭଳି ସ୍ୱାୟତ୍ତ ସଂସ୍ଥାକୁ ସ୍ୱୟଂସମ୍ପୂର୍ଣ୍ଣ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ରାଜ୍ୟ ସରକାର। ନିଜସ୍ୱ ଆଦାୟ ଟିକସରେ ଯେପରି ଏହି ସଂସ୍ଥା ପରିଚାଳିତ ହୋଇପାରିବ ସେ ନେଇ ପ୍ରୟାସ ଜାରି ରହିଛି। ଚଳିତ ଆର୍ଥିକ ବର୍ଷରେ କୋରୋନା ଯୋଗୁ ଏଥର ଟିକସ ଆଦାୟରେ ବହୁତ କ୍ଷତି ହେଇଥିବା ପରିଲକ୍ଷିତ ହୋଇଛି। ସମ୍ବଲପୁର ମହାନଗର ନିଗମ କ୍ଷେତ୍ରରେ ମଧ୍ୟ ଏହା ଏହା ଦେଖିବାକୁ ମିଳିଛି।
କୋରୋନା ସଂକଟ କାଳରେ ହ୍ରାସ ପାଇଛି ଟିକସ ଆଦାୟ। ସମ୍ବଲପୁର ମହାନଗର ନିଗମ-ଏସଏମସି (Sambalpur Municipal Corporation-SMC) ଉପରେ ପଡିଛି ଏହାର ସିଧାସଳଖ ପ୍ରଭାବ। ଏହି ମହାନଗର ନିଗମ ପଶ୍ଚିମ ଓଡିଶାର ସବୁଠୁ ବଡ ସହର। ଏହା ଅଧିନରେ ରହିଛି ୪୧ଟି ୱାର୍ଡ। ସମ୍ବଲପୁର ସହର, ବୁର୍ଲା, ହୀରାକୁଦ ସହ ୧୨ଟି ପଞ୍ଚାୟୟ ସମ୍ମିଶ୍ରଣରେ ଏହାର ହୋଇଛି ଗଠନ। ସେହି ଅନୁପାତରେ ଏହାର ପରିଚାଳନା ପାଇଁ ଖର୍ଚ୍ଚ ମଧ୍ୟ ରହିଛି। କେବଳ ସଫେଇ, ପରିମଳ ବ୍ୟବସ୍ଥା ପାଇଁ ବାର୍ଷିକ ପାୟ ୨ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଉ ଏହି ଖର୍ଚ୍ଚ ତୁଲାଇବା ପାଇଁ ଏସଏମସି ପକ୍ଷରୁ ବିଭିନ୍ନ ଟିକସ ଆଦାୟ କରାଯାଉଛି।
Also Read: ମହାମାରୀରେ ଗରିବଙ୍କ ସାହା 'ମନରେଗା'
ହୋଲଡିଂ ଟ୍ୟାକ୍ସ, ଟ୍ରେଡ଼ ଲାଇସେନ୍ସ, ୟୁଜର ଫି, କଲ୍ୟାଣ ମଣ୍ଡପ, ବିଜ୍ଞାପନ, ପାଣି ଟ୍ୟାଙ୍କର, ମାର୍କେଟ ନିଲାମ, ପ୍ଲାନିଂ, ମ୍ୟୁଟେସନ, ବେଆଇନ ଭେଣ୍ଡିଂ ଜୋନରୁ ଜୋରିମାନା ଆଦାୟ କରି ଟିକସ ସଂଗ୍ରହ କରିଥାଏ ଏସଏମସି। ଚଳିତ ଆର୍ଥିକ ବର୍ଷରେ ଗତ ମାର୍ଚ୍ଚରୁ ଡିସେମ୍ବର ପର୍ଯ୍ୟନ୍ତ ଲକଡାଉନ ହୋଇଯିବାରୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଟିକସ ଆଦାୟ ବହୁତ ହ୍ରାସ ପାଇଛି। ଅନ୍ୟପଟେ ଏ ବର୍ଷ କୋରୋନା ମହାମାରୀ କାରଣରୁ କୌଣସି ମହାନଗର ନିଗମ କିମ୍ବା ପୌରପାଳିକାରେ ସମ୍ପୂର୍ଣ୍ଣ ଟିକସ ଆଦାୟ ହୋଇପାରି ନାହିଁ।
ଅନ୍ୟପଟେ ଏସଏମସି କମିଶନର ମଧ୍ୟ କୋରୋନା କାଳରେ ଟିକସ ଆଦାୟ ହ୍ରାସ ପାଇଥିବା କଥାକୁ ସ୍ୱୀକାର କରିଛନ୍ତି। ମାର୍ଚ୍ଚ ସୁଦ୍ଧା ଏହି ଲକ୍ଷ୍ୟ କେତେକାଂଶରେ ପୂରଣ ହୋଇଯିବ ବୋଲି ସେ ଆଶା ରଖିଛନ୍ତି। କୋଭିଡ ସମୟରେ କର ଆଦାୟ ହ୍ରାସ ପାଇବା ସ୍ୱାଭାବିକ ବୋଲି କହିଛନ୍ତି କମିଶନର। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି। ଅନ୍ୟ ପଟେ କର ଆଦାୟ ଅନଲାଇନ ବ୍ୟବସ୍ଥା ମଧ୍ୟ କରାଯାଇଛି। ଫଳରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହୋଇଯିବ ବୋଲି କମିଶନର କହିଛନ୍ତି।
Also Read: ଉନ୍ନତିକରଣ ପାଇଁ ହଟିବ ୧୨୫ ବର୍ଷର ଷ୍ଟେସନ
ବର୍ତ୍ତମାନ ଟିକସ ଆଦାୟ କ୍ଷେତ୍ରରେ ବ୍ୟବସ୍ଥାଗତ ତ୍ରୁଟି ଥିବାରୁ ସରକାର ଲକ୍ଷ ଲକ୍ଷ ଟଙ୍କା ଟିକସ ହରାଉଛନ୍ତି। ଏହାକୁ ସୁଧାରିବାକୁ ଦାବି ହେଉଛି। କୋରୋନା ପାଇଁ ସବୁ କ୍ଷେତ୍ରରେ କର କୋହଳ କରାଯାଉଥିବା ବେଳେ ବର୍ତ୍ତମାନ ଚାଲିଥିବା ମହାମାରୀ ସମୟରେ ସରକାର ସାଧାରଣ ଜନତାଙ୍କ ପାଇଁ ଏ କ୍ଷେତ୍ରରେ କିଛି କୋହଳ କରିବେ କି ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।