Advertisement
Article Detail0/zeeodisha/odisha663265
Zee OdishaSambalpurବୁଲା ଗାଈ ଗୋରୁଙ୍କ ପାଇଁ ଏବେ ସାହା କିଛି ସ୍ୱେଚ୍ଛାସେବୀ ସଙ୍ଗଠନ

ବୁଲା ଗାଈ ଗୋରୁଙ୍କ ପାଇଁ ଏବେ ସାହା କିଛି ସ୍ୱେଚ୍ଛାସେବୀ ସଙ୍ଗଠନ

ବୁଲା ଗାଈ ଗୋରୁ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦେବାକୁ ସ୍ୱେଚ୍ଛାସେବୀ କାମ କରୁଛନ୍ତି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ବର୍ତ୍ତମାନ ଲକ୍ ଡାଉନ ପରିସ୍ଥିତିରେ ସମସ୍ତଙ୍କର ନିତିଦିନିଆ କାର୍ଯ୍ୟ ବନ୍ଦ ରହିଥିବାରୁ ଦିନ ମଜୁରିଆଙ୍କୁ ମୁଠାଏ ଖାଇବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଜିଲ୍ଲା ପ୍ରଶାସନ ସହ ସାମାଜିକ କର୍ମୀ ନିଜସ୍ୱ ଖର୍ଚ୍ଚରେ ସମ୍ବଲପୁର ସହର ସହ ବୁର୍ଲା ହୀରକୁଦରେ ମଧ୍ୟ ଗରିବ ଦୁଃଖି ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି । 

ସେହିପରି ବୁଲା ଗାଈ ଗୋରୁ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦେବାକୁ ସ୍ୱେଚ୍ଛାସେବୀ କାମ କରୁଛନ୍ତି । ଆଜି ଅଇଁଠା ପାଲି ଛକରେ ସେମିତି କିଛି ସ୍ୱେଚ୍ଛାସେବୀ ନଜରକୁ ଆଶିଥିଲେ । ସେମାନେ ଲକ୍ ଡାଉନ ସମୟ ଆରମ୍ଭରୁ ବିଭିନ୍ନ ସ୍ଥାନରେ ବୁଲା ଗାଈ ଗୋରୁ ଏବଂ କୁକୁରଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି । କୁକୁରଙ୍କ ପାଇଁ  କୁକୁଡ଼ା ମାଂସ ସହ ଭାତ ଦେଉଥିବା ବେଳେ ବୁଲା ଗାଈଗୋରୁଙ୍କ ପାଇଁ ଘାସ ଏବଂ ଦାନାର ବ୍ୟବସ୍ଥା କରୁଛନ୍ତି ।

Add Zee News as a Preferred Source
About the Author