ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା
Advertisement

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଫିଜିକ୍ସ ବିଭାଗରେ ଚାଲିଥିବା ହଙ୍ଗର ଷ୍ଟ୍ରାଇକ ଆଜି ଚରମ ସୀମାରେ ପହଁଚିଛି ।

ଫାଇଲ ଫଟୋ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ଫିଜିକ୍ସ ବିଭାଗରେ ଚାଲିଥିବା ହଙ୍ଗର ଷ୍ଟ୍ରାଇକ ଆଜି ଚରମ ସୀମାରେ ପହଁଚିଛି । ଦାବି ପୂରଣ ନେଇ ଆମରଣ ଅନଶନରେ ବସିଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ପ୍ରତିଶୃତି ନ ମିଳିବାରୁ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି . 

ଶୁକ୍ରବାର ଛାତ୍ରଛାତ୍ରୀ ଉଗ୍ର ହୋଇ ଉଠିଥିଲେ । କିଛି ସମୟ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରଣକ୍ଷେତ୍ର ପାଲଟି ଥିଲା । କୁଳପତିଙ୍କ ରାସ୍ତାକୁ ଅବରୋଧ କରୁଥିବା ସମୟରେ ପୋଲିସ ଓ ଛାତ୍ରଛାତ୍ରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।