close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନିଷ୍ଠୁର ସାଜିଲେ ଶିକ୍ଷକ: ମାଡ ମାରି କ୍ଷତବିକ୍ଷତ କଲେ ଛାତ୍ରଙ୍କୁ

ଦୁଇଜଣ ଛାତ୍ର ଦୁଷ୍ଟାମୀ କରୁଥିଲେ। ସେହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଛାତ୍ର ଶିବ ଧୁରୁଆଙ୍କ ମୁହଁ କୁ ମାଡ ମାରିଥିଲେ । ଶିବ କାନ୍ଦି କାନ୍ଦି ଘରକୁ ଆସି  ସବୁ କଥା ଜଣାଇଥିଲେ ।

ନିଷ୍ଠୁର ସାଜିଲେ ଶିକ୍ଷକ: ମାଡ ମାରି କ୍ଷତବିକ୍ଷତ କଲେ ଛାତ୍ରଙ୍କୁ
ସୌଜନ୍ୟ: ସୋସିଆଲ ମିଡିଆ

ମୁକେଶ ପ୍ରଧାନ,ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ ବାଲିଜୋରି ନୋଡାଲ ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ଏକ ସମ୍ବେଦନଶୀଳ ଘଟଣା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କର ମାଡ଼ ରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଛାତ୍ର ଶିବ ଧୁରୁଆ।  

ସୂଚନା ଅନୁସାରେ, ଗତକାଲି ବିଦ୍ୟାଳୟରେ ଦୁଇଜଣ ଛାତ୍ର ଦୁଷ୍ଟାମୀ କରୁଥିଲେ। ସେହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଛାତ୍ର ଶିବ ଧୁରୁଆଙ୍କ ମୁହଁ କୁ ମାଡ ମାରିଥିଲେ । ଶିବ କାନ୍ଦି କାନ୍ଦି ଘରକୁ ଆସି  ସବୁ କଥା ଜଣାଇଥିଲେ । ପରିବାର ଲୋକ କହିବା ଅନୁସାରେ, ପୁଅର ମୁହଁରେ ମାଡ ଚିହ୍ନ ରହିଛି । ପ୍ରଥମେ ଶିବ ଘରକୁ ଆସି  ବାନ୍ତି କରିଥିଲେ । ଦେହ ଖରାପ ହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲ କୁ ନିଆଯାଇଥିଲା । 

ଶିବ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶିବଙ୍କର ମୁହଁ ରେ ରକ୍ତ ଜମିଯାଇଥିବା ସହିତ ଆଖି ରେ କଳା ପଡିଯାଇଥିବା କହିଛନ୍ତି ଡାକ୍ତର । ଗଣମାଧ୍ୟମ ଠାରୁ ସୂଚନା ମିଳିବା ପରେ ଜିଲ୍ଲା ଚାଇଲଡ଼ ଲାଇନ ଏବଂ ଶିଶୁ ମଙ୍ଗଳ ବିଭାଗ ତରଫରୁ ନିଜେ ଘଟଣା ର ତଦନ୍ତ କରୁଛନ୍ତି ଚାଇଲଡ଼ ଲାଇନ ଅଧ୍ୟକ୍ଷା । ସ୍କୁଲ ରେ ମାଡ଼ ମରାଯିବା ଉଚିତ ନୁହେଁ ଯଦି ଏଭଲି ଘଟଣା ଘଟିଥାଏ, ତେବେ ନିଶ୍ଚୟ ଦୋଷୀ ଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ଅଧକ୍ଷ । ତେବେ ଏହି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ବିଇଓ ଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏବଂ ଘଟଣା ରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ  ।

ଅନ୍ୟ ପକ୍ଷରେ ଏହି ଘଟଣା କୁ ଅସ୍ୱୀକାର  କରିଛନ୍ତି ପ୍ରଧାନ ଶିକ୍ଷକ ନିର୍ମଳ ନାଏକ । ନିଜ ଗାଁ ସ୍କୁଲ ରେ ସେ ଶିକ୍ଷକତା କରୁଥିବାରୁ ତାଙ୍କୁ ଗାଁ ଲୋକେ ରାଗ ରଖି  ଫସେଇଥିବା  କଥା କହିଛନ୍ତି ନିର୍ମଳ । ସ୍କୁଲ ଛୁଟି ପରେ ଏହି ସବୁ ଘଟଣା ଘଟିଛି । ପିଲାଟି ଅନ୍ୟ ପିଲା ମାନଙ୍କର ସାଙ୍ଗରେ ଝଗଡା କରି ଆହତ ହୋଇଥାଏ ପାରେ ମାତ୍ର ସେ ଶିବ କୁ ବାଡେଇ ନାହାନ୍ତି ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିର୍ମଳ ନାଏକ ।