ସମ୍ୱଲପୁର: ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଯୁବକ ମାଡ଼ ଖାଇବା ଭୟରେ ବ୍ରିଜ ଉପରୁ ତଳକୁ ଡେଇଁଛନ୍ତି । ଘଟଣାଟି ସମ୍ବଲପୁର ମହାନଦୀ ଦ୍ୱିତୀୟ ସେତୁ ଚାଉଁରପୁର ବ୍ରିଜ ଘଟିଛି ।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ, ଯୁବକ ଜଣକ ଏକ ପଲସର ୨୨୦ ବାଇକ ଚୋରୀ କରି ପଳାୟନ କରୁଥିଲା । ଏହି ସମୟରେ ବ୍ରିଜ ଉପରୁ ଡେଇଁବାରୁ ଗୁରୁତର ଆହତ ହୋଇଛନ୍ତି । ସେପଟେ ଯୁବକ ଜଣକ ଘଟଣାକୁ ଅସ୍ୱୀକାର କରିବା ସହ ନିଜକୁ ଚୋର ହୋଇନଥିବା ବୋଲି କହିଛନ୍ତି ।
ଯୁବକ ଜଣକ ସର୍ଗୀପାଲି ଗାଁର ସୁରେଶ ଭୋଇ । ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଂଚି ତାକୁ ଉଦ୍ଧାର କରିଛନ୍ତି । ଅବସ୍ଥା ଗୁରୁତର ହୋଇଥିବାରୁ ତାକୁ ବୁର୍ଲା ନେଇଥିବାର ଜଣାପଡିଛି ।