ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
Advertisement

ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଘଟଣାଟି ଘଟିଛି ଶାସନ ଥାନା ଅନ୍ତର୍ଗତ କୁକୁଡାପାଲି ଗ୍ରାମପଞ୍ଚାୟତର ଗିରିପାଲି ଗାଁରେ । 

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଘଟଣାଟି ଘଟିଛି ଶାସନ ଥାନା ଅନ୍ତର୍ଗତ କୁକୁଡାପାଲି ଗ୍ରାମପଞ୍ଚାୟତର ଗିରିପାଲି ଗାଁରେ । ମୃତ ଯୁବକ ଜଣକ ହେଉଛନ୍ତି ଏହି ଅଞ୍ଚଳର ସୁବଳ ମାଝି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ସୁବଳ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଅସ୍ପଷ୍ଟ ରହିଛି । 

ମିଳିଥିବା ସୂଚନା ମୁତାବକ, ଆଜି ସକାଳୁ ସୁବଳଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଆଉ ଏନେଇ ପୋଲିସକୁ ଖବର ଦେଇଥିଲେ । ଯାହା ଜଣାପଡ଼ିଛି, ସୁବଳ କଥା କହିପାରନ୍ତି ନାହିଁ । ତାଙ୍କ ଶ୍ରବଣ ଶକ୍ତି ମଧ୍ୟ କମ୍ ଥିଲା ବୋଲି କୁହାଯାଉଛି । ଗତ ୩ ମାସ ହେଲା ସେ ଘରେ ରହୁ ନ ଥିଲେ । ହେଲେ ୩ ଦିନ ତଳେ ଥରକ ପାଇଁ ଘରକୁ ଯାଇଥିଲେ । ଅବଶ୍ୟ ଘରେ ଦିନଟିଏ ରହି ପୁଣି କୁଆଡ଼େ ପଳାଇ ଯାଇଥିଲେ । 

ଅନ୍ୟପଟେ ସୁବଳଙ୍କୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ତେବେ କେଉଁ କାରଣ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରିରଖିଛି ।