)
ସୁବର୍ଣ୍ଣପୁର: ଜିଲ୍ଲାରେ ଆଉ ୪ କୋରୋନା ପଜିଟିଭ ଚିହ୍ନଟ । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ତେବେ ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ମୁତାବକ, ନୂଆ ୪ ମାମଲା ମଧ୍ୟରୁ ୨ ଆକ୍ରାନ୍ତ ସୋନପୁର ବ୍ଲକର । ସେହିପରି ତରଭା ଓ ଡୁଙ୍ଗୁରିପାଲି ବ୍ଲକରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ସୁବର୍ଣ୍ଣପୁର କୋଭିଡ ୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
4 more positive cases have been detected today in Sonepur District. Two from Sonepur block, one each from Tarbha and Dunguripali. All were staying at TMC and are being shifted to Covid Health Centre. No need to panic
— Collector Subarnapur (@DM_Subarnapur) May 27, 2020
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂଆ ମାମଲା ସବୁ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ସାମ୍ନାକୁ ଆସିଛି । ଅର୍ଥାତ ଗୋଷ୍ଠୀ ସଂକ୍ରମଣର କୌଣସି ସମ୍ଭାବନା ନାହିଁ । ନୂଆ ଆକ୍ରାନ୍ତଙ୍କୁ ନେଇ କୌଣସି ପ୍ରକାର ଭୟଭୀତ ନହେବା ପାଇଁ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ।
କହିରଖୁଛୁ, ପୂର୍ବରୁ ଡୁଙ୍ଗୁରିପାଲି ବ୍ଲକରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ବ୍ଲକରୁ ଆଉ ଗୋଟିଏ ମାମଲା ସାମ୍ନାକୁ ଆସିଛି ।