• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Sonepur
  • /ସୁବର୍ଣ୍ଣପୁରକୁ ପଶିଲା କୋରୋନା

ସୁବର୍ଣ୍ଣପୁରକୁ ପଶିଲା କୋରୋନା

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଟପିଲା

Edited ByZee Odisha Desk
Published: May 26, 2020, 10:46 AM IST|Updated: May 26, 2020, 10:59 AM IST
joinshare
ସୁବର୍ଣ୍ଣପୁରକୁ ପଶିଲା କୋରୋନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ଭିଜିଲାନ୍ସ ପଞ୍ଝାରେ DLO ଆକାଶ

    Odisha Vigilance: ଭିଜିଲାନ୍ସ ପଞ୍ଝାରେ DLO ଆକାଶ

    2

    Top 10 News Today: ନେପାଳ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୮୧କୁ ବୃଦ୍ଧି,ମୋଦୀ ଉଜବେକିସ୍

    3

    PM Modi: ମୋଦୀ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

    4

    Odisha News: ମନୋବଳକୁ ଦୁର୍ବଳ କରିପାରିଲା ନାହିଁ ବର୍ଷା,‘Sunday on Cycle’ ରାଲିରେ...

    5

    Odisha News: ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ବନ୍ଧା ହେଲେ SI ସ୍ୱାମୀ

    ଭୁବନେଶ୍ୱର: ରାଜ୍ୟରେ ଆଉ ୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୯ ନମ୍ବର ଜିଲ୍ଲା ଭାବେ ସୁବର୍ଣ୍ଣପୁରକୁ ପଶିଛି କୋରୋନା । ଜିଲ୍ଲାରେ ଜଣଙ୍କ ରିପୋର୍ଟ ପଜିଟିଭ ବାହାରିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

    ତେବେ ନୂଆ ମାମଲା ମଧ୍ୟରେ କଟକରୁ ସର୍ବାଧିକ ୧୬ ଜଣ ରହିଛନ୍ତି । ସେହିପରି ବଲାଙ୍ଗୀରରୁ ୧୪, କେନ୍ଦୁଝରରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୬, ଗଞ୍ଜାମରୁ ୫, ପୁରୀରୁ ୪, ବାଲେଶ୍ୱରରୁ ୪,  ଖୋର୍ଦ୍ଧାରୁ ୪, ଢେଙ୍କାନାଳରୁ ୩, ନୟାଗଡ଼ରୁ ୩ ଏବଂ ଯାଜପୁରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡ଼ା, ଅନୁଗୋଳ ଏବଂ ସୁବର୍ଣ୍ଣପୁରରୁ ମଧ୍ୟ ଗୋଟିଏ ଗୋଟିଏ ମାମଲା ସାମ୍ନାକୁ ଆସିଛି । 

    ରାଜ୍ୟରେ ଏପର୍ଯ୍ୟନ୍ତ ୧୫୧୭ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ଏମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିପରି ପୂର୍ବରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୮୬୧ଟି ଆକ୍ଟିଭ କେସ ରହିଛି । 

    ସେପଟେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୫ ହଜାର ୩୮୦ରେ ପହଞ୍ଚିଛି । ସେହିପରି ୪୧୬୭ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ୬୦୪୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଆକ୍ସିଭ କେସ ସଂଖ୍ୟା ୮୦୭୨୨ ରହିଛି । ତେବେ ଦୈନିକ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ବଡ଼ ଆହ୍ୱାନ ପାଲଟିଛି । 

    ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନାର ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫ଲକ୍ଷ ୮୯ ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୩ଲକ୍ଷ ୪୭ ହଜାର ୯୦୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତକର ଖବର ଏହା ଯେ, ୨୩ଲକ୍ଷ ୬୬ ହଜାର ୫୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । 

    Add Zee News as a Preferred Source
    TAGS:
    Coronavirus
    COVID 19
    Odisha Corona Update