Advertisement
Article Detail0/zeeodisha/odisha689477

ସୁବର୍ଣ୍ଣପୁର ଧୁଲଧୁଲା ଗାଁରେ ବିଭତ୍ସ ହତ୍ୟାକାଣ୍ଡ

ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ନିଜ ପ୍ରଧାନମନ୍ତ୍ରୀ ଆବାସ ଘରେ ରାଜକୁମାର ଲୁହାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନିରଞ୍ଜନ ମିଶ୍ର, ସୁବର୍ଣ୍ଣପୁର: ଉଲୁଣ୍ଡା ଥାନା ଧୁଲଧୁଲା ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗାଁର ରାଜକୁମାର ଲୁହାଙ୍କୁ କେହି ହତ୍ୟା କରି ଫେରାର ହୋଇଯାଇଛି । ସେହିପରି ତାଙ୍କ ପୁତ୍ରବଧୂ ଭୂମିସୁତା ଲୁହା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘରେ ଶୋଇଥିବା ବେଳେ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ନିଜ ପ୍ରଧାନମନ୍ତ୍ରୀ ଆବାସ ଘରେ ରାଜକୁମାର ଲୁହାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ପୁତ୍ରବଧୂ ଭୂମିସୁତା ମଧ୍ୟ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ମୃତ ରାଜକୁମାରଙ୍କ ସ୍ତ୍ରୀ ପ୍ରଥମେ ଏହା ଦେଖିବାକୁ ପାଇଥିଲେ । 

fallback

Add Zee News as a Preferred Source

ତେବେ କିଏ ଓ କାହିଁକି ଏ ପ୍ରକାର ହତ୍ୟାକାଣ୍ଡ ଭିଆଇଛି, ତାହା ଜଣାପଡ଼ିନାହିଁ । ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେହିପରି ଭୂମିସୁତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଯାହା ଜଣାପଡ଼ିଛି, ଭୂମିସୂତାଙ୍କ ସ୍ୱାମୀ ବାହାର ରାଜ୍ୟରେ ରହୁଛନ୍ତି । 

About the Author