ତରଭା ଚୁଡ଼ାଖାଇ ପାହାଡ ନିକଟରେ ଗୁଳିମାଡ଼
Advertisement

ତରଭା ଚୁଡ଼ାଖାଇ ପାହାଡ ନିକଟରେ ଗୁଳିମାଡ଼

କିଏ ଓ କାହିଁକି ଏପରି ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଦୁର୍ବୃତ୍ତଙ୍କ ଧରିବା ପାଇଁ ଜୋରସୋରରେ ଉଦ୍ୟମ ଚଳାଇଛି ତରଭା ପୋଲିସ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନିରଞ୍ଜନ ମିଶ୍ର, ସୁବର୍ଣ୍ଣପୁର: ତରଭା ଚୁଡ଼ାଖାଇ ପାହାଡ ନିକଟରେ ଗୁଳିମାଡ଼ । ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଭୁଡାର ଗାଁର ଶାନ୍ତନୁ ରାଉତ । ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଗୁଳିମାଡ଼ ହୋଇଛି ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ତରଭା ଚୁଡାଖାଇ ପାହାଡ ନିକଟରେ ଶାନ୍ତନୁଙ୍କୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ । ତାଙ୍କ ଉପରେ ଗୁଳିମାଡ଼ କରିଥିଲେ । ଫଳରେ ତାଙ୍କ ଗୋଡ଼ରେ ଗଭୀର ଆହତ ଲାଗିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । 

fallback

ତେବେ କିଏ ଓ କାହିଁକି ଏପରି ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ଦୁର୍ବୃତ୍ତଙ୍କ ଧରିବା ପାଇଁ ଜୋରସୋରରେ ଉଦ୍ୟମ ଚଳାଇଛି ତରଭା ପୋଲିସ ।