Advertisement
Article Detail0/zeeodisha/odisha2846758
Zee OdishaOdisha SportsAsia Cup 2025 ବୟକଟ୍ କରିବ ବିସିସିଆଇ? ACC ମିଟିଂରେ ସାମିଲ ହେବାକୁ କରିଦେଲା ମନା

Asia Cup 2025 ବୟକଟ୍ କରିବ ବିସିସିଆଇ? ACC ମିଟିଂରେ ସାମିଲ ହେବାକୁ କରିଦେଲା ମନା

Asia Cup Uncertainty:  ଭାରତୀୟ କ୍ରିକେଟ୍ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ଅନ୍ୟ କେତକ କ୍ରିକେଟ୍ ବୋର୍ଡ ଏସୀୟ କ୍ରିକେଟ୍ ପରିଷଦ (ACC) ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏସିଆ କପ୍ ୨୦୨୫ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି।

 

Asia Cup 2025 ବୟକଟ କରିବ ବିସିସିଆଇ?
Asia Cup 2025 ବୟକଟ କରିବ ବିସିସିଆଇ?

Asia Cup Uncertainty: ଭାରତୀୟ କ୍ରିକେଟ୍ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ଅନ୍ୟ କେତକ କ୍ରିକେଟ୍ ବୋର୍ଡ ଏସୀୟ କ୍ରିକେଟ୍ ପରିଷଦ (ACC) ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏସିଆ କପ୍ ୨୦୨୫ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ACC ବୈଠକ ୨୪ ଜୁଲାଇରେ ବାଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ BCCI ଢାକାରେ ହେବାକୁ ଥିବା ଏହି ବୈଠକରେ ଯୋଗ ଦେବାକୁ ଚାହୁଁନାହିଁ।

ANI ଅନୁଯାୟୀ, "BCCI ଆନୁଷ୍ଠାନିକ ଭାବରେ ACC ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ ଜଣାଇ ଦେଇଛି ଯେ ଯଦି ଏହା ଢାକାରେ ଅନୁଷ୍ଠିତ ହୁଏ ତେବେ ଏହା ବୈଠକରେ ଅଂଶଗ୍ରହଣ କରିବ ନାହିଁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଖରାପ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।"

ଭାରତ ବ୍ୟତୀତ, ଶ୍ରୀଲଙ୍କା, ଓମାନ ଓ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ମଧ୍ୟ ବୈଠକର ସ୍ଥାନ ସମ୍ପର୍କରେ ସମାନ ଆପତ୍ତି ପ୍ରକାଶ କରିଛନ୍ତି ଏବଂ ଭାରତକୁ ସମର୍ଥନ କରିଛନ୍ତି। ଏହି ଦେଶଗୁଡ଼ିକର ବଢ଼ୁଥିବା ବିରୋଧ ସତ୍ତ୍ୱେ ACC ସଭାପତି ମୋହସିନ ନକଭି ଢାକାରେ ବୈଠକ ଆୟୋଜନ କରିବା ଉପରେ ଅଟଳ ଅଛନ୍ତି। 

Add Zee News as a Preferred Source

BCCI ଉଭୟ ACC ଏବଂ PCB ସଭାପତି ନକଭିଙ୍କୁ ନିଜର ମତ ସ୍ପଷ୍ଟ କରିଦେଇଛି ଏବଂ ସେମାନଙ୍କୁ କହିଛି ଯେ ସେମାନେ ଢାକାରେ ହେବାକୁ ଥିବା ବୈଠକରେ ଯୋଗଦେବେ ନାହିଁ। ଏହା ବ୍ୟତୀତ ସେମାନେ ବ୍ୟକ୍ତିଗତ ଭାବରେ ସ୍ଥାନ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।

ACC ସମ୍ବିଧାନ ଅନୁଯାୟୀ, ପ୍ରମୁଖ ସଦସ୍ୟ ବୋର୍ଡଗୁଡ଼ିକର ଅଂଶଗ୍ରହଣ ବିନା ଢାକାରେ ହେବାକୁ ଥିବା ବୈଠକରେ ନିଆଯାଇଥିବା ଯେକୌଣସି ନିଷ୍ପତ୍ତିକୁ ଅବୈଧ ବୋଲି ବିବେଚନା କରାଯାଇପାରେ। ଏହା ଏସିଆ କପ୍ ଆୟୋଜନକୁ ନେଇ ସମ୍ଭାବ୍ୟ ଅଚଳାବସ୍ଥାର ଚିନ୍ତା ବଢ଼ାଇ ଦେଇଛି। 

ଖବର  ଅନୁଯାୟୀ, ଢାକାରେ ବୈଠକ ଆୟୋଜନ ପାଇଁ ନକଭିଙ୍କ ଜିଦ୍କୁ ଏସିଆ କପ୍ ପ୍ରସଙ୍ଗରେ ଭାରତ ଉପରେ ଅଯଥା ଚାପ ପକାଇବାର ପ୍ରୟାସ ଭାବରେ ଦେଖାଯାଉଛି। ବୈଠକ ଅନୁଷ୍ଠିତ ହେବାକୁ ଆଉ କିଛି ଦିନ ବାକି ଅଛି ଏବଂ ଅନ୍ୟ କୌଣସି ସ୍ଥାନରେ ବୈଠକ ଆୟୋଜନ କରିବା ବିଷୟରେ ACC ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇ ନାହିଁ। ଯାହା ଫଳରେ ଏସିଆ କପ୍ ଆୟୋଜନ ଉପରେ ପ୍ରଶ୍ନ ଉଠାଯାଉଛି।

ଚଳିତବର୍ଷ ଭାରତ ଏସିଆ କପ୍ ଆୟୋଜକ ରହିଛି। କିନ୍ତୁ ଏସିଆ କପ୍ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ ଏବଂ ଏଥିରେ ୬ଟି ଦଳ ଅଂଶଗ୍ରହଣ କରିବେ। କିନ୍ତୁ ଏହାର ତାରିଖ କିମ୍ବା ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଶ୍ୱାସ କରାଯାଉଛି ଯେ ଯଦି ସବୁକିଛି ଠିକ୍ ରହେ ତେବେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୦୨୫ରେ ଅନୁଷ୍ଠିତ ହୋଇପାରେ।

About the Author