)
Asia Cup 2025: ପାକିସ୍ତାନକୁ ଦୃଢ ଜବାବ ଦେଇ କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ହୃଦୟ ପୁଣିଥରେ ଜିତିବାରେ ସକ୍ଷମ ହୋଇଛି ଭାରତୀୟ କ୍ରିକେଟ୍ ଟିମ୍ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହୋଇଥିବା ଟି ଟ୍ୱେଣ୍ଟିରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ମାତ୍ର ୪ ୱିକେଟ୍ ହରାଇ ୧୮.୫ ଓଭରରେ ୧୭୪ ରନ୍ ସଂଗ୍ରହ କରିଛି ଭାରତୀୟ ଟିମ୍ ।
ପ୍ରଥମେ ଅଭିଷେକ ଏବଂ ଶୁଭମନ ଗିଲଙ୍କ ପ୍ରାରମ୍ଭିକ ଯୋଡ଼ି କ୍ରିଜକୁ ଆସିଥିଲେ ଏବଂ ପାକିସ୍ତାନର ଶାହିନ ବୋଲିଂ ଆରମ୍ଭ କରିଥିଲେ । ଅଭିଷେକ ପ୍ରଥମ ବଲ୍ ରେ ଛକା ମାରିଥିଲେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଅଭିଷେକ ତା’ପରେ ଶାହିନଙ୍କ ପାଖକୁ ଯାଇ କିଛି କଥା ହୋଇଥିଲେ । ପ୍ରଥମ ବଲ୍ ଟି ଏକ ସର୍ଟ ବଲ୍ ଥିଲା ଅଭିଷେକ ଏହାକୁ ଟାଣିବାକୁ ଚେଷ୍ଟା କରିଥିଲେ ହେଲେ ବଲଟି ବ୍ୟାଟ ଉପର ଧାର ନେଇ ୱିକେଟ ପଛରେ ସୀମା ପାର ହୋଇଯାଇଥିଲା। ପ୍ରଥମ ଓଭରରେ ୯ ରନ ସଂଗ୍ରହ କରି ଭାରତ ଭଲ ଆରମ୍ଭ କରିଥିଲା । ଗିଲ୍ ୨ୟ ଓଭରରେ ଚତୁର୍ଥ ଏବଂ ପଞ୍ଚମ ବଲ୍ ରେ ଚୌକା ମାରିଥିଲେ। କିଛି ସମୟ ମଧ୍ୟରେ ଅଭିଷେକ ଏବଂ ଗିଲ୍ ପ୍ରତ୍ୟେକ ୧୨ ବଲ୍ ରେ ୨୧-୨୨ ରନ କରିଥିଲେ। ଗିଲ୍ ରଉଫଙ୍କ ଓଭରର ଶେଷ ବଲରେ ଚୌକା ମାରିଥିଲେ। ଅଭିଷେକ ଶର୍ମା ମାତ୍ର ୨୪ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଚାରୋଟି ଚୌକା ଏବଂ ଚାରୋଟି ଛକା ମାରିଥିଲେ। ଶୁଭମନ ଗିଲଙ୍କ ୱିକେଟ୍ ଯିବା କାରଣରୁ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ବ୍ୟାଟରୁ ଡିଫ୍ଲେକ୍ଟ ହୋଇ ୱିକେଟରେ ବଲ୍ ବାଜିବା କାରଣରୁ ସେ ଆଉଟ୍ ହୋଇଥିଲେ । ଗିଲ୍ ୨୮ ବଲ୍ ରେ ଆଠଟି ଚୌକା ସହିତ ୪୭ ରନ୍ କରି ବିଦାୟ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ୩୯ ବଲ୍ ରେ ୭୪ ରନ୍ କରି ଆଉଟ ହୋଇଥିଲେ, ସେ ଛଅଟି ଚୌକା ଏବଂ ପାଞ୍ଚଟି ଛକା ମାରିଥିଲେ। ସଞ୍ଜୁ ସାମସନଙ୍କ ବୋଲ୍ଡ ଭାରତକୁ ଚତୁର୍ଥ ଝଟକା ଦେଇଥିଲା । ସେ ୧୭ଟି ବଲ ଖେଳିଥିଲେ ଏବଂ କେବଳ ଗୋଟିଏ ଚୌକା ମାରିଥିଲେ। ସଞ୍ଜୁ ମୋଟ ୧୩ ରନ ସଂଗ୍ରହ କରିପାରିଥିଲେ। ବଲଟି ସିଧା ମିଡିଲ ଷ୍ଟମ୍ପରେ ବାଜିବା କାରଣରୁ ସେ ଆଉଟ୍ ହୋଇଥିଲେ ।
ଆପଣଙ୍କୁ କହିରଖୁଛୁ ଯେ, ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନୀ ଟିମ୍ । ୨୦ ଓଭର ଶେଷରେ ୫ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ଭାରତକୁ ଜିତିବା ପାଇଁ ୧୭୨ ରନ୍ ଲକ୍ଷ୍ୟ ଦେଇଥିଲା ପାକିସ୍ତାନ। ଭାରତ ଫିଲଡିଂ ସମୟରେ ଆଜି ଚାରୋଟି ସହଜ କ୍ୟାଚ୍ ଛାଡ଼ିଥିଲା। ଅଭିଷେକ ଦୁଇଟି, କୁଲଦୀପ ଏବଂ ଗିଲ୍ ଗୋଟିଏ ଲେଖାଏଁ କ୍ୟାଚ୍ ଛାଡିଥିଲେ । ସାହିବଜାଦା ଫରହାନ ତୃତୀୟ ବଲ୍ ରେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହାର ସୁଯୋଗ ନେଇ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ସାହିବଜାଦା ଫରହାନ ୪୫ ବଲ୍ ରେ ୫୮ ରନ୍ ସଂଗ୍ରହ କରିଥିଲେ। ସଲମାନ ଆଗାଙ୍କ ୧୩ ବଲ୍ ରେ ୧୭ ରନ୍ ଏବଂ ଆଶରଫ୍ ଙ୍କ ୮ ବଲ୍ ରେ ୨୦ ରନ୍ ପାକିସ୍ତାନକୁ ୧୭୦ ରନ୍ ପାର କରିବାରେ ସାହାଯ୍ୟ କରିଥିଲା। ଭାରତ ପାଇଁ ଦୁବେ ୨ଟି ୱିକେଟ୍ ନେଇଥିଲେ ଏବଂ ହାର୍ଦ୍ଦିକ ଏବଂ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ।
ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ପରେ ଦୁଇ ଅଧିନାୟକ ହାତ ମିଳାଇ ନଥିଲେ। ଅନ୍ୟପଟେ ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆକୁ ଫେରିଥିଲେ ଏବଂ ପାକିସ୍ତାନ ଟିମ୍ ରେ ହାସନ ନୱାଜ୍ ଏବଂ ଖୁସଦିଲ୍ ଶାହଙ୍କୁ ବାଦ ଦିଆଯାଇଛି।
ଭାରତର ପ୍ଲେଇଂ ଇଲେଭେନରେ ଅଭିଷେକ ଶର୍ମା, ଶୁଭମାନ ଗିଲ୍, ସଞ୍ଜୁ ସାମସନ୍ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରିତ ବୁମରାହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଥିବା ସମୟରେ ପାକିସ୍ତାନ ପ୍ଲେଇଂ ଇଲେଭେନରେ ସୈମ ଆୟୁବ, ସାହିବଜାଦା ଫରହାନ, ଫଖର ଜମାନ, ସଲମାନ ଆଗା (ଅଧିନାୟକ), ହୁସେନ ତଲାତ, ମହମ୍ମଦ ହାରିସ (ୱିକେଟକିପର), ମହମ୍ମଦ ନୱାଜ, ଫହୀମ ଆସରଫ, ଶାହିନ ଆଫ୍ରିଦି, ହାରିସ ରୌଫ, ଅବରାର ଅହମ୍ମଦ ରହିଥିଲେ ।
ପାକିସ୍ତାନର ଆରମ୍ଭ ଆକ୍ରମଣାତ୍ମକ ଥିଲା। ହାର୍ଦ୍ଦିକ ଓଭରର ଶେଷ ବଲରେ ଛକା ମାରି ଭାରତକୁ ବିଜୟ ପାଇଁ ୧୭୧ ରନର ଲକ୍ଷ୍ୟ ଦେଇଥିଲା। ପାକିସ୍ତାନ ଶେଷ ଓଭରରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା। ପାକିସ୍ତାନ ମଧ୍ୟ ଭଲ ଆରମ୍ଭ କରିଥିଲା, କିନ୍ତୁ ମଧ୍ୟ ଓଭରରେ ଭାରତ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ପାକିସ୍ତାନ ପାଇଁ ସାହିବଜାଦା ଫରହାନ ସର୍ବାଧିକ ରନ ସ୍କୋରର ଥିଲେ । ସେ ସେ ୪୫ ବଲରୁ ୫୮ ରନ କରିଥିଲେ। ସଲମାନ ଆଗାଙ୍କ ୧୩ ବଲରୁ ୧୭ ଏବଂ ଆସରଫଙ୍କ ୮ ବଲରୁ ୨୦ ରନ ପାକିସ୍ତାନକୁ ୧୭୦ ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।