)
Asia Cup 2025 Ind vs Pak Match: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନୀ ଟିମ୍ । ୨୦ ଓଭର ଶେଷରେ ୫ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ଭାରତକୁ ଜିତିବା ପାଇଁ ୧୭୨ ରନ୍ ଲକ୍ଷ୍ୟ ଦେଇଛି ପାକିସ୍ତାନ। ଭାରତ ଫିଲଡିଂ ସମୟରେ ଆଜି ଚାରୋଟି ସହଜ କ୍ୟାଚ୍ ଛାଡ଼ିଛି। ଅଭିଷେକ ଦୁଇଟି, କୁଲଦୀପ ଏବଂ ଗିଲ୍ ଗୋଟିଏ ଲେଖାଏଁ କ୍ୟାଚ୍ ଛାଡିଥିଲେ । ସାହିବଜାଦା ଫରହାନ ତୃତୀୟ ବଲ୍ ରେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହାର ସୁଯୋଗ ନେଇ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ସାହିବଜାଦା ଫରହାନ ୪୫ ବଲ୍ ରେ ୫୮ ରନ୍ ସଂଗ୍ରହ କରିଥିଲେ। ସଲମାନ ଆଗାଙ୍କ ୧୩ ବଲ୍ ରେ ୧୭ ରନ୍ ଏବଂ ଆଶରଫ୍ ଙ୍କ ୮ ବଲ୍ ରେ ୨୦ ରନ୍ ପାକିସ୍ତାନକୁ ୧୭୦ ରନ୍ ପାର କରିବାରେ ସାହାଯ୍ୟ କରିଥିଲା। ଭାରତ ପାଇଁ ଦୁବେ ୨ଟି ୱିକେଟ୍ ନେଇଥିଲେ ଏବଂ ହାର୍ଦ୍ଦିକ ଏବଂ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ।
ଆଜିର ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟସ୍ ପରେ ଦୁଇ ଅଧିନାୟକ ହାତ ମିଳାଇ ନଥିଲେ। ଅନ୍ୟପଟେ ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ଡିଆକୁ ଫେରିଛନ୍ତି ଏବଂ ପାକିସ୍ତାନ ଟିମ୍ ରେ ହାସନ ନୱାଜ୍ ଏବଂ ଖୁସଦିଲ୍ ଶାହଙ୍କୁ ବାଦ ଦିଆଯାଇଛି।
ଭାରତର ପ୍ଲେଇଂ ଇଲେଭେନରେ ଅଭିଷେକ ଶର୍ମା, ଶୁଭମାନ ଗିଲ୍, ସଞ୍ଜୁ ସାମସନ୍ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରିତ ବୁମରାହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଥିବା ସମୟରେ ପାକିସ୍ତାନ ପ୍ଲେଇଂ ଇଲେଭେନରେ ସୈମ ଆୟୁବ, ସାହିବଜାଦା ଫରହାନ, ଫଖର ଜମାନ, ସଲମାନ ଆଗା (ଅଧିନାୟକ), ହୁସେନ ତଲାତ, ମହମ୍ମଦ ହାରିସ (ୱିକେଟକିପର), ମହମ୍ମଦ ନୱାଜ, ଫହୀମ ଆସରଫ, ଶାହିନ ଆଫ୍ରିଦି, ହାରିସ ରୌଫ, ଅବରାର ଅହମ୍ମଦ ଅଛନ୍ତି ।
ପାକିସ୍ତାନର ଆରମ୍ଭ ଆକ୍ରମଣାତ୍ମକ ଥିଲା। ହାର୍ଦ୍ଦିକ ଓଭରର ଶେଷ ବଲରେ ଛକା ମାରି ଭାରତକୁ ବିଜୟ ପାଇଁ ୧୭୧ ରନର ଲକ୍ଷ୍ୟ ଦେଇଛନ୍ତି। ପାକିସ୍ତାନ ଶେଷ ଓଭରରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା। ପାକିସ୍ତାନ ମଧ୍ୟ ଭଲ ଆରମ୍ଭ କରିଥିଲା, କିନ୍ତୁ ମଧ୍ୟ ଓଭରରେ ଭାରତ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ପାକିସ୍ତାନ ପାଇଁ ସାହିବଜାଦା ଫରହାନ ସର୍ବାଧିକ ରନ ସ୍କୋରର ଥିଲେ । ସେ ସେ ୪୫ ବଲରୁ ୫୮ ରନ କରିଥିଲେ। ସଲମାନ ଆଗାଙ୍କ ୧୩ ବଲରୁ ୧୭ ଏବଂ ଆସରଫଙ୍କ ୮ ବଲରୁ ୨୦ ରନ ପାକିସ୍ତାନକୁ ୧୭୦ ରନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।