Advertisement
Article Detail0/zeeodisha/odisha2689996
Zee OdishaOdisha SportsIPL 2025: ଆଇପିଏଲ୍ ସୁପର ଓଭର ପାଇଁ ଆସିଲା ନୂଆ ନିୟମ, BCCI ଦେଲା ମଞ୍ଜୁରୀ

IPL 2025: ଆଇପିଏଲ୍ ସୁପର ଓଭର ପାଇଁ ଆସିଲା ନୂଆ ନିୟମ, BCCI ଦେଲା ମଞ୍ଜୁରୀ

IPL 2025 Super Over: ଆଇପିଏଲ୍ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) କୋଲକାତା ନାଇଟ୍ ରାଇଡର୍ସ (KKR) ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ସୁପର ଓଭରକୁ ନେଇ ଏକ ନୂତନ ନିୟମ କରିଛି।

 

IPL 2025 Super Over Rule
IPL 2025 Super Over Rule

IPL 2025 Super Over Rule: ଶନିବାର ଠାରୁ  ଆଇପିଏଲ୍ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) କୋଲକାତା ନାଇଟ୍ ରାଇଡର୍ସ (KKR) ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ପୂର୍ବରୁ ବିସିସିଆଇ ସୁପର ଓଭରକୁ ନେଇ ଏକ ନୂତନ ନିୟମ କରିଛି। ଯାହା ଅନୁଯାୟୀ ଉଭୟ ଦଳ ସୁପର ଓଭର ସମାପ୍ତ କରିବା ପାଇଁ ସର୍ବାଧିକ ଗୋଟିଏ ଘଣ୍ଟା ସମୟ ପାଇବେ।

ବିସିସିଆଇର ଏହି ନିୟମ ଅନୁଯାୟୀ ଫଳାଫଳ ଆସିବା ପର୍ଯ୍ୟନ୍ତ ସୁପର ଓଭର ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ତଥାପି, ବିସିସିଆଇ ଆଶାବାଦୀ ଯେ ଟାଇ ହୋଇଥିବା ମ୍ୟାଚ୍ ଗୋଟିଏ ଘଣ୍ଟା ମଧ୍ୟରେ ଶେଷ ହୋଇଯିବ। ଏ ସମ୍ପର୍କରେ ବୋର୍ଡ କହିଛି, 'ମ୍ୟାଚ୍ ଶେଷ ହେବା ପରେ, ବିଜେତା ନିର୍ଣ୍ଣୟ ନହେବା ପର୍ଯ୍ୟନ୍ତ ଯେତେ ଇଚ୍ଛା ସୁପର ଓଭର ଖେଳାଯାଇପାରିବ।' ମ୍ୟାଚ୍ ଶେଷ ହେବାର ଦଶ ମିନିଟ୍ ମଧ୍ୟରେ ପ୍ରଥମ ସୁପର ଓଭର ଆରମ୍ଭ ହେବା ଉଚିତ୍।

Add Zee News as a Preferred Source

fallback

ବିସିସିଆଇ ଆହୁରି କହିଛି, 'ଯଦି ପ୍ରଥମ ସୁପର ଓଭର ଟାଇ ହୁଏ, ତେବେ ପରବର୍ତ୍ତୀ ସୁପର ଓଭର ଶେଷ ହେବାର ପାଞ୍ଚ ମିନିଟ୍ ପରେ ଆରମ୍ଭ ହେବା ଉଚିତ।' ଯଦି ମ୍ୟାଚ୍ ରେଫରି ଅନୁଭବ କରନ୍ତି ଯେ ୧ ଘଣ୍ଟା ସମୟ ମଧ୍ୟରେ ସୁପର ଓଭର ସମାପ୍ତ ହୋଇପାରିବ ନାହିଁ, ତେବେ ସେ ଅଧିନାୟକମାନଙ୍କୁ ଜଣାଇବେ ଯେ କେଉଁ ଓଭର ଶେଷ ସୁପର ଓଭର ହେବ। ଯଦି ଶେଷ ସୁପର ଓଭରରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୁଏ ନାହିଁ, ତେବେ ମ୍ୟାଚ୍ ଡ୍ର ହେବ ଏବଂ ଦୁଇ ଦଳ ମଧ୍ୟରେ ପଏଣ୍ଟ ବଣ୍ଟନ କରାଯିବ।

About the Author