Advertisement
Article Detail0/zeeodisha/odisha2667211
Zee OdishaOdisha SportsChampions Trophy 2025: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ବଡ ପରିବର୍ତ୍ତନ

Champions Trophy 2025: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ:  ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୪ ରନ୍‌ରେ ବିଜୟୀ ହୋଇଥିଲା। ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହି ତାର ଗ୍ରୁପ୍ ପର୍ଯ୍ୟାୟ ଶେଷ କରିଛି। ଏବେ ୪ ମାର୍ଚ୍ଚରେ ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ ଖେଳିବ। ଏହା ପୂର୍ବରୁ

Champions Trophy 2025: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ବଡ ପରିବର୍ତ୍ତନ

Champions Trophy 2025: ନୂଆଦିଲ୍ଲୀ:  ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୪ ରନ୍‌ରେ ବିଜୟୀ ହୋଇଥିଲା। ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହି ତାର ଗ୍ରୁପ୍ ପର୍ଯ୍ୟାୟ ଶେଷ କରିଛି। ଏବେ ୪ ମାର୍ଚ୍ଚରେ ଦୁବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ସେମିଫାଇନାଲ ଖେଳିବ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆର ଓପନର ମାଥ୍ୟୁ ସର୍ଟ ଆଘାତ କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳ ସ୍ୱରୂପ, ଅଷ୍ଟ୍ରେଲିଆ ଦ୍ୱାରା ରିଜର୍ଭ ଖେଳାଳି ଭାବରେ ମନୋନୀତ ଯୁବ ଅଲରାଉଣ୍ଡର କୁପର କନୋଲିଙ୍କୁ ଦଳରେ ସାମିଲ କରାଯାଇଛି।

ଆପଣଙ୍କୁ କହି ରଖୁଛୁ ଯେ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ସମୟରେ ମାଥ୍ୟୁ ସର୍ଟ ଆହତ ହୋଇଥିଲେ ଏବଂ ତାଙ୍କୁ ପଡ଼ିଆରେ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଫିଲ୍ଡିଂ କରିବା ସମୟରେ ସର୍ଟଙ୍କ ଆଣ୍ଠୁ ତଳ ମାଂସପେଶୀରେ ଆଘାତ ଲାଗିଥିଲା। କିନ୍ତୁ, ଲାହୋରରେ ଖେଳାଯାଇଥିବା ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା।

ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ପୂର୍ବରୁ ସର୍ଟଙ୍କ ଆଘାତ ବିଷୟରେ କହିଥିଲେ ଯେ ମୁଁ ଭାବୁଛି ସେ ସଂଘର୍ଷ କରିବେ। ମୁଁ ଭାବୁଛି ଆମେ ରାତିରେ ଦେଖିଲୁ ଯେ ସେ ଭଲ ଭାବରେ ଚାଲିପାରୁ ନାହାଁନ୍ତି। ଏବେ ସର୍ଟ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିବା କନୋଲି ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଛଅଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରୁ ତିନୋଟି ଦିନିକିଆ। କନୋଲି ଜଣେ ବାମହାତୀ ବ୍ୟାଟସମ୍ୟାନ ଏବଂ ବାମହାତୀ ସ୍ପିନ୍ ବୋଲିଂ ମଧ୍ୟ କରନ୍ତି।

Add Zee News as a Preferred Source

ଅଷ୍ଟ୍ରେଲିଆର ସମ୍ଭାବ୍ୟ ଏକାଦଶ
ଷ୍ଟିଭ ସ୍ମିଥ (ଅଧିନାୟକ), ସିନ ଏବାଟ, ଏଲେକ୍ସ କ୍ୟାରୀ, କୁପର କୋନୋଲୀ, ବେନ ଡ୍ୱେର୍ସିସ୍, ନାଥନ ଏଲିସ, ଜ୍ୟାକ ପ୍ରେଜର-ମ୍ୟାକଗର୍କ, ଆରୋନ ହାର୍ଡି, ଟ୍ରେଭିସ ହେଡ, ଜୋଶ ଇଂଲିସ, ସ୍ପେନସର ଜନସନ, ମାର୍ଣ୍ଣସ ଲାବୁସେନ, ଗ୍ଲେନ ମ୍ୟାକ୍ସୱେଲ, ତନୱିର ସଂଘା, ଆଡାମ ଜାମ୍ପା

About the Author