Advertisement
Article Detail0/zeeodisha/odisha2665838
Zee OdishaOdisha SportsIND vs NZ Playing 11: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ଲେଇଂ ଇଲେଭେନରେ ଭାରତ କରିପାରେ ବଡ଼ ପରିବର୍ତ୍ତନ, ଏହି ୩ ଷ୍ଟାର ଖେଳାଳି ପଡିବେ ବାଦ୍!

IND vs NZ Playing 11: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ଲେଇଂ ଇଲେଭେନରେ ଭାରତ କରିପାରେ ବଡ଼ ପରିବର୍ତ୍ତନ, ଏହି ୩ ଷ୍ଟାର ଖେଳାଳି ପଡିବେ ବାଦ୍!

India vs New Zealand: ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ଲେଇଂ ଇଲେଭେନରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସେମିଫାଇନାଲକୁ ଆଖି ଆଗରେ ରଖି ରୋହିତ ଶର୍ମା, ମହମ୍ମଦ ଶାମି ଓ ରବିନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚକେ ବିଶ୍ରାମ ଦିଆଯାଇପାରେ।

IND vs NZ Playing 11
IND vs NZ Playing 11

IND vs NZ Team India Playing 11: ଭାରତୀୟ କ୍ରିକେଟ୍ ଦଳ ରବିବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷରେ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ନିଜ ପ୍ଲେଇଂ ଇଲେଭେନରେ କିଛି ବଡ଼ ପରିବର୍ତ୍ତନ କରିପାରେ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାକିସ୍ତାନ ଏବଂ ବାଂଲାଦେଶ ଉଭୟକୁ ପରାସ୍ତ କରି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ଏପରି ପରିସ୍ଥିତିରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୌଣସି ରିସ୍କ ନେବାକୁ ଚାହିଁବ ନାହିଁ। ସେମିଫାଇନାଲକୁ ଆଖି ଆଗରେ ରଖି ତିନି ଜଣ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ। ଏହା ଯୋଗୁଁ ଦଳର ବ୍ୟାଟିଂ ଲାଇନ-ଅପରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ରୋହିତ ଶର୍ମା ନେଇପାରନ୍ତି ବିଶ୍ରାମ?

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଅଧିନାୟକଙ୍କୁ ବିଶ୍ରାମ ଦିଆଯାଇପାରେ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ସମୟରେ ରୋହିତଙ୍କ ହାମଷ୍ଟ୍ରିଙ୍ଗ୍ ଆଘାତ ଲାଗିଥିଲା। ଯଦିଓ ରୋହିତ ଏବେ ସୁସ୍ଥ ଅଛନ୍ତି। ତେବେ ସେ ସତର୍କ ରହିବେ ଏବଂ ନକଆଉଟ୍ ପୂର୍ବରୁ କୌଣସି ରିସ୍କ ନେବାକୁ ଚାହିଁବେ ନାହିଁ। ଯଦି ହିଟମ୍ୟାନଙ୍କୁ ବିଶ୍ରାମ ଦିଆଯାଏ ତେବେ ଶୁବମନ ଗିଲଙ୍କ ସହ  କେଏଲ ରାହୁଲ ଇନିଂସ ଓପନ କରିବେ।

Add Zee News as a Preferred Source

ମଧ୍ୟକ୍ରମକୁ ସମ୍ଭାଳିବେ ରିଷଭ ପନ୍ତ 

ରୋହିତଙ୍କ ଅନୁପସ୍ଥିତିରେ ଶୁବମନ ଗିଲ ଦଳର ନେତୃତ୍ୱ ନେବେ ଏବଂ ଏହା ସହିତ ରିଷଭ ପନ୍ତଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବାର ପଥ ପରିଷ୍କାର ହୋଇଯିବ। ଏହି ବାମହାତୀ ଖେଳାଳିଙ୍କୁ ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଖେଳିବାର ସୁଯୋଗ ମିଳିନାହିଁ। ପନ୍ତଙ୍କ ସାମିଲ ହେବା ସହିତ ଭାରତକୁ ବାମହାତୀ ବ୍ୟାଟସମ୍ୟାନଙ୍କ ବିକଳ୍ପ ମଧ୍ୟ ମିଳିବ।

ଶାମିଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ସୁଯୋଗ ମିଳିପାରେ

କହି ରଖୁଛୁ ଯେ ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ମହମ୍ମଦ ଶାମି ପାକିସ୍ତାନ ବିପକ୍ଷ ମ୍ୟାଚ୍ ରେ ଆହତ ହୋଇଥିଲେ। ଯଦିଓ ଭାରତୀୟ ଶିବିର ସ୍ପଷ୍ଟ କରିଛି ଯେ ଶାମି ବର୍ତ୍ତମାନ ଫିଟ୍ ଅଛନ୍ତି। ତଥାପି ସେମିଫାଇନାଲରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ବିଚାର କରାଯାଉଛି। ଏପରି ପରିସ୍ଥିତିରେ ତାଙ୍କୁ  ଏହି ମ୍ୟାଚରେ ଆରାମ ଦିଆଯାଇପାରେ। ତାଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ।

ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ସୁନ୍ଦର

ଚାମ୍ପିଅନ୍ସ ଟ୍ରଫିରେ ବ୍ୟାଟିଂ ସହିତ ସ୍ପିନ୍ ବିଭାଗ ଭାରତର ଶକ୍ତିଶାଳୀ ରହିଛି। ଅକ୍ଷର ଏବଂ କୁଲଦୀପଙ୍କ ସ୍ଥାନ ବଜାୟ ରଖିବା ଆଶା କରାଯାଉଛି। ଟିମ୍ ମ୍ୟାନେଜମେଣ୍ଟ ରବିନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦେବା ବିଷୟରେ ବିଚାର କରିପାରେ। ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇପାରେ। ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳିବାର ବିକଳ୍ପ ମଧ୍ୟ ଅଛି କିନ୍ତୁ ଦଳ ଜଣେ ଅଲରାଉଣ୍ଡରକୁ ସୁଯୋଗ ଦେବାକୁ ଚାହିଁବ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହୋଇପାରେ ଭାରତର ପ୍ଲେଇଂ ୧୧:

କେଏଲ ରାହୁଲ, ଶୁବମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ରିଷଭ ପନ୍ତ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ କୁଲଦୀପ ଯାଦବ।

About the Author