• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ମାହି ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ କେବେଠୁ ଗ୍ରାଉଣ୍ଡରେ ନଜର ଆସିବେ Dhoni

ଏଠାରେ ଜଣାଇବାକୁ ଚାହୁଁଛୁ ଯେ, ଆଇପିଏଲ୍ ପଏଣ୍ଟ ଟେବୁଲର ଶ୍ରେଷ୍ଠ ତିନି ଦଳ - ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଆଗକୁ ବଢିବାକୁ ଚାହୁଁଛନ୍ତି ସେଥିପାଇଁ ବିସିସିଆଇ କୁ ୨୦ ଅଗଷ୍ଟ ସୁଦ୍ଧା ଦୁବାଇରେ ରହିବାକୁ ଯୋଜନା ବିଷୟରେ BCCI କୁ ସୂଚନା ଦେଇଛନ୍ତି ।

ମାହି ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ କେବେଠୁ ଗ୍ରାଉଣ୍ଡରେ ନଜର ଆସିବେ Dhoni

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ବା କ୍ୟାପଟେନ  (MS Dhoni)  ପଛେ ଇଣ୍ଡରନ୍ୟାସନାଲ କ୍ରିକେଟକୁ ବାଏ ବାଏ କହିଛନ୍ତି ହେଲେ ଆଜି ବି ତାଙ୍କର ସମର୍ଥକ ପୁରା ଦୁନିଆରେ ରହିଛନ୍ତି । ଇଣ୍ଡରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ମହେନ୍ଦ୍ର ସିଂ ଧୋନୀ ଏବେବି ଆଇପିଏଲରେ ଖେଳନ୍ତି । ଆଉ ଏବେ ପୁଣିଥରେ ତାଙ୍କ ଫ୍ୟାନ୍ସ ତାଙ୍କୁ କ୍ରିକେଟ ମୈଦାନରେ ଦେଖିବାକୁ ଯାଉଛନ୍ତି । 

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ଯାଏଁ ଇଣ୍ଡିଆନ ପ୍ରିମିୟର ଲିଗ୍ ଆଇପିଏଲ ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାରି କରାଯାଇନାହିଁ । ମାତ୍ର କିଛି ଫ୍ରାଞ୍ଚାଇଜ୍ ମାନ ପ୍ରଥମରୁ ହିଁ ୟୁଏଇରେ ନିଜର ଯୋଜନା ବିଷୟରେ ସୂଚନା ପ୍ରଦାନ କରିସାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ତୁଳନାରେ ୩୧ ଟି ମ୍ୟାଚ୍ ଖେଳାଯିବାକୁ ରହିଛି । ଏହି ପର୍ଯ୍ୟାୟ ସେପ୍ଟେମ୍ବର-ଅକ୍ଟୋବର ରେ ଖେଳାଯିବ । ଏଠାରେ ଜଣାଇବାକୁ ଚାହୁଁଛୁ ଯେ, ଆଇପିଏଲ୍ ପଏଣ୍ଟ ଟେବୁଲର ଶ୍ରେଷ୍ଠ ତିନି ଦଳ - ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଆଗକୁ ବଢିବାକୁ ଚାହୁଁଛନ୍ତି ସେଥିପାଇଁ ବିସିସିଆଇ କୁ ୨୦ ଅଗଷ୍ଟ ସୁଦ୍ଧା ଦୁବାଇରେ ରହିବାକୁ ଯୋଜନା ବିଷୟରେ BCCI କୁ ସୂଚନା ଦେଇଛନ୍ତି ।

Also Read: Ind Vs SL: ତୃତୀୟ ଦିନିକିଆ ଖେଳିବେ ନାହିଁ ପୃଥ୍ଵୀ ଶ'-ଇଶାନ କିଶାନ? ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ୱେବସାଇଟ କ୍ରିକବଜ୍ (Crickbuzz) କୁ କହିଛନ୍ତି ଯେ, ସେମାନେ ଅଗଷ୍ଟ ୨୦ ସୁଦ୍ଧା ଦୁବାଇରେ ପହଞ୍ଚିବାକୁ ଚାହୁଁଛନ୍ତି ଏବଂ ସ୍ଥାନୀୟ ସରକାର ଏବଂ ବିସିସିଆଇର ପରାମର୍ଶ ଅନୁଯାୟୀ ଆବଶ୍ୟକ ସମୟ ଅନୁସାରେ ସେମାନଙ୍କ କ୍ୟାମ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି। ୱେବସାଇଟ୍ ଅନୁଯାୟୀ, ମହାମାରୀ (Pandemic) ଏବଂମୌସୁମୀ (Monsoon)କୁ ଦୃଷ୍ଟିରେ ରଖି ଉଭୟ ଦଳ ଭାରତରେ ଏକ ଶିବିର ଆୟୋଜନ ପାଇଁ ଯୋଜନା ସ୍ଥଗିତ ରଖିଛନ୍ତି।

Also Read: ୧୭ ବର୍ଷ ହେଲାଣି ବିବାହ କରିସାରିଛନ୍ତି ସଲମାନ ! ସାମ୍ନାକୁ ଆସିଲା ସ୍ତ୍ରୀ ଓ ଝିଅଙ୍କ ନାଁ

CSK ସିଇଓ (Csk CEO) କାସି ବିଶ୍ୱନାଥନ୍ କହିଛନ୍ତି, “ଆମେ ଅଗଷ୍ଟ ୧୫ କିମ୍ବା ପ୍ରାୟ ୨୦ ସୁଦ୍ଧା ସେଠାରେ ପହଞ୍ଚିବାକୁ ଚାହୁଁଛୁ। ଆମେ ଏ ବିଷୟରେ ବିସିସିଆଇକୁ ସୂଚନା ଦେଇଛୁ । ଆମେ ଆବଶ୍ୟକ ଅନୁମତି ପାଇବାକୁ ଅପେକ୍ଷା କରିଛୁ, ଯାହା ବିନା ଲଜିଷ୍ଟିକ୍ ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର ହେବ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଅଧିକାରୀ ମଧ୍ୟ ଏହି ୱେବସାଇଟକୁ କହିଛନ୍ତି ଯେ,  ସେମାନେ ଦୁବାଇରେ ସମାନ ସମୟ ପର୍ଯ୍ୟନ୍ତ ରହିବାକୁ ଚାହୁଁଛନ୍ତି ଏବଂ ବିସିସିଆଇ (Bcci) ସହ  IPL କର୍ତ୍ତୃପକ୍ଷଙ୍କୁ ଏହା ଜଣାଇ ସାରିଛନ୍ତି। ଯଦି CSK ତାର ଯୋଜନା ଅନୁଯାୟୀ ଅଗଷ୍ଟ ୨୦  ରୁ ୟୁଏଇ (UAE) ରେ ଏହାର ପ୍ରସ୍ତୁତି ଆରମ୍ଭ କରେ, ତେବେ ପ୍ରଶଂସକମାନେ ଏମଏସ ଧୋନିଙ୍କୁ ଥରେ ପଡ଼ିଆରେ ପ୍ରସ୍ତୁତ ହେଉଥିବା ଦେଖିବେ ।