ଗର୍ଲଫ୍ରେଣ୍ଡ ଜୟାଙ୍କ ସହ ବିବାହ କରିବେ ଦୀପକ ଚହର; IPL ରେ କରିଥିଲେ ପ୍ରପୋଜ
Advertisement

ଗର୍ଲଫ୍ରେଣ୍ଡ ଜୟାଙ୍କ ସହ ବିବାହ କରିବେ ଦୀପକ ଚହର; IPL ରେ କରିଥିଲେ ପ୍ରପୋଜ

Deepak Chahar Wedding: ଚେନ୍ନାଇ ସୁପର କିଙ୍ଗ୍ସ (CSK) ଦ୍ରୁତ ବୋଲର ଦୀପକ ଚହର ଆସନ୍ତା ମାସରେ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଗ୍ରାରେ ଏହି ଦମ୍ପତିଙ୍କ ହାତ ଗଣ୍ଠି ପଡିବ ।

ଫାଇଲ ଫଟୋ (ସୋସିଆଲ ମିଡ଼ିଆ)

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର (CSK) ଦ୍ରୁତ ବୋଲର ଦୀପକ ଚହର (Deepak Chahar) ଆସନ୍ତା ମାସରେ ନିଜ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ (Jaya Bhardwaj) ବିବାହ କରିବାକୁ ଯାଉଛନ୍ତି । ଆଗ୍ରାରେ ଏହି ଦମ୍ପତିଙ୍କ ହାତ ଗଣ୍ଠି ପଡିବ । ଦୀପକ ଆଇପିଏଲ୍ ସମୟରେ ଷ୍ଟାଡିୟମରେ ମଧ୍ୟରେ ରିଙ୍ଗ ପିନ୍ଧାଇ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ କରିଥିଲେ । ଖବର ଅନୁଯାୟୀ, ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ମେ' ୩୧ ରୁ ଆରମ୍ଭ ହେବ ଏବଂ ସେମାନେ ୧ ଜୁନରେ ପରସ୍ପର ସହିତ ୭ ଫେରା ନେବେ । ଆଘାତ ଯୋଗୁଁ ଦୀପକ ଆଇପିଏଲ ୨୦୨୨ ରେ ଖେଳି ନଥିଲେ । ତାଙ୍କ ଦଳ CSK ଏଥର ପ୍ଲେ ଅଫରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲା ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପରିବାର ସଦସ୍ୟଙ୍କ ବ୍ୟତୀତ ଏହି ବିବାହରେ କେବଳ ଅଳ୍ପ ଲୋକ ଯୋଗଦେବେ । ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ବିବାହ କାର୍ଡ ମଧ୍ୟ ଭାଇରାଲ ହେଉଛି । ଜୟା 'ବିଗ୍ ବସ୍' ଖ୍ୟାତି ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ଏବଂ ସେ ଦିଲ୍ଲୀର ଏକ କର୍ପୋରେଟ୍ ଫାର୍ମରେ କାମ କରନ୍ତି ।

ଫାଷ୍ଟ ବୋଲର ଦୀପକଙ୍କ ଭଉଣୀ ମାଳତୀ ତାଙ୍କୁ ଗତ ବର୍ଷ ଅଗଷ୍ଟରେ ଜୟାଙ୍କ ସହ ଭେଟ କରାଇଥିଲେ । ଦୁହେଁ ଆଗ୍ରାରେ ଭେଟିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ୭ ଅକ୍ଟୋବର ୨୦୨୧ ରେ ଖେଳାଯାଉଥିବା ମ୍ୟାଚ ପରେ ଦୀପକ ଜୟାଙ୍କୁ ଷ୍ଟାଡିୟମ ମଧ୍ୟରେ ପ୍ରପୋଜ କରିଥିଲେ । ଏହା ପରେ ମାଳତୀ ଟ୍ୱିଟ୍ କରି କହିଥିଲେ ଯେ 'ଭାଉଜ ମିଳି ସାରିଛି । ସେ ଝିଅଟି ବିଦେଶୀ ନୁହେଁ, ବରଂ ଦିଲ୍ଲୀର ।'

ଆଘାତ ଯୋଗୁଁ ଦୀପକ ଆଇପିଏଲ୍ ୨୦୨୨ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିପାରିନଥିଲେ ଏବଂ ଦଳ ତାଙ୍କୁ ବହୁତ ମିସ କରିଥିଲା । ପରେ ସେ ଏକ ଭାବପ୍ରବଣ ନୋଟ୍ ଲେଖି ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ଦୀପକଙ୍କୁ ଆଇପିଏଲ ୨୦୨୨ ନିଲାମରେ CSK ଦ୍ୱାରା ୧୪ କୋଟି ଟଙ୍କାରେ କିଣାଯାଇଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜରେ ଦୀପକ ଗୋଡରେ ଆଘାତ ପାଇଥିଲେ । ହାମଷ୍ଟ୍ରିଂ ଆଘାତ ଯୋଗୁଁ ସେ ଟିମ୍ ଇଣ୍ଡିଆରୁ ବାହାରିଥିଲେ ଏବଂ ପୁନର୍ବାର ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ଯାଇଥିଲେ । ଏହି ସମୟରେ, ଆଇପିଏଲ୍ ୨୦୨୨ ପାଇଁ ପ୍ରସ୍ତୁତି କରୁଥିବାବେଳେ ଦୀପକ ଚହରଙ୍କ ପିଠିରେ ଆଘାତ ଲାଗିଥିଲା ​​ଏବଂ ଆଇପିଏଲର ୧୫ ତମ ସିଜିନରୁ ତାଙ୍କୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ: ଜାଣନ୍ତୁ ମୁଲତାନ ମାଟି ଓ ଗୋଲାପ ଜଳ ବ୍ୟବହାରର ୫ଟି ଫାଇଦା

ଏହା ବି ପଢ଼ନ୍ତୁ: ଚିନ୍ତା ବଢ଼ାଉଛି କି ମାଇଗ୍ରେନ? ଜାଣନ୍ତୁ ଲକ୍ଷଣ ଓ ଘରୋଇ ଉପଚାର