Crocodile kills soccer player: କୋଷ୍ଟାରିକାନର ଜଣେ ଫୁଟବଲ ଖେଳାଳିଙ୍କୁ କୁମ୍ଭୀର ଏକ ମାରିଦେଇଛି । ଖେଳାଳି ପହଁରିବା ପାଇଁ ନଦୀକୁ ଡେଇଁପଡିଥିଲେ, କିନ୍ତୁ କୁମ୍ଭୀର ତାଙ୍କୁ ଆକ୍ରମଣ କରଥିଲା । ଏହି ଘଟଣା ବିଷୟରେ ଆଖପାଖର ଲୋକମାନେ ଜାଣିବାକୁ ପାଇଲେ ଯେତେବେଳେ ଖେଳାଳିଙ୍କ ମୃତ ଦେହ ସହିତ କୁମ୍ଭୀର ପହଁରୁଥିବାର ଦେଖିଲେ । ଫୁଟବଲ ଖେଳାଳିଙ୍କ (Soccer Players) ମୃତଦେହ ଉଦ୍ଧାର କରିବା ପାଇଁ କୁମ୍ଭୀରକୁ ମାରିବା ପାଇଁ ପୋଲିସ ଗୁଳି ଚଳାଇବାକୁ ପଡିଥିଲା । ମୃତ ଖେଳାଳିଙ୍କ ନାମ ୨୯ ବର୍ଷୀୟ ଜିସୁ ଆଲବର୍ଟୋ ଲୋପେଜ ଆର୍ଟିଜ (Alberto Lopez Artiz) । ସେ କ୍ଲବ ଡିପୋର୍ଟିଭୋ ରିଓ କାନାସର ସଦସ୍ୟ ଥିଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାଥୀ ଖେଳାଳିମାନେ ଲୋପେଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ନଦୀରେ ଗାଧୋଇବାକୁ କରାଯାଇଥିଲା ବାରଣ 
କୋଷ୍ଟାରିକାର ରାଜଧାନୀ ସାନ ଜୋସେ ଠାରୁ ୧୪୦ ମାଇଲ ଦୂରରେ ଥିବା ଗୁଆନାକେଷ୍ଟ ପ୍ରଦେଶର ସାଣ୍ଟା କ୍ରୁଜ ସହର ନିକଟରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ଲୋପେଜ ନଦୀ କୂଳରେ ସେ ବ୍ୟାୟାମ କରୁଥିଲେ । ହଠାତ୍ ସେ ପହଁରିବା ପାଇଁ କୌନାସ ନଦୀକୁ ଡେଇଁ ପଡିଥିଲେ |।ଏହି ସମୟରେ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ମାରି ଦେଇଥିଲା । କୌନାସ ନଦୀରେ କୁମ୍ଭୀର ରହିଛି, ତେଣୁ ଏଠାରେ ପହଁରିବା ଉପରେ ମଧ୍ୟ ନିଷେଧାଦେଶ ରହିଥିଲା ।



ଦୁଃଖ ପ୍ରକାଶ କରିଥିଲେ ସାଥି ଖେଳାଳି
ଅର୍ଟିଜ କୋଷ୍ଟାରିକା ଆସେନ୍ସୋ ଲିଗରେ କ୍ଲବ ଦଳ ଡିପୋର୍ଟିଭୋ ରିଓ କାନାସ ପାଇଁ ମଧ୍ୟ ଖେଳିଥିଲେ । ଏହି ଦଳ ଫେସବୁକରେ ଆର୍ଟିଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ଦଳ ଲେଖିଛନ୍ତି ଯେ ଗଭୀର ଦୁଃଖରେ ଆମେ ଆମର ଖେଳାଳି ଜିସୁ ଲୋପେଜ ଅର୍ଟିଜ (ଚୁଚୋ) ଙ୍କ ମୃତ୍ୟୁକୁ ନିଶ୍ଚିତ କରୁଛୁ । ତାଙ୍କର ଆତ୍ମା ​​ଶାନ୍ତି ପାଇଁ ପାର୍ଥାନା କରନ୍ତୁ । ଆଜି ଆମ ସମସ୍ତଙ୍କ ପାଇଁ ବହୁତ କଷ୍ଟଦାୟକ ଦିନ ଓ ଆମେ ଜଣେ ପ୍ରଶିକ୍ଷକ, ଖେଳାଳୀ ଓ ପରିବାର ସଦସ୍ୟ ଭାବରେ ଆପଣଙ୍କ ଖେଳ ଜୀବନର ଅନେକ ଦିଗରେ ଆପଣଙ୍କୁ ମନେ ପକାଇବୁ । ତୁମେ ସବୁବେଳେ ଆମ ହୃଦୟରେ ଚୁଚୋ ରହିବ । ସ୍ଥାନୀୟ ରେଡକ୍ରସ୍ କହିଛି ଯେ ଫୁଟବଲ ଖେଳାଳିଙ୍କ ମୃତଦେହ ଉଦ୍ଧାର କରିବା ପାଇଁ କୁମ୍ଭୀରକୁ ମାରିବା ପାଇଁ ପୋଲିସ ଗୁଳି ଚଳାଇବାକୁ ପଡିଥିଲା ।


ଏହା ବି ପଢ଼ନ୍ତୁ: Kashmir Girl Stunt Video: କିଏ ଏହି ହିଜାବ ପିନ୍ଧା ଝିଅ? ଯିଏ କାଶ୍ମୀର ରାଜରାସ୍ତାରେ ବାଇକ୍ କରୁଛନ୍ତି ଷ୍ଟଣ୍ଟ୍, ଦେଖନ୍ତୁ ଭିଡିଓ


ଏହା ବି ପଢ଼ନ୍ତୁ: Amazon Prime ଓ Netflix ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା! ବାସ୍ କରିବାକୁ ହେବ ଏହି କାମ


ଏହା ବି ପଢ଼ନ୍ତୁ: ସରକାର ଆଣିଲେ କଡ଼ା ନିୟମ! ଏତିକି ସମୟରୁ ଅଧିକ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ ଛୋଟ ପିଲା