ସୁନା ପୁଅଙ୍କୁ ଟଙ୍କା ବର୍ଷା
Advertisement

ସୁନା ପୁଅଙ୍କୁ ଟଙ୍କା ବର୍ଷା

ସେପଟେ ୭ ଅଗଷ୍ଟକୁ ଚିରଦିନ ପାଇଁ ସ୍ମରଣୀୟ କରିବା ପାଇଁ ଏଏଫଆଇ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଦେଶସାରା ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଆୟୋଜନ କରାଯିବ।

ସୁନା ପୁଅଙ୍କୁ ଟଙ୍କା ବର୍ଷା

ପ୍ରିୟମ୍ବଦା ରାଣା,ନୂଆଦିଲ୍ଲୀ: ଏବେ ଭାରତର ପ୍ରତ୍ୟେକ ଲୋକଙ୍କ ମୁହଁରେ କେବଳ ଗୋଟିଏ ନାଁ ସୁନା ପୁଅ ନିରଜ। ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ଏବେ ଷ୍ଟାର ପାଲଟି ଯାଇଛନ୍ତି ହରିଆନା ପାନିପତର ୨୩ ବର୍ଷୀୟ ଆଥଲେଟ ନିରଜ ଚୋପ୍ରା। ବିଭିନ୍ନ ମହଲରୁ ଏବେ ତାଙ୍କ ପାଇଁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ। କେବଳ ଶୁଭେଚ୍ଛା ନୁହେଁ ଏହା ସହ ଏବେ ନିରଜଙ୍କୁ କୋଟିକୋଟି ଟଙ୍କାର ଅର୍ଥ ରାଶି ଶହ ମୂଲ୍ୟବାନ ଉପହାର ମଧ୍ୟ ମିଳିବାରେ ଲାଗିଛି। ଟୋକିଓ ଅଲମ୍ପିକ୍ସ ୨୦୨୦ରେ ୮୭.୫୮ ମିଟର ଜାଭଲିନ ଥ୍ରୋ କରି ଇତିହାସ ରଚିଥିଲେ ସେ।

ତାଙ୍କ ଜିତ୍ ଅନ୍ତ କରିଥିଲା ଦୀର୍ଘ ୧୩ ବର୍ଷ ଧରି ଭାରତୀୟଙ୍କ ମନରେ ଥିବା ଅଲମ୍ପିକ୍ସପେ ସ୍ୱର୍ଣ୍ଣ ପଦକ ପାଇବାର ଆଶା। ନିରଜ ଅଲମ୍ପିକ୍ସରେ ଜିତିବାର ୨୪ ଘଣ୍ଟା ନପୁରୁଣୁ ହରିଆଣା ସରକାର ନୀରଜ ଚୋପ୍ରା ଙ୍କୁ ୬ କୋଟି ଟଙ୍କା ନଗଦ ରାଶି ଦେବାକୁ ଘୋଷଣା କରିଥିଲେ। ଏଥିସହ କ୍ଲାସ-୧ ସରକାରୀ ଚାକିରୀ ଏବଂ ୫୦ ପ୍ରତିଶତ ଦରରେ ରାଜ୍ୟର ଯେକୌଣସି ସ୍ଥାନରେ ଜମି ଯୋଗାଇଦେବାକୁ ଘୋଷଣା କରିଥିଲେ। ଏହା ସହ ପାନିପତ ଠାରେ ଆଥଲେଟିକ୍ସ ସେଣ୍ଟର ଅଫ ଏକ୍ସଲେନ୍ସ ନିର୍ମାଣ କରାଯାଇ ସେଥିରେ ନୀରଜ ଯଦି ଚାହାଁନ୍ତି ସେ ମୁଖ୍ୟ ହୋଇପାରିବେ ବୋଲି ଘୋଷଣା କରିଥିଲେ ହରିଆଣା ସରକାର।

Also Read: Tokyo Olympics 2020: ନୀରଜ ଚୋପ୍ରା ରଚିଲେ ଇତିହାସ, ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ ପଦକ

ସେପଟେ ସ୍ବର୍ଣ୍ଣ ପାଇବା ପରେ ପଞ୍ଜାବୀମାନଙ୍କୁ ନିରଜ ଗର୍ବିତ କରିଥିବା କହି ପଞ୍ଜାବ ସରକାର ତାଙ୍କୁ ୨ କୋଟି ଟଙ୍କା ନଗଦ ପୁରଷ୍କାର ଦେବାକୁ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇ ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ସେପଟେ ମଣିପୁର ସରକାର ୧ କୋଟି ଟଙ୍କା ନଗଦ ଦେବେ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଦେବାକୁ ଯାଉଛି। ସେପଟେ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଛି। ସେପଟେ ଏଜୁକେସନାଲ ଟେକ୍ନୋଲୋଜି କମ୍ପାନି 'ବାଇଜୁ' ନିରଜ ଚୋପ୍ରାଙ୍କ ପାଇଁ ୨ କୋଟି ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି। ଭାରତୀୟ ଅଲିମ୍ପିକ୍ସ ସଂଘ ନୀରଜ ଚୋପ୍ରାଙ୍କୁ ୭୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି।

Also Read: 'ବୋଧହୁଏ ସେ ମୋତେ ସ୍ୱର୍ଗରୁ ଦେଖୁଛନ୍ତି...' ଏପରି କହି ଏହି ଭେଟେରାନଙ୍କୁ ଉତ୍ସର୍ଗ କଲେ ଗୋଲ୍ଡ

ନୀରଜଙ୍କ ଏହି ସଫଳତାରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ ନୂଆ ମହିନ୍ଦ୍ରା ଏକ୍ସୟୁଭି-୭୦୦, ନୀରଜଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଯାହାର ସୂଚନା ନିଜେ ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଦେଇଛନ୍ତି। କେବଳ ଟଙ୍କା ନୁହେଁ ବିଭିନ୍ନ ସଂସ୍ଥା ନୀରଜ ଚୋପ୍ରାଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ନୀରଜଙ୍କୁ ଏକ ବର୍ଷ ଯାଏଁ ମାଗଣା ବିମାନ ଯାତ୍ରା ସୁବିଧା ଯୋଗାଇଦେବ ବୋଲି ଘୋଷଣା କରିଛି। 

Also Read: Tokyo Olympics: ଗୋଲ୍ଡ ଜିତିବା ପରେ ନୀରଜଙ୍କ ସହ କଥା ହେଲେ PM Modi, ଦେଖନ୍ତୁ Video

ସେପଟେ ହସ୍ପିଟାଲିଟି କମ୍ପାନି 'ଓୟୋ'ର ସିଇଓ ରିତେସ ଅଗ୍ରୱାଲ ବିଶ୍ୱର ଯେକୌଣସି ସ୍ଥାନରେ ଓୟୋ ପକ୍ଷରୁ ନିରଜଙ୍କୁ ବିଳାସମୟ ସେବା ଯୋଗାଇ ଦେବା ପାଇଁ ଟ୍ବିଟ୍ କରି ଜଣାଇଛି। ସେପଟେ ୭ ଅଗଷ୍ଟକୁ ଚିରଦିନ ପାଇଁ ସ୍ମରଣୀୟ କରିବା ପାଇଁ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫଆଇ) ବଡ଼ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଦେଶସାରା ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଆୟୋଜନ କରାଯିବ। ଏନେଇ ଘୋଷଣା କରିଛନ୍ତି ଏଏଫଆଇର ଚେୟାରମ୍ୟାନ୍ ଲଲିତ ଭାନୋତ୍। ଟୋକିଓ ଅଲମ୍ମିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ନୂଆ ଇତିହାସ ରଚିଛନ୍ତି। ତାଙ୍କର ଏହି ସଫଳତା ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ନୀରଜଙ୍କ ସଫଳତା ଦେଶରେ କ୍ରୀଡ଼ାପ୍ରେମୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଯାହା ଆଗକୁ ଭାରତ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ନିଶ୍ଚୟ।