ଢାକା: Guinness World Record Rasel Islam: ବାଂଲାଦେଶ (Bangladesh) ର ଜଣେ ବ୍ୟକ୍ତି ବମ୍ ସ୍କିପ (ବସି ଦୌଡ଼ିରେ ଡେଇବା) (Bum Skip) ର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବ୍ୟକ୍ତି ମାତ୍ର ୩୦ ସେକେଣ୍ଡରେ ଏହି କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବାଂଲାଦେଶର ବାସିନ୍ଦା ରସେଲ ଇସଲାମ (Rasel Islam) ମାତ୍ର ୩୦ ସେକେଣ୍ଡରେ ୧୧୭ ବମ୍ ସ୍କିପ୍ କରି ଗିନିଜ ୱାର୍ଲ୍ଡ ରେକର୍ଡ ( Guinness World Record) ରେ ନିଜ ନାମ ରୁଜୁ କରିଛନ୍ତି । ଏଠାରେ କହି ରଖୁଛୁ ଯେ, ବମ୍ ସ୍କିପ୍ ପାଇଁ ହାତ ଓ ପାଦ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବମ୍ ସ୍କିପ୍‌ର ବିଶ୍ୱ ରେକର୍ଡ ସହ ଜଡିତ ଭିଡିଓକୁ ନିଜ ଇନଷ୍ଟା ପେଜରେ ଗିନିଜ ୱାର୍ଲ୍ଡ ରେକର୍ଡ ସେୟାର କରିଛି ।


COMMERCIAL BREAK
SCROLL TO CONTINUE READING

ରସେଲଙ୍କ ଏହି ଭିଡିଓକୁ ୭ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି


ରସେଲ ଇସଲାମର ଏହି ବମ୍ ସ୍କିପ୍ ଭିଡିଓ ଗିନିଜ ୱାର୍ଲ୍ଡ ରେକର୍ଡ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛି । ଭିଡିଓରେ ମହମ୍ମଦ ରସେଲ ଇସଲାମ ୩୦ ସେକେଣ୍ଡରେ ୧୧୭ ବମ୍ ସ୍କିପ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓଟି କିଛି ଘଣ୍ଟା ମଧ୍ୟରେ ୫୬ ହଜାରରୁ ଅଧିକ ଲାଇକ୍ ପାଇଛି । ଏଥି ସହିତ ୭ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି ।


ଅଧିକ ପଢ଼ନ୍ତୁ:-ସରକାର ନେଲେ ବଡ଼ ପଦକ୍ଷେପ; ଶସ୍ତା ହେବ ସୁନା, ଖାଇବା ତେଲର ମୂଲ୍ୟ ବି କମିବ!


ଅଧିକ ପଢ଼ନ୍ତୁ:-ଇତିହାସରେ ପ୍ରଥମ ଥର ଜାପାନ ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ସାରା ଦୁନିଆ ଚକିତ ତ ଚୀନର ବଢ଼ିଲା ଟେନସନ୍


ଅଧିକ ପଢ଼ନ୍ତୁ:-ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଜାଣନ୍ତୁ କ'ଣ ଲେଖାଯାଇଛି?


ଏହା ପୂର୍ବରୁ ରସେଲ କରିଛନ୍ତି ଅନେକ ରେକର୍ଡ 


ଗିନିଜ ୱାର୍ଲ୍ଡ ରେକର୍ଡର ଏକ ବ୍ଲଗ୍ ଅନୁଯାୟୀ, ମହମ୍ମଦ ରସେଲ ଇସଲାମ ପିଲାଦିନରୁ ବମ୍ ସ୍କିପ୍ ଅଭ୍ୟାସ କରିଆସୁଛନ୍ତି । ଏହାପୂର୍ବରୁ ମଧ୍ୟ ସେ ତାଙ୍କ ନାମରେ ଅନେକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏଥି ମଧ୍ୟରେ ୩ ମିନିଟରେ ସର୍ବାଧିକ ଡବଲ୍-ଅଣ୍ଡର ସ୍କିପ୍ ଓ ଗୋଟିଏ ମିନିଟରେ ଗୋଟିଏ ଗୋଡ଼ରେ ସର୍ବାଧିକ ସ୍କିପ୍ କରିବା ମଧ୍ୟ ସାମିଲ ରହିଛି ।



ୟୁଜର କରୁଛନ୍ତି ରସେଲ ଇସଲାମଙ୍କ ପ୍ରଶଂସା


ରସେଲ ଇସଲାମଙ୍କ ବମ୍ ସ୍କିପ୍ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ଜୋରଦାର ମନ୍ତବ୍ୟ ଦେଉଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ସେ କିପରି ଜାଣିଲେ ଯେ ସେ ଏପରି କୀର୍ତ୍ତିମାନ କରିବାକୁ ସକ୍ଷମ? ଅନ୍ୟ ଜଣେ କହିଛନ୍ତି ଯେ, ଏମିତି ଲାଗୁଛି ଯେ ହେଲିକପ୍ଟର ଚାଲୁଛି । ଏହା ବ୍ୟତୀତ କେହି ତାଙ୍କୁ ବ୍ରିଲିୟଣ୍ଟ ବୋଲି କହିଛନ୍ତି, ତେବେ ଅନେକ ୟୁଜର୍ସ ତାଙ୍କୁ ଅଭିନନ୍ଦନ କରୁଥିବା ଦେଖାଯାଏ ।